ଆଇପିଏଲ ଲକ୍ଷ୍ନୌ ଟିମର ଦାମ ଯେତିକି ସେତିକିରେ କ’ଣ ସବୁ ହେଇ ପାରିଥାନ୍ତା ?

ଆହୁରି ଦମଦାର ହେବ ଫଟାଫଟ୍ କ୍ରିକେଟ । ଆସନ୍ତା ଆଇପିଏଲରେ ୮ଟି ବଦଳରେ ପଡିଆରେ ମୁହାଁମୁହିଁ ହେବେ ୧୦ଟି ଟିମ୍ । ନୂଆ ଟିମ୍ ଭାବେ ଅହମଦାବାଦ ଓ ଲକ୍ଷ୍ନୌ ଆପିଏଲରେ ସାମିଲ ହେବେ । ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ୭ହଜାର୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌକୁ କିଣିଥିବାବେଳେ ସିଭିସି କ୍ୟାପିଟାଲ ୫ହଜାର ୨୦୦ କୋଟି ଟଙ୍କାରେ ଅହମଦାବାଦକୁ କିଣିଛନ୍ତି । ତେବେ ଆପଣ କେବେ ଅନୁମାନ କରିଛନ୍ତି କି ଏହି ନୂଆ ଦଳ ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରାଯାଇଛି ସେତେକି ଟଙ୍କାରେ ଆମ ଦେଶର କଣ ସବୁ ହୋଇପାରିଥାନ୍ତା । କେତେ ବଦଳି ପାରିଥାନ୍ତା ଆମ ଦେଶର ଚିତ୍ର । ଆମ ସ୍ବାସ୍ଥ୍ୟଠୁ ପ୍ରତିରକ୍ଷା । ଯୋଗାଯୋଗଠୁ ଶିକ୍ଷା ସବୁଥିରେ କେତେ ପରିବର୍ତ୍ତନ ଆସିପାରିଥାନ୍ତା ।

ନୂଆ ଆଇପିଏଲ ଟିମ୍ ପାଇଁ ନୂଆ ଟେଣ୍ଡର ପରେ ବିସିସିଆଇ ମଧ୍ୟ ଆଶ୍ଚର୍ଯ୍ୟପ୍ରକାଶ କରିଛି । କାରଣ ଖୋଦ୍ ବିସିସିଆଇ ମଧ୍ୟ କେବେବି ଆଶା କରିନଥିଲା ଯେ ଏତେ ଟଙ୍କାରେ ନୂଆ ଟିମ୍ ଗଠନ ହେବ । ଯଦି ନୂଆ ଟିମ୍ ଲକ୍ଷ୍ନୌ କଠା ଦେଖିବା ତେବେ ଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ୭ହଜାର୯୦ କୋଟି ଟଙ୍କାରେ ଏହାକୁ କିଣିଛି । ଏହା ହେଉଛି ବର୍ତ୍ତମାନ ଆଇପିଏଲର ସବୁଠୁ ମହଙ୍ଗା ଦଳ । ତେବେ ଏହି ଟଙ୍କାରେ ଆମ ଭାରତର ଅନେକ କିଛି ହୋଇପାରିଥାନ୍ତା । ସବୁଠୁ ବଡ଼ କଥା ହେଲା ଆମ ଭାରତର କ୍ରୀଡା ବଜେଟ୍ ଯେତିକି ତାହାଠାରୁ ୩ଗୁଣା ଅଧିକ ଟଙ୍କାରେ ଲକ୍ଷ୍ନୌ ଟିମକୁ କିଣାଯାଇଛି । ଆମ ଦେଶର 2021-22 ବଜେଟରେ ଖେଳ ପାଇଁ 2ହଜାର 596 କୋଟି ଟଙ୍କା ବ୍ୟୟ କରାଯାଇଛି । ଏହାର ପ୍ରାୟ ୩ଗୁଣା ଅଧିକ ହେଉଛି ଆଇପିଏଲରେ ଅଂଶଗ୍ରହଣ ଲକ୍ଷ୍ନୌ ଟିମର ମୂଲ୍ୟ । ଯଦି ନୂଆ ଗଠନ ହୋଇଥିବା ଉଭ ଟିମର ମୂଲ୍ୟ କଥା ଦେଖିବା ତେବେ ଏହାର ଦାମ ରହିଛି ୧୨ହଜାର ୨୯୦କୋଟି ଟଙ୍କା । ଏହି ମୂଲ୍ୟକୁ ଯଦି ବିଚାର କରାଯାଏ ତେବେ ଏଥିରେ ଆମ ଦେଶରପ ଅନେକ କିଛି ପରିବର୍ତ୍ତନ ହୋଇପାରିଥାନ୍ତା । ଯେପରିକି ୭ହଜାର କୋଟି ଟଙ୍କାରେ ୬ଟି ଏମସ ପ୍ରତିଷ୍ଠା ହୋଇପାରିଥାନ୍ତା । AIIMS ଦିଲ୍ଲୀର ସମ୍ପୂର୍ଣ୍ଣ ବଜେଟ୍ ହେଉଛି 3ହଜାର 800 କୋଟି ଟଙ୍କା । ଏହି କ୍ରମରେ ଦେଶରେ ସ୍ବାସ୍ଥ୍ୟକ୍ଷେତ୍ର ଅନେକ ମାତ୍ରାରେ ସୁଦୃଢ ହୋଇପାରିଥାନ୍ତା । ଏହାଛଡା ଅନ୍ୟ କ୍ଷେତ୍ର ଉପରେ ଯଦି ନଜର ପକାଇବା ତେବେ ନିକଟରେ ନିର୍ମିତ ହୋଇଥିବା ଅଟଳ ଟନେଲର ଅଟକଳ ରହିଛି ୩ହଜାର ୨୦୦କୋଟି ଟଙ୍କା । ତେଣୁ ଏତିକି ଟଙ୍କାରେ ଅଟଳ ଟନେଲ ପରି ଆଉ ୨ଟି ଟନେଲ ମଧ୍ୟ ନିର୍ମାଣ ହୋଇପାରିଥାନ୍ତା । ସେହିପରି ଆସାମର ବ୍ରହ୍ମପୁତ୍ର ନଦୀରେ ପାଲାଶବରୀ ଏବଂ ସୁଆଲୁଚି ମଧ୍ୟରେ ନିର୍ମାଣ ହେବାକୁ ଥିବା ନୂତନ ସେତୁ ପାଇଁ 3,094 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଫଳରେ ନୂଆ ଆଇପିଏଲ ଟିମ୍ ଟଙ୍କାରେ ସେହିପରି ୩ରୁ ଅଧିକ ସେତୁ ମଧ୍ୟ ନିର୍ମାଣ ହୋଇପାରିଥାନ୍ତା ଭାରତ ପ୍ରତିରକ୍ଷା କ୍ଷେତ୍ରରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି । ନିକଟରେ ରାଫେଲ ଯୁଦ୍ଧ ବିମାନ ବାୟୁସେନାକୁ ଅଧିକ ବଳ ଦେଇଛି

ଭାରତ କିଣିଥିବା ଗୋଟିଏ ରାଫେଲର ଦାମ ରହିଛି 1 ହଜାର 670 କୋଟି ଟଙ୍କା । ଏହାକୁ ଯଦି ହିସାବକୁ ନେବା ତେବେ ନୂଆ ଆଇପିଏଲ ଟିମ୍ ଟଙ୍କାରେ ଏକାଧିକ ରାଫେଲ ଭାରତକୁ ମିଳିପାରିଥାନ୍ତା । ଏହାଛଡା ପ୍ରାୟ 861 କୋଟି ଟଙ୍କାରେ ନୂତନ ସଂସଦ ଗୃହ ନିର୍ମାଣ ହେଉଛି । ଫଳରେ ନୂଆ ଟିମ୍ ଟଙ୍କାରେ ଏହାକୁ ମଧ୍ୟ ଭାରତ ହାସଲ କରିପାରିଥାନ୍ତା । ଆଉ ଏଖ ପ୍ରକଳ୍ପକୁ ଯଦି ଦେଖିବା ପମ୍ବାନରେ ଭାରତର ପ୍ରଥମ ଭର୍ଟିକାଲ୍ ଲିଫ୍ଟ ସମୁଦ୍ର ବ୍ରିଜ୍ ନିର୍ମାଣ ପାଇଁ 250 କୋଟି ଟଙ୍କା ଖର୍ଚ୍ଚ ହେବ । ତେଣୁ ଏହି ଟଙ୍କାର ଏହିଭଳି ଏକାଧିକ ବ୍ରିଜ୍ ମଧ୍ୟ ପ୍ରସ୍ତୁତ ହୋଇପାରିଥାନ୍ତା । ଅନ୍ୟପଟେ ଦୁନିଆରେ ନିଲାମ ହୋଇଥିବା ସବୁଠି ମହଙ୍ଗା ଜିନିଷ ହେଉଛି ଲିଓନାର୍ଡୋ ଭିଞ୍ଚିଙ୍କ ସାଲଭେଟର ମୁଣ୍ଡି । ଯାହା 2017ରେ ପ୍ରାୟ ୩ହଜାର ୫୦୦କୋଟି ଟଙ୍କାରେ ନିଲାମ ହୋଇଥିଲା । ମାତ୍ର ତାହାକୁ ଏବେ ବଳି ଯାଇଛି ଆଇପିଏଲର ନୂଆ ଦଳ । ପୂର୍ବରୁ 2008ରେ ଆଠଟି ଦଳ ପାଇଁ ମୋଟ 723 ଦଶମିକ 59 ମିଲିୟନ୍ ଡଲାର୍ ବିଡ୍ କରାଯାଇଥିଲା । ତେବେ ଏହାଠାରୁ ବର୍ତ୍ତମାନ କେବଳ ଲକ୍ଷ୍ନୈା ଟିମର ମୂଲ୍ୟ ଏହାଠାରୁ ବହୁତ ଅଧିକ । ସେ ଯାହାହେଉ ଆଗାମୀ ଦିନରେ କିନ୍ତୁ ଆଇପିଏଲର ଭରପୁର ମଜା ଉଠାଇବେ କ୍ରିକେଟ ପ୍ରେମୀ । ସମସ୍ତେ ଫଟାଫଟ୍ କ୍ରିକେଟରେ ନୂଆ କ୍ରେଜରେ ଝୁମିବେ । କାରଣ ଆସନ୍ତା ଥରକୁ ଆହୁରି ଜୋରଦାର ହେବ ଲଢେଇ ।

10 teams in IPL୧୦ଟି ଟିମ୍2021-22 ବଜେଟରେ ଖେଳ ପାଇଁ 2ହଜାର 596 କୋଟି ଟଙ୍କାAhmedabad team for Rs 5625 croreAIIMSAIIMS delhi budget 3800 crores rupeesBCCICVC Capital Partnershealth infrastructureindias development waysIPLIPL franchiseeIPL new teamsLucknow and Ahmedabad in IPLLucknow franchise for Rs 7090 crorelucknow team costs seven thousand ninety croressanjiv goenka bids for lucknowsports budget 2021-22T20 IPL cricketଅହମଦାବାଦ ଓ ଲକ୍ଷ୍ନୌ ଆପିଏଲରେଆରପି-ସଞ୍ଜୀବ ଗୋଏଙ୍କା ଗ୍ରୁପ୍ ୭ହଜାର୯୦ କୋଟି ଟଙ୍କା ମୂଲ୍ୟରେ ଲକ୍ଷ୍ନୌଫଟାଫଟ୍ କ୍ରିକେଟବିସିସିଆଇସିଭିସି କ୍ୟାପିଟାଲ ୫ହଜାର ୨୦୦ କୋଟି ଟଙ୍କାରେ ଅହମଦାବାଦକୁ କିଣିଛନ୍ତି
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami