ମିରା ପାବିସ୍ କିଏ,ମଣିପୁରରେ ଯାହାକୁ ଡରୁଛି ସେନା

Above Post Content

ଆସାମ ରାଇଫଲରେ ମହିଳା ସୁରକ୍ଷାକର୍ମୀଙ୍କ ସଂଖ୍ୟା ବହୁତ କମ ଓ ଅଧିକାରୀଙ୍କ ମାନିବା ହେଉଛି ଯେ,ସେମାନେ ଆଇନଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରଶିକ୍ଷିତ ନୁହନ୍ତି ମଣିପୁରରେ ମୁତୟନ କେନ୍ଦ୍ରୀୟ ଅଧିକାରୀ କ୍ରମାଗତ ଭାବେ ରାଜ୍ୟରେ ଅର୍ଦ୍ଧସୈନିକ ବଳରେ ମହିଳା କର୍ମୀଙ୍କୁ ଭର୍ତ୍ତି କରିବାକୁ ଅନୁରୋଧ କରି ଆସୁଛନ୍ତି । ଏହାର କାରଣ ହେଉଛି ମଣିପୁରରେ ମହିଳାମାନେ ସଂଗଠିତ ହୋଇ ସେନା ଓ ଅର୍ଦ୍ଧସାମରିକ ବଳଙ୍କୁ ସେମାନଙ୍କ କାର୍ଯ୍ୟ କରିବାରୁ ରୋକୁଛନ୍ତି । ସେନା କିମ୍ବା ଆସାମ ରାଇଫଲର ସୈନିକ କୌଣସି ଅପରେସନକୁ ଯିବା ବେଳେ ମହିଳା ସେମାନଙ୍କୁ ଅଟକାଉଛନ୍ତିସେନା ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି ମିରା ପାବିସ । ଏହି ମିରା ପାବିସକୁ ରୋକିବା ପାଇଁ ସେନା ଏବେ ଅଧିକ ସଂଖ୍ୟାରେ ମହିଳା ସୁରକ୍ଷାକର୍ମୀ ଚାହୁଁଛି । ତେବେ କିଏ ଏହି ମିରା ପାବିସ୍ ?

ନିଜକୁ ଉଲଗ୍ନ କରିବାକୁ ଦିଅନ୍ତି ଧମକ

After 2nd paragraph post ads

ସେନା ଯେଉଁ ମିରା ପାବିସକୁ ଭୟ କରୁଛି ସେହି ମିରା ପାବିସ୍ ଜଣେ ମହିଳା ନୁହନ୍ତି । ମଣିପୁରର ଇମ୍ଫାଲ ଘାଟିରେ ସମାଜର ବରିଷ୍ଠ ମହିଳା ମାନେ ନିଜକୁ ମିରା ପାବିସ ବୋଲି ଦାବି କରନ୍ତି । ତେଣୁ ଗୋଟିଏ ଗ୍ରୁପରେ ଅନେକ ମିରା ପାବିସ୍ ଥାଇ ପାରନ୍ତି । ଯେତେବେଳେ ସେନା କିମ୍ବା ଅର୍ଦ୍ଧସାମରିକ ବଳଙ୍କୁ ଏମାନେ ଘେରନ୍ତି ସେତେବେଳେ ସେମାନେ ନିଜକୁ ନିର୍ବସ୍ତ୍ର କରିବାର ଧମକ ଦିଅନ୍ତି । ଏମିତି କରି ସେମାନେ ସାମରିକ ବଳଙ୍କ ଉପରେ ମନୋବୈଜ୍ଞାନିକ ଚାପ ପ୍ରୟୋଗ କରିଥାନ୍ତି ।

ମୈତଇ ମହିଳା ହେଉଛନ୍ତି ମିରା ପାବିସ

Middle post content

ସମ୍ପ୍ରଦାୟକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରୁଥିବା ମୁସ୍କିଲ କ୍ଷଣରେ ମଣିପୁରର ପ୍ରତ୍ୟକ ମହିଳା ମୀରା ପାବିସ ବନିଯାଆନ୍ତିସ୍ୱାଧିନତା ପୂର୍ବରୁ ଓ ପରେ ସମାଜର ବିଭିନ୍ନ ଅନ୍ୟାୟ ବିରୋଧରେ ମଣିପୁରର ମହିଳା ପ୍ରତିବାଦ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ମୀରା ପାବିସ ମଧ୍ୟ ସେମାନଙ୍କ ମଧ୍ୟରୁ ଏକ ସମୁହ ।ଏହା ମୈତାଇ ସମ୍ପ୍ରଦାୟ ସହିତ ସମ୍ପର୍କ ରଖିଥାଏ ।

12 ଆତଙ୍କବାଦୀଙ୍କୁ ମୁକ୍ତ କରିବା ପଛରେ ମୀରା ପାବିସ୍

ନିକଟରେ ନିଜକୁ ମୀରା ପାବିସ ବୋଲି ଦାବି କରୁଥିବା 5 ଜଣ ମହିଳାଙ୍କୁ ଇମ୍ପାଲ ବାହ୍ୟଦେଶରେ ଥିବା ନଗା ମେରିଙ୍ଗ ଅଂଚଳରୁ ଗିରଫ କରାଯାଇଥିଲା । ଏହି 5 ଜଣ ଜଣେ ମହିଳାଙ୍କ ହତ୍ୟାରେ ସାମିଲ ଥିବା ଅଭିଯୋଗ ଥିଲା ।ଏହି 5 ଜଣ ମହିଳା ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନ କେୱାଇକେଏଲର 12 ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିବାରେ ପ୍ରମ୍ମୁଖ ଭୂମିକା ନିର୍ବାହ କରିଥିଲେ । ଏହି 12 ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଏଭଳି ଆତଙ୍କବାଦୀ ଥିଲା ଯିଏ 2015ରେ 18 ଜଣ ସୈନିକଙ୍କ ହତ୍ୟାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami