ସୋସିଆଲ ମିଡିଆରେ ଟ୍ରୋଲ୍ ହେଲେ ‘ଖାନ ସାର୍ ପଟନା’

Above Post Content

ଡିଜିଟାଲ ପ୍ଲାଟଫର୍ମରେ ଆଜିକାଲି ସମସ୍ତେ ନିଜର ଟ୍ୟାଲେଣ୍ଟ ସୋ କରି କିମ୍ବା ଲୋକଙ୍କ ହିତ ପାଇଁ କାର୍ଯ୍ୟ କରି ଫେମସ ହେଉଛନ୍ତିଅନେକ ରୋଜଗାର ମଧ୍ୟ କରୁଛନ୍ତିଅନଲାଇନ କ୍ଲାସ ଜରିଆରେ ହେଉ କିମ୍ବା କୌଣସି ଜାରୁରୀ ସୂଚନା ମାଧ୍ୟମରେ ଲୋକମାନଙ୍କ ଧ୍ୟାନ କେନ୍ଦ୍ରୀତ କରି ଟଙ୍କା କମାଉଛନ୍ତି । ତେବେ ଏହି ମଧ୍ୟମରେ ଅନେକ ଫେମସ ମଧ୍ୟ ହେଲେଣି ।

ପଟନାର ଖାନ ସାର୍ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ । ତାଙ୍କ ଅନଲାଇନ କ୍ଲାସ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଥାଏ । ତାଙ୍କର ପ୍ରତିଟି ବିଷୟ ଯେପରି ଗୁରୁତ୍ୱପୂର୍ଣ୍ଣ ଥାଏ । ତା ଠାରୁ ଅଧିକ ଲୋକପ୍ରିୟ ତାଙ୍କ ବୁଝେଇବାର ଶୈଳୀକୁ ନେଇ ରହିଛି । ତାଙ୍କର ଏହି ବୁଝେଇବା ଶୈଳୀ ତାଙ୍କୁ ଆଜି ଲୋକପ୍ରିୟ କରାଇପାରିଛି । ବିହାରୀ ଅନ୍ଦାଜରେ ପଢ଼ାଇବା ସହ ପ୍ରତିଟି ବିଷୟକୁ ଖୁବ ସହଜ ଓ ମଜ୍ଜାଳିଆ ଢ଼ଙ୍ଗରେ ପରିବେଷଣ ତାଙ୍କୁ ସୋସିଆଲ ମିଡିଆରେ ବେଶ ଆଦୃତ କରିପାରିଛି ।

After 2nd paragraph post ads
Middle post content

ତେବେ କିଛିଦିନ ପୂର୍ବେ ଏମତି ଏକ ଭଡିଓକୁ ନେଇ ସାମ୍ନାକୁ ଆସିଥିଲେ , ଯାହାପାଇଁ ସେ ଏବେ ବିିବାଦ ଘେରରେ । ସେ ଫ୍ରାନ୍ସ- ପାକିସ୍ତାନର ସମ୍ବନ୍ଧ ଉପରେ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଏକ ଫଟୋ ରହିଥିଲା , ଯେଉଁଥିରେ ପାକିସ୍ତାନରେ ଫ୍ରାନ୍ସ ରାଜଦୂତଙ୍କୁ ନିଜ ଦେଶକୁ ଫେରିବା ପାଇଁ ବିରୋଧ ପ୍ରଦର୍ଶନ ହେଉଥିଲା । ଏହି ବିରୋଧରେ ଛୋଟ ପିଲା ମଧ୍ୟ ନଜର ଆସିଥିଲେ । ଏହାକୁ ଦେଖି ଖାନ ସାର୍ କିଛି ଏଭଳି ମତ ଦେଇଥିଲେ, ଯାହପରେ ସେ ଟ୍ୱିଟରରେ ଏବେ ଟ୍ରେଣ୍ଡରେ ଅଛନ୍ତି । #khansirpatna ରେ ଫ୍ୟାନ୍ସମାନେ ତାଙ୍କ ମନର କଥା କହି ସପୋର୍ଟ କରୁଛନ୍ତି ।

ଏହାପରେ କିଛି ମୁସଲିମ ବର୍ଗ ତାଙ୍କର ଏହି ବକ୍ତବ୍ୟକୁ ବିରୋଧ କରିଥିଲେ । ଯାହାପରେ ସେ ଏବେ ଟ୍ରେଣ୍ଡରେ ଅଛନ୍ତି । ଏହାପୂର୍ବରୁ ତାଙ୍କ ପ୍ରକୃତ ନାମକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami