୧୨୩ ବର୍ଷ ହେଲା ଜଳୁଛି ଗୋଟିଏ ବଲବ,ଯାହାର ନାମ ସେଣ୍ଟିନିୟଲ

Above Post Content

ଅନ୍ଧାର ଉପରେ ଆଲୋକର ବିଜୟ ଥିଲା ମାନବ ଇତିହାସର ସବୁଠାରୁ ବଡ଼ ଉପଲବ୍ଧି ଡିବି,ମଶାଲରୁ ଇଲେକ୍ଟ୍ରି ବଲ ହେଉଛି ସେହି ବିଜୟର ଗୋଟିଏ ଗୋଟିଏ ମାଇଲ ଖୁଣ୍ଟଘରେ ଇଲେକ୍ଟ୍ରି ସୁଇଚ୍ ଅନ୍ କରି ଆଲୁଅ ଲଗାଇବା ବେଳେ କେବେ ଭାବିଛନ୍ତି ୧୪୦ରୁ ଅଧିକ ବର୍ଷ ତଳେ ପ୍ରଥମ ଥର ପାଇଁ ଯେତେବେଳେ ରାତିର ଅନ୍ଧାର ଭିତରେ ବଲ୍ ଜଳିଥିବ,ବିନା ତେଲରେ.. କେଉଁ ଭଳି ଥିବ ସେହି ଅନୁଭବ ? ଆଜି ସାଧାରଣ ଲାଗୁଥିବା ଇଲେକ୍ଟ୍ରିକ୍ ବଲବ ଦିନେ ଥିଲା ମାନବ ଇତିହାସର ସବୁଠାରୁ ବଡ଼ ଆବିଷ୍କାର । । ୧୮୮୦, ଜାନୁଆରୀ ୨୭ରେ ଥମାସ୍ ଆଲ୍ଭା ଏଡିସନ୍ ପ୍ରଥମ ବଲବର ପେଣ୍ଟେଣ୍ଟ ହାସଲ କରିଥିଲେ । ଯଦିଓ ଏବେ ମାର୍କେଟରେ ଏଲଇଡି ବଲବ୍ ମିଳୁଛି କିନ୍ତୁ ଏଡିସନଙ୍କ ଫିଲାମେଣ୍ଟ ବଲବ୍ ୧୦୦ ବର୍ଷ ଧରି ଦୁନିଆରେ ରାଜ୍ କରିଥିଲା

ବଲର ନାମ ସେଣ୍ଟେନିୟଲ,ଯିଏ ୧୨୩ ବର୍ଷ ହେଲା ଜଳୁଛି

After 2nd paragraph post ads

ଏଡିସନ ଫିଲାମେଣ୍ଟର ଖୋଜ୍ ପାଇଁ ବହୁ ଏକ୍ସପରିମେଣ୍ଟ କରିଥିଲେ। ବହୁ ରିସର୍ଚ୍ଚ ପରେ ୧୮୮୦ରେ ତାଙ୍କୁ ଇଲେକ୍ଟ୍ରୋନିକ୍ ପେଣ୍ଟେଣ୍ଟ ସଂଖ୍ୟା ୨୨୩,୮୯୮ ପ୍ରଦାନ କରାଯାଇଥିଲାକାଲିଫର୍ଣ୍ଣିଆର ଲିବରମୋର ସହରରେ ଲାଗିଥିବା ଏହି ବଲବ୍ ଗିନିଜ୍ ବୁକ୍ ଅଫ୍ ରେକର୍ଡସ୍ ସହ ସମସ୍ତ ବିଶ୍ୱ ରେକର୍ଡସରେ ସ୍ଥାନ ପାଇଛି। କାରଣ ଏହି ବଲବ୍ ୧୦-୨୦ ବର୍ଷ ନୁହେଁ ବରଂ ୧୨୦ ବର୍ଷରୁ ଅଧିକ ସମୟ ଧରି ଜଳୁଛି । ଏହା ଲିବରମୋର୍ ସହରର ଫାୟାରବ୍ରିଗେଡ୍ ବିଭାଗର ଗ୍ୟାରେଜରେ ଲାଗିଛି

Middle post content

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କେମିତି ଏହି ବଲବ୍ ଦୀର୍ଘ ବର୍ଷ ଧରି ଜଳୁଛିଇଞ୍ଜିନିୟର୍ସଙ୍କ ମତରେ ଏବେକା ସମୟରେ ଗୋଟିଏ ବଲବର ଫିଲାମେଣ୍ଟ ୧ରୁ ୨ ବର୍ଷ ମଧ୍ୟରେ ଖରାପ ହୋଇଯାଏ । ଆସନ୍ତୁ ଜାଣିବା ଏହି ବଲବ୍ ସମ୍ପର୍କରେ…

ଏହି ବଲବର ନାଁ ସେଣ୍ଟେନିୟଲ୍ । ଯାହାକୁ ପ୍ରଥମଥର ପାଇଁ ୧୯୦୧ ମସିହାରେ ଜଳା ଯାଇଥିଲା। ସେସମୟରେ ଏହା ୬୦ ୱାଟ୍ ର ଥିଲା। ଏହାକୁ ଓହିୟୋର ଶ୍ଲେବି ସ୍ଥିତ ଶ୍ଲେବି ଇଲେକ୍ଟ୍ରୋନିକ୍ କମ୍ପାନୀ ବନାଇଥିଲା । ରିପୋର୍ଟ ଅନୁସାରେ ୧୮୯୦ ଦଶକର ଶେଷ ଆଡକୁ ତିଆରି ହୋଇଥିବା ଏହି ବଲବକୁ କିଣିଥିଲେ ଡେନିଲ୍ ବରନେଲ୍ ନାମକ ଜଣେ ବ୍ୟକ୍ତି । ପରବର୍ତ୍ତୀ ସମୟରେ ସେ ସହରର ଫାୟାର ଷ୍ଟେସନକୁ ଏହା ଦାନ କରିଥିଲେ ।

୧୯୩୭ ମସିହାରେ ବିଜୁଳି ଲାଇନ୍ ବଦଳାଇବା ପାଇଁ ଏହାକୁ ବନ୍ଦ କରାଯାଇଥିଲା ଦ୍ୱିତୀୟ ଥର ୧୯୭୬ରେ ଫାୟାର ଷ୍ଟେସନର ବିଲ୍ଡିଂ ବଦଳିବା ଯୋଗୁଁ ବନ୍ଦ ହୋଇଥିଲା। ପରେ ୨୦୧୩ରେ ସମସ୍ତେ ଭାବିଥିଲେ ବଲବ୍ ଫ୍ୟୁଜ୍ ହୋଇଯାଇଛି କିନ୍ତୁ ଯାଞ୍ଚରୁ ଜଣାପଡିଥିଲା ବଲବ୍ ନୁହେଁ ବରଂ ୭୬ ବର୍ଷ ପୁରୁଣା ତା’ର ଖରାପ ହୋଇଯାଇଛି । ତା’ର ବଦଳାଇବା ପରେ ପୁଣି ବଲବ୍ ଜଳିବାରେ ଲାଗିଥିଲା ।

ଏହି ବଲବର ଲୋକପ୍ରିୟତାକୁ ନଜରରେ ରଖି ଏକ ୱେବସାଇଟ୍ କରାଯାଇଥିଲା । ଯେଉଁଥିରେ ପ୍ରତି ୩୦ ସେକେଣ୍ଡରେ ବଲବର ନୂଆ ନୂଆ ଫଟୋ ଅପଡେଟ୍ ହୋଇଥାଏ କରାଯାଇଥାଏ । ଏପରିକି ବଲବ୍ ସମ୍ପର୍କରେ ସମସ୍ତ ତଥ୍ୟ, ଇତିହାସ ମଧ୍ୟ ଉଲ୍ଲେଖ ରହିଛି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami