ଲୋକଙ୍କ ସେବାରେ ୪ ବନ୍ଧୁ

Above Post Content

କରୋନା ସଂକ୍ରମିତଙ୍କ ଶେଷ ସାହାରା ସେମାନେ । ନିଷ୍ଠାପର ସେବା କରି ଜୀବନ ବଂଚାଉଥିବା ମଣିଷ ସେମାନେ । ନିଜ ଜୀବନକୁ ବିପଦରେ ପକାଇ ଅନ୍ୟକୁ ଉଦ୍ଧାର କରିବାର ପଣ କରିଛନ୍ତି ଏହି ୪ ଉଦୀୟମାନ ଯୁବକ । ଲୋକଙ୍କ ସେବା କରୁ କରୁ ୪ ଯୁବକଙ୍କୁ ଭଲ ବନ୍ଧୁ କରିଦେଇଛି ମହାମାରୀ କରୋନା । ବୟସ ବେଶୀ ନୁହେଁ, କାହାର ୨୫, ତ କାହାର ୩୦ ବର୍ଷ, ହେଲେ କରୋନା ସହ ଲଢ଼େଇ ଭଳି ଗୁରୁ ଦାୟିତ୍ୱର ଭାର ଏମାନଙ୍କ ମୁଣ୍ଡରେ ।

Middle post content

ସରକାରୀ ରିପୋର୍ଟ ଅନୁଯାୟୀ ଭଦ୍ରକ ଜିଲ୍ଲାରେ ସର୍ବମୋଟ ୪ଲକ୍ଷ ୮୧ ହଜାର ୯୨୧ ଜଣଙ୍କ କୋଭିଡ୍ ଟେଷ୍ଟ (ଆଂଟିଜେନ ଓ ଆର୍‌ଟିପିସିଆର୍‌) ସରିଛି । ଏଥିରୁ ୨୩ ହଜାର ୮ଜଣଙ୍କୁ କରୋନା ସଂକ୍ରମଣ କରିଥିବାବେଳେ ଜିଲ୍ଲାରେ ୫୦ ଜଣଙ୍କ ଜୀବନ ନେଇଛି ମହାମାରୀ । ଗତ ଏପ୍ରିଲ ମାସରୁ ଅଦ୍ୟାବଧି ଜିଲ୍ଲା ହସ୍ପିଟାଲରେ ଓ ଜିଲ୍ଲା ସଦର ମହକୁମା ଏକମାତ୍ର କୋଭିଡ୍ ଟେଷ୍ଟିଂ ସେଂଟର ବସ୍‌ଷ୍ଟାଣ୍ଡ ନିକଟ ବିଜୁ କଲ୍ୟାଣ ମଣ୍ଡପଠାରେ ଚାଲିଛି । ଏଠାରେ ଅବସ୍ଥାପିତ ୪ ଯୁବ କୋଭିଡ୍ ଏଲ୍‌ଟି (ଲାବୋରେଟୋରୀ ଟେକ୍‌ନିସିଆନ୍‌)ଙ୍କ ସେବା ମନୋଭାବକୁ ନେଇ ଏବେ ଅଂଚଳରେ ବେଶ୍ ଚର୍ଚ୍ଚା । ଏହି ୪ ଯୁବ ଯୋଦ୍ଧା ୭୦ ହଜାର କୋଭିଡ୍ ଟେଷ୍ଟ କରିବାରେ ସଫଳ ହୋଇଛନ୍ତି । ଲ୍ୟାବ୍ ଆସିଷ୍ଟାଂଟ ଏଲଟି ଚନ୍ଦ୍ରକାନ୍ତ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟିମ୍‌ରେ ଅଛନ୍ତି ଜିତେନ୍ଦ୍ର କୁମାର ଦାସ, ବିଜନଜ୍ୟୋତି ପାଢ଼ୀ ଓ ଶୁଭେନ୍ଦୁ ସ୍ୱାଇଁ । ୨୦୨୦ କରୋନା ସମୟରୁ ଏମାନେ ଲୋକଙ୍କ ସାଥୀରେ । ଅଧିକାଂଶ ସମୟ ଡାକ୍ତରଖାନା ଫିବର୍ କ୍ଲିନିକରେ୍ ବିତୁଛି । ଲୋକଙ୍କ ଜ୍ୱର ଓ କାଶର ପରୀକ୍ଷା କରିବା ହେଉ କି କରୋନା ବାବଦରେ ଲୋକଙ୍କୁ ସଚେତନ କରିବା କଥା ହେଉ ସବୁଥିରେ ଏମାନେ ଆଗୁଆ । ସ୍ୱାବ ପରୀକ୍ଷା କରି ଲୋକଙ୍କୁ ସଙ୍ଗରୋଧରେ ରହିବା ଓ ଔଷଧ ଖାଇବା ପାଇଁ ପରାମର୍ଶ ଦେବା କାମ ବି ଏମାନଙ୍କର । କରୋନାର ପ୍ରଥମ ଲହରରେ ବି ଏମାନେ ସମାନ ଭାବେ ଲୋକଙ୍କୁ ସୁରକ୍ଷା ଓ ଗଣ ସଂକ୍ରମଣ ରୋକିବାକୁ ସରକାରଙ୍କ ଆହ୍ୱାନକୁ ଗ୍ରହଣ କରିଥିଲେ । ଅସ୍ଥାୟୀ ସଙ୍ଗରୋଧ ସ୍ଥାପନ ଓ ପ୍ରବାସୀମାନଙ୍କ ଥଇଥାନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଥିଲେ । ଏହି ୪ ଜଣ ଯୁବ ଟେକ୍ନିସିଆନ୍ ନିଜ ଜୀବନକୁ ବାଜି ଲଗାଇ ଜିଲ୍ଲା ହସ୍ପିଟାଲ ପରିସରରେ ଥିବା କୋଭିଡ୍ ଟେଷ୍ଟିଂ ସେଂଟରରେ ପ୍ରାୟ ୨୮ ହଜାର ଲୋକଙ୍କର ଆର୍‌ଟିପିସିଆର୍ ଓ ଆଂଟିଜେନ୍ ଟେଷ୍ଟ କରି ସାରିଥିବାବେଳେ ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ ଟେଷ୍ଟିଂ ସେଂଟରଠାରେ ସର୍ବାଧିକ ରେକର୍ଡ ସଂଖ୍ୟକ ୪୨ ହଜାର ଜଣଙ୍କ କୋଭିଡ୍ ଟେଷ୍ଟ କରିଛନ୍ତି । ଏହାବାଦ୍ ଏହି ୪ ଯୁବକ ଏଲ୍‌ଟି ଜିଲ୍ଲାସ୍ତରୀୟ ବହୁ କ୍ୟାମ୍ପକୁ ଯାଇ ପୁଲିସ୍‌, ବ୍ୟାଙ୍କ୍ କର୍ମଚାରୀ, ନେସେ୍‌କା କର୍ମଚାରୀ, ଓଡ୍ରାଫ୍ ଟିମ୍ ଆଦିଙ୍କ କୋଭିଡ୍ ଟେଷ୍ଟ କରିଛନ୍ତ । ଦୀର୍ଘ ୩ ମାସ ହେଲାଣି ଘର, ପରିବାର ମୁହଁ ନ ଦେଖି ସମାଜସେବାରେ ନିଜକୁ ନିୟୋଜିତ କରିଛନ୍ତି । ସମଗ୍ର ଭଦ୍ରକ ଜିଲ୍ଲା କୋଭିଡ୍ ଯୁଦ୍ଧରେ ଏହି ୪ ପ୍ରମୁଖ ଯୁବ ଲାବୋରେଟୋରୀ ଟେକ୍ନିସିଆନ୍‌ଙ୍କ କାର୍ଯ୍ୟଦକ୍ଷତାକୁ ଏବେ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami