![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଦୁବାଇ: ଭିନ୍ନ ଭିନ୍ନ ସାମଗ୍ରୀ ବା କୌଶଳକୁ ଭିତ୍ତି କରି ଦିନକୁ ଦିନ ନୂଆ ନୁଆ ବିଶ୍ୱ କୀର୍ତ୍ତିମାନ ସୃଷ୍ଟି କରିଚାଲିଛି । ନିକଟରେ ଦୁବାଇରେ ଏକ ବିରଳ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି । ଦୁବାଇସ୍ଥିତ ନଲେଜ୍ ପାର୍କରେ ସ୍ଥାପିତ ଏକ ବିଶାଳକାୟ ‘ରୁବିକ୍ସ କ୍ୟୁବ୍’ ହେଉଛି ଏହି ରେକର୍ଡର ଅଧକାରୀ । ଉକ୍ତ ଉଦ୍ୟାନର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସେଠାରେ ସ୍ଥାନ ପାଇଥିବା ଏହି ୩୦୦ କିଲୋଗ୍ରାମ୍ ଓଜନର ଘନାକାର ବସ୍ତୁକୁ ବିଶ୍ୱର ବୃହତ୍ତମ ‘ରୁବିକ୍ସ କ୍ୟୁବ୍’ର ମାନ୍ୟତା ମିଳିଛି । ଏହାର ପ୍ରତ୍ୟେକ ପାର୍ଶ୍ୱର ଦୈର୍ଘ୍ୟ ୩ ମିଟର ଲେଖାଏଁ ହୋଇଥିବା ବେଳେ ଏଥିରେ ୨୧ଟି ଏକମିଟର ଉଚ୍ଚତା ବିଶିଷ୍ଟ ଘନାକାର ଫାଇବର ଗ୍ଲାସ ଖଞ୍ଜାଯାଇଛି । ଦୁବାଇର ଉକ୍ତ ଉଦ୍ୟାନର କେନ୍ଦ୍ରସ୍ଥଳରେ ଏହି ବୃହତ୍ତମ ରୁବିକ୍ସ କ୍ୟୁବ୍କୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଉକ୍ତ ନଲେଜ୍ ପାର୍କରେ ଏଭଳି ବିରାଟକାୟ ରୁବିକ୍ସ କ୍ୟୁବ୍ ସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ସୃଜନଶୀଳ ଚିନ୍ତାଧାରା ଓ ବିଶ୍ଳେଷଣାତ୍ମକ ଦକ୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ଜ୍ଞାନ ଆହରଣର ଯାତ୍ରା ଆନନ୍ଦଦାୟକ ହୋଇପାରେ ବୋଲି ଲୋକଙ୍କୁ ମନେ ପକାଇବା । ଉଲ୍ଲେଖଯୋଗ୍ୟ, ୨୦୦୩ରେ ଏହି ଉଦ୍ୟାନ ସ୍ଥାପନ ହେଲା ପରଠାରୁ ଏଠାରେ ସ୍ଥାନୀୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ୭୦୦ରୁ ଅଧିକ ସ୍କୁଲ୍ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହୋଇସାରିଛି । ଏଠାରେ ୧୭୦ରୁ ଅଧିକ ଦେଶର ପ୍ରତିଭାମାନେ ଅଧ୍ୟୟନ ଓ ଗବେଷଣା କରୁଛନ୍ତି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)