ଲୋକଙ୍କ ସେବାରେ ୪ ବନ୍ଧୁ

କରୋନା ସଂକ୍ରମିତଙ୍କ ଶେଷ ସାହାରା ସେମାନେ । ନିଷ୍ଠାପର ସେବା କରି ଜୀବନ ବଂଚାଉଥିବା ମଣିଷ ସେମାନେ । ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ଉଦ୍ଧାର କରିବାର ପଣ କରିଛନ୍ତି ଏହି ୪ ଉଦୀୟମାନ ଯୁବକ । ଲୋକଙ୍କ ସେବା କରୁ କରୁ ୪ ଯୁବକଙ୍କୁ ଭଲ ବନ୍ଧୁ କରିଦେଇଛି ମହାମାରୀ କରୋନା । ବୟସ ବେଶୀ ନୁହେଁ, କାହାର ୨୫, ତ କାହାର ୩୦ ବର୍ଷ, ହେଲେ କରୋନା ସହ ଲଢ଼େଇ ଭଳି ଗୁରୁ ଦାୟିତ୍ୱର ଭାର ଏମାନଙ୍କ ମୁଣ୍ଡରେ ।

ସରକାରୀ ରିପୋର୍ଟ ଅନୁଯାୟୀ ଭଦ୍ରକ ଜିଲ୍ଲାରେ ସର୍ବମୋଟ ୪ଲକ୍ଷ ୮୧ ହଜାର ୯୨୧ ଜଣଙ୍କ କୋଭିଡ୍ ଟେଷ୍ଟ (ଆଂଟିଜେନ ଓ ଆର୍‌ଟିପିସିଆର୍‌) ସରିଛି । ଏଥିରୁ ୨୩ ହଜାର ୮ଜଣଙ୍କୁ କରୋନା ସଂକ୍ରମଣ କରିଥିବାବେଳେ ଜିଲ୍ଲାରେ ୫୦ ଜଣଙ୍କ ଜୀବନ ନେଇଛି ମହାମାରୀ । ଗତ ଏପ୍ରିଲ ମାସରୁ ଅଦ୍ୟାବଧି ଜିଲ୍ଲା ହସ୍ପିଟାଲରେ ଓ ଜିଲ୍ଲା ସଦର ମହକୁମା ଏକମାତ୍ର କୋଭିଡ୍ ଟେଷ୍ଟିଂ ସେଂଟର ବସ୍‌ଷ୍ଟାଣ୍ଡ ନିକଟ ବିଜୁ କଲ୍ୟାଣ ମଣ୍ଡପଠାରେ ଚାଲିଛି । ଏଠାରେ ଅବସ୍ଥାପିତ ୪ ଯୁବ କୋଭିଡ୍ ଏଲ୍‌ଟି (ଲାବୋରେଟୋରୀ ଟେକ୍‌ନିସିଆନ୍‌)ଙ୍କ ସେବା ମନୋଭାବକୁ ନେଇ ଏବେ ଅଂଚଳରେ ବେଶ୍ ଚର୍ଚ୍ଚା । ଏହି ୪ ଯୁବ ଯୋଦ୍ଧା ୭୦ ହଜାର କୋଭିଡ୍ ଟେଷ୍ଟ କରିବାରେ ସଫଳ ହୋଇଛନ୍ତି । ଲ୍ୟାବ୍ ଆସିଷ୍ଟାଂଟ ଏଲଟି ଚନ୍ଦ୍ରକାନ୍ତ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟିମ୍‌ରେ ଅଛନ୍ତି ଜିତେନ୍ଦ୍ର କୁମାର ଦାସ, ବିଜନଜ୍ୟୋତି ପାଢ଼ୀ ଓ ଶୁଭେନ୍ଦୁ ସ୍ୱାଇଁ । ୨୦୨୦ କରୋନା ସମୟରୁ ଏମାନେ ଲୋକଙ୍କ ସାଥୀରେ । ଅଧିକାଂଶ ସମୟ ଡାକ୍ତରଖାନା ଫିବର୍ କ୍ଲିନିକରେ୍ ବିତୁଛି । ଲୋକଙ୍କ ଜ୍ୱର ଓ କାଶର ପରୀକ୍ଷା କରିବା ହେଉ କି କରୋନା ବାବଦରେ ଲୋକଙ୍କୁ ସଚେତନ କରିବା କଥା ହେଉ ସବୁଥିରେ ଏମାନେ ଆଗୁଆ । ସ୍ୱାବ ପରୀକ୍ଷା କରି ଲୋକଙ୍କୁ ସଙ୍ଗରୋଧରେ ରହିବା ଓ ଔଷଧ ଖାଇବା ପାଇଁ ପରାମର୍ଶ ଦେବା କାମ ବି ଏମାନଙ୍କର । କରୋନାର ପ୍ରଥମ ଲହରରେ ବି ଏମାନେ ସମାନ ଭାବେ ଲୋକଙ୍କୁ ସୁରକ୍ଷା ଓ ଗଣ ସଂକ୍ରମଣ ରୋକିବାକୁ ସରକାରଙ୍କ ଆହ୍ୱାନକୁ ଗ୍ରହଣ କରିଥିଲେ । ଅସ୍ଥାୟୀ ସଙ୍ଗରୋଧ ସ୍ଥାପନ ଓ ପ୍ରବାସୀମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଏହି ୪ ଜଣ ଯୁବ ଟେକ୍ନିସିଆନ୍ ନିଜ ଜୀବନକୁ ବାଜି ଲଗାଇ ଜିଲ୍ଲା ହସ୍ପିଟାଲ ପରିସରରେ ଥିବା କୋଭିଡ୍ ଟେଷ୍ଟିଂ ସେଂଟରରେ ପ୍ରାୟ ୨୮ ହଜାର ଲୋକଙ୍କର ଆର୍‌ଟିପିସିଆର୍ ଓ ଆଂଟିଜେନ୍ ଟେଷ୍ଟ କରି ସାରିଥିବାବେଳେ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଟେଷ୍ଟିଂ ସେଂଟରଠାରେ ସର୍ବାଧିକ ରେକର୍ଡ ସଂଖ୍ୟକ ୪୨ ହଜାର ଜଣଙ୍କ କୋଭିଡ୍ ଟେଷ୍ଟ କରିଛନ୍ତି । ଏହାବାଦ୍ ଏହି ୪ ଯୁବକ ଏଲ୍‌ଟି ଜିଲ୍ଲାସ୍ତରୀୟ ବହୁ କ୍ୟାମ୍ପକୁ ଯାଇ ପୁଲିସ୍‌, ବ୍ୟାଙ୍କ୍ କର୍ମଚାରୀ, ନେସେ୍‌କା କର୍ମଚାରୀ, ଓଡ୍ରାଫ୍ ଟିମ୍ ଆଦିଙ୍କ କୋଭିଡ୍ ଟେଷ୍ଟ କରିଛନ୍ତ । ଦୀର୍ଘ ୩ ମାସ ହେଲାଣି ଘର, ପରିବାର ମୁହଁ ନ ଦେଖି ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ସମଗ୍ର ଭଦ୍ରକ ଜିଲ୍ଲା କୋଭିଡ୍ ଯୁଦ୍ଧରେ ଏହି ୪ ପ୍ରମୁଖ ଯୁବ ଲାବୋରେଟୋରୀ ଟେକ୍ନିସିଆନ୍‌ଙ୍କ କାର୍ଯ୍ୟଦକ୍ଷତାକୁ ଏବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

୨୦୨୦ କରୋନା ସମୟ୪ ଉଦୀୟମାନ ଯୁବକ୪ ଯୁବ କୋଭିଡ୍ ଏଲ୍‌ଟିantigen testingbank employeesbhadrak districtbijanjyoti padheeCoronavirus awarenesscovid 19Covid second wavecovid testing centre near biju kalyan mandapcovid victimscovid warriorscovid warriors bhadrakjitendra kumar daslab assistant chandrakant khuntialast companionNESCO employeesODRAF teampoliceRTPCR testingsocial servicesocial welfaresubhendu swainyoung covid lab technicianଅସ୍ଥାୟୀ ସଙ୍ଗରୋଧ ସ୍ଥାପନଆଂଟିଜେନ ଓ ଆର୍‌ଟିପିସିଆର୍‌ଓଡ୍ରାଫ୍ ଟିମ୍କରୋନା ସଂକ୍ରମଣକରୋନା ସଂକ୍ରମିତକୋଭିଡ୍ ଟେଷ୍ଟିଂ ସେଂଟରଚନ୍ଦ୍ରକାନ୍ତ ଖୁଣ୍ଟିଆଜିତେନ୍ଦ୍ର କୁମାର ଦାସଜିଲ୍ଲା ସଦର ମହକୁମାଜିଲ୍ଲା ହସ୍ପିଟାଲନେସେ୍‌କା କର୍ମଚାରୀପୁଲିସ୍‌ପ୍ରବାସୀମାନଙ୍କ ଥଇଥାନବିଜନଜ୍ୟୋତି ପାଢ଼ୀବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଟେଷ୍ଟିଂ ସେଂଟରବ୍ୟାଙ୍କ୍ କର୍ମଚାରୀଭଦ୍ରକ ଜିଲ୍ଲାଯୁବ ଯୋଦ୍ଧାଲାବୋରେଟୋରୀ ଟେକ୍‌ନିସିଆନ୍‌ଲ୍ୟାବ୍ ଆସିଷ୍ଟାଂଟଶୁଭେନ୍ଦୁ ସ୍ୱାଇଁଶେଷ ସାହାରା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami