ତାଲିବାନ ପ୍ରମୁଖ ଆଖୁଁଦଜାଦା କ’ଣ ପାଇଁ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ?

କାବୁଲ ଉପରେ ତାଲିବାନର କବଜା ପରଠାରୁ ଏହାର ବଡ଼ବଡ଼ ନେତା ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛନ୍ତି । ନିର୍ବାସନ, ଆତ୍ମଗୋପନ କରିଥିବା ତାଲିବାନ ନେତା ସବୁ ୨୦ ବର୍ଷ ପରେ ଲୋକଙ୍କ ସାମ୍ନାକୁ ଆସୁଛନ୍ତି । ସାମ୍ବାଦିକ ସମ୍ମିଳନୀରେ ନିଜ କଥା ରଖୁଛନ୍ତି । କିନ୍ତୁ ଜଣେ ବ୍ୟକ୍ତି ଏପର୍ଯ୍ୟନ୍ତ ପରଦା ଆଢୁଆଳରୁ ବାହାରି ନାହାନ୍ତି । ସେ ହେଉଛନ୍ତି ତାଲିବାନର ସୁପ୍ରିମ କମାଣ୍ଡର ହିବାତୁଲ୍ଲାହ ଆଖୁଁଦଜାଦା । ଅଖୁଁଯାଦା ପାକିସ୍ତାନରୁ ଆସି ଆଫଗାନିସ୍ତାନରେ ପହଂଚି ସାରିଲେଣି । କିନ୍ତୁ ସାର୍ବଜନୀକ ଭାବେ ତାଙ୍କୁ ଦେଖିବାକୁ ମିଳିନାହିଁ । ୨୧ ବର୍ଷର ସଂଘର୍ଷ ପରେ କ୍ଷମତା ଦଖଲ କରିଥିବା ଆଖୁଁଦଜାଦା କ’ଣ ପାଇଁ ନଜର ଆଢୁଆଳରେ ଅଛନ୍ତି ?

ଆଖୁଁଦଜାଦା କେଉଁଠି ?

ଆଖୁଁଦଜାଦା ଏବେ କାନ୍ଦାହାରରେ ଥିବା କଥା କହୁଛି ତାଲିବାନ । ତାଲିବାନର ମୁଖପାତ୍ର ଜବିନୁଲ୍ଲାହ ମୁଜାହିଦ ଅନୁସାରେ ଆଖୁଁଦଜାଦା ମୁଳରୁ ହିଁ କାନ୍ଦାହାରରେ ରହି ଆସୁଛନ୍ତି । ଠିକ୍ ସମୟରେ ସେ ଲୋକଙ୍କ ସାମ୍ନାକୁ ଆସିବେ । ଆଖୁଁଦଜାଦା ହେଉଛି ତାଲିବାନର ସୁପ୍ରିମ କମାଣ୍ଡର । ୨୦୧୬ ମସିହାରେ ସେ ତାଲିବାନର ଡୋର ଧରିଥିଲା । ତା’ର ପୂର୍ବବର୍ତ୍ତି କମାଣ୍ଡର ଆମେରିକାନ ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇବା ପରେ ଆଖୁଁଦଜାଦା ଉପରେ ତାଲିବାନକୁ ପୁଣି ସଂଗଠିତ କରିବା ଦାୟିତ୍ୱ ପଡିଥିଲା । ଆଉ ଆଖୁଁଦଜାଦା ଏଥିରେ ନିଶ୍ଚିୟ ସଫଳ ହୋଇଛି ।

ରହସ୍ୟମୟ ଆଖୁଁଦଜାଦା

ଆଖୁଁଦଜାଦା କିଏ ? ତା’ର ଅତିତ କଣ ? ଏ ବାବଦରେ ଖୁବ ତଥ୍ୟ ରହିଛି । ଖୁବ କମ ଲୋକ ତାକୁ ଦେଖିଛନ୍ତି ଓ ତା’ଠାରୁ କମ ଲୋକ ତା’ବାବଦରେ ଜାଣିଛନ୍ତି । ଆଖୁଁଦଜାଦାର ସାର୍ବଜନୀକ ଜୀବନ ବହୁତ ସୀମିତ । ତାଲିବାନ ତରଫରୁ ବେଳେ ବେଳେ କୌଣସି ପ୍ରେସ ବକ୍ତବ୍ୟ ଜାରି ବେଳେ ଆଖୁଁଦଜାଦାର ଛୋଟ ଫଟୋଟି ଜାରି କରାଯାଇଥାଏ । ସେ କେବେ ମଧ୍ୟ ଲୋକଙ୍କ ସାମ୍ନାକୁ ଆସେ ନାହିଁ । ଏପରିକି ଅଗଷ୍ଟ ୧୫ ତାରିଖ ଦିନ କାବୁଲ ଉପରେ କବଜା ପରେ ମଧ୍ୟ ଆଖୁଁଦଜାଦା ଲୋକଙ୍କ ଗହଣକୁ ଆସିନଥିଲା । ତାଲିବାନର ଅନ୍ୟ ନେତା ମିଡିଆ ସାମ୍ନାରେ ନିଜ ବକ୍ତବ୍ୟ ରଖିଥିବା ବେଳେ ଆଖୁଁଦଜାଦା ଏବେ ମଧ୍ୟ ମିଡିଆଠାରୁ ବହୁତ ଦୁରରେ ।

ରହସ୍ୟମୟ ଇତିହାସ ?

ତାଲିବାନ ତା’ର ନେତାଙ୍କୁ ନେଇ ରହସ୍ୟମୟ ଆବରଣ ତିଆରି କରିଥାଏ । ତାଲିବାନର ପ୍ରଥମ ନେତା ମୁଲ୍ଲା ମହମ୍ମଦ ଓମାରକୁ ଏକ ଉଦାହରଣ ଭାବେ ନିଆଯାଇପାରେ । ଓମାର ନିଜ ନିଃସଙ୍ଗ ଜୀବନ ପାଇଁ କୁଖ୍ୟାତ ଥିଲା । ଆଫଗାନିସ୍ତାନ ଉପରେ କବଜା ପରେ ସେ କେବେ ମଧ୍ୟ କାବୁଲ ବାହାରକୁ ଯାଇନଥିଲା । ମିଡିଆ ପାଖରେ ତା’ର ଗୋଟିଏ ପୁରୁଣା ଷ୍ଟାମ୍ପ ସାଇଜ୍ ଫଟୋ ଥିଲା । କାନ୍ଦାହାରରୁ ନିଜ ଅଭିଯାନ ଆରମ୍ଭ କରିଥିବା ମୁଲ୍ଲା ଓମାର ବିଦେଶୀ ପ୍ରତିନିଧିଙ୍କୁ ମଧ୍ୟ ସହଜରେ ସାକ୍ଷାତ ଦେଉନଥିଲା । ଏବେ ବି ତାଲିବାନର ବଡ ନେତା ହେଉଛି ମୁଲ୍ଲା ଓମାର । ମୁଲ୍ଲା ମରିବା ପରେ ମଧ୍ୟ ତା’ରି ଶବ୍ଦ ହିଁ ତାଲିବାନର ସମ୍ବିଧାନ ।

ଓମାର ରାସ୍ତାରେ ଅଖୁଁଯାଦା

ଓମାର ଭଳି ମୁଲ୍ଲା ମଧ୍ୟ ଅଦୃଷ୍ୟ ରହି ସବୁକିଛି ନିୟନ୍ତ୍ରଣ କରିବାରେ ବିଶ୍ୱାସ କରେ ବୋଲି ରାଜନୈତିକ ବିଶେଷଜ୍ଞ ଲରେଲ ମିଲର କୁହନ୍ତି । ମିଲରଙ୍କ ଅନୁସାରେ ମୁଲ୍ଲା ଓମାର ଭଳି ଆଖୁଁଦଜାଦା ବୈରାଗୀର ଜୀବନ ଯିଉଁଛି । ଏହା ସହିତ ନିଜ ପୂର୍ବବର୍ତ୍ତି କମାଣ୍ଡର ଯେଉଁଭଳି ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଥିଲା ,ତାକୁ ଦୃଷ୍ଟିରେ ରଖି ତାଲିବାନ ନିଜ ସୁପ୍ରିମ କମାଣ୍ଡରକୁ ସର୍ବସାଧାରଣକୁ ଆଣୁନାହିଁ । ଆଉ ଯଦି ବି ଆଖୁଁଦଜାଦା କେବେ ସାର୍ବଜନୀନ ଭାବେ ଆତ୍ମପ୍ରକାଶ କରେ ତେବେ ଖୁବ ଅଳ୍ପଦିନ ପାଇଁ କି ଅଳ୍ପ ସମୟ ପାଇଁ ସେଭଳି ହେବ । ସେ ଜୀବିତ ବୋଲି ପ୍ରମାଣ ଦେବା ପରେ ଆଖୁଁଦଜାଦା ପୁଣିଥରେ ସମସ୍ତଙ୍କ ନଜର ଆଢୁଆଳରୁ ଦୁରକୁ ଚାଲିଯିବ ବୋଲି ମିଲର କୁହନ୍ତି ।

Akhundzadaakhundzada in kandaharHibatullah Akhundzadalaurel miller afghanistanMullah Mohammad Omartaliban captures afghanistanTaliban spokesman Zabihullah MujahidTaliban supreme leader Akhundzadaଆଖୁଁଦଜାଦାଆଖୁଁଦଜାଦା ଏବେ କାନ୍ଦାହାରରେଆଖୁଁଦଜାଦା କିଏଆଫଗାନିସ୍ତାନ ଉପରେ କବଜାତାଲିବାନ ପ୍ରମୁଖ ଆଖୁଁଦଜାଦାତାଲିବାନର ମୁଖପାତ୍ର ଜବିନୁତାଲିବାନର ସୁପ୍ରିମ କମାଣ୍ଡରମୁଲ୍ଲା ମହମ୍ମଦ ଓମାରରାଜନୈତିକ ବିଶେଷଜ୍ଞ ଲରେଲ ମିଲର
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami