ଆଛେ ଦିନ କୁଆଡେ ଗଲା ? ହାଣ୍ଡିଶାଳରୁ ପେଟ୍ରୋଲ ପମ୍ପ ସବୁଠି ମହଙ୍ଗା ମାଡ଼

Above Post Content

ଆଛେ ଦିନର ଘୋଡ଼ା ଉପରେ ସବାର ହୋଇ ୨୦୧୪ରେ ମୋଦି କ୍ଷମତାକୁ ଆସିଥିଲେମୋଦି ଆସିଲେ ପେଟ୍ରୋଲ ଦର କମିବ, ମୋଦି ଆସିଲେ ଡାଲି, ତେଲ ଦର କମିବ । ଏମିତି ପ୍ରତିଶ୍ରୁତିର ପାହାଡ ଛିଡା କରି ମୋଦି ସରକାର କ୍ଷମତାକୁ ଆସିଥିଲେ । କିନ୍ତୁ ମୋଦିଙ୍କ ଦ୍ୱିତୀୟ ପାଳିରେ ଲାଗୁଛି ସବୁ ପ୍ରତିଶ୍ରୁତି କେବଳ ପ୍ରତାରଣା ହୋଇଯାଇଛି । ଯେଉଁମାନେ ଦିନେ କହୁଥିଲେ ମୋଦି କ୍ଷମତାକୁ ଆସିଲେ ପେଟ୍ରୋଲ ଲିଟର ପିଛା ୩୫ ଟଙ୍କା ପଡିବ ସେମାନେ ଏବେ ନିଜ ପୁରୁଣା ଟ୍ୱିଟକୁ ଖୋଜି ଖୋଜି ଡିଲିଟ୍ କରୁଛନ୍ତି । ଏହି ଟ୍ୱିଟ୍ ଡିଲିଟ୍ କରିବା ବ୍ୟକ୍ତିଙ୍କ ତାଲିକାରେ ଅଛି ବାବା ରାମଦେବଙ୍କ ନାମ

କାର୍ତ୍ତିକରେ ପରିବା ଦେଖିଲେ ପାଟିରୁ ବାହାରୁଛି ହେ ରାମ !

After 2nd paragraph post ads

ବାବା ରାମଦେବ ସେତେବେଳେ କ’ଣ କହିଥିଲେ ଏବେ ଲୋକଙ୍କ ପାଇଁ ମାଇନା ରଖେ ନାହିଁକାରଣ ଏବେ ସେମାନଙ୍କ ହାଣ୍ଡିଶାଳରେ ପଡିଛି ଚଡକଗ୍ୟାସଠାରୁ ଡାଲି ସବୁ ଏବେ ମହଙ୍ଗାକାର୍ତ୍ତିକ ମାସ ଆସ୍ଥାର ମାସ । ପବିତ୍ର କାର୍ତ୍ତିକରେ ହିନ୍ଦୁ ଆମିଶ ଭୋଜନକୁ ତ୍ୟାଗ କରିଥାନ୍ତି । ଏହି ମାସରେ ସାଧାରଣତଃ ପରିବା ବଜାରରେ ଅଧିକ ଭିଡ ହୋଇଥାଏ । କିନ୍ତୁ ଏବେ ପରିବା ବଜାରରେ ସେତେ ଗହଳି ନାହିଁ । ଆଉ ଯଦି ବି ଗହଳି ଅଛି ତେବେ ଲୋକଙ୍କ ବ୍ୟାଗର ଓଜନ କମ । କାର୍ତ୍ତିକ ମାସ ଆସିବା ସହିତ ସବୁଜ ପନିପରିବା ଦର ଆକାଶ ଛୁଇଁଛି । ଯାହାର ସିଧା ପ୍ରଭାବ ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରଙ୍କ ଉପରେ ପଡିଛି ।

Middle post content

ପରିବା ବଜାରର ଦର ଅନେକଙ୍କୁ ପରିବା ବଜାରରୁ ଦୁରେଇ ରହିବାକୁ ବାଧ୍ୟ କରୁଛିବାଇଗଣ ୭୦ରୁ କମ ନାହିଁ । କେଉଁଠି କେଉଁଠି ବାଇଗଣ ୧୦୦ ଟଙ୍କାରେ ବିକ୍ରି ହେଉଛିକଲରା ଅତିକମରେ ୬୦ଟମାଟ ୬୦ ଉପରେକଂଚା ଲଙ୍କା ଶହେ ଗ୍ରାମକୁ ୧୦ରୁ ୧୫ ଟଙ୍କାଶାଗ ବିଡା ୨୦ ଟଙ୍କା । ପିଆଜ ୫୦ ଉପରେ ।

ହୋଟେଲ ଖାଇବା ଲୋକଙ୍କୁ ବାଧିବ

ଇଏ ତ’ ଗଲା ଘରେ ରୋଷେଇ କରି ଖାଉଥିବା ଲୋକଙ୍କ କଥା । ସୋମବାର ଥିଲା ସେଇ ଲୋକଙ୍କ ପାଇଁ ଖରାପ ଦିନ ଯେଉଁମାନେ ଘର ଛାଡି ବାହାରେ ରୁହନ୍ତି । ହୋଟେଲ ସେମାନଙ୍କ ପାଇଁ ଭରସାଏବେ ହୋଟେଲରେ ଖାଦ୍ୟ ରେଟ୍ ବଢିବା ପକ୍କା । କାରଣ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ଏକାଥରକେ ୨୬୬ ଟଙ୍କା ବଢିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami