ଏମିତି ଜଣେ ରାଷ୍ଟ୍ରପତି ଯିଏ ନିଜ ହାତ ବୁଣା ଶାଢି ନାତୁଣିକୁ ବାହାଘରରେ ଉପହାର ଭାବେ ଦେଇଥିଲେ..

Above Post Content

ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଭାରତର ଆଗାମୀ ରାଷ୍ଟ୍ରପତି ହେବା ଏକରକମ ନିଶ୍ଚିତ । କାରଣ ତାଙ୍କ ପଛରେ ଶାସକ ଏନଡିଏ ମେଣ୍ଟ ସହିତ ବିଜେଡି ଓ ୱାଇଏସଆର କଂଗ୍ରେସର ସମର୍ଥନ ରହିଛି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ରାଷ୍ଟ୍ରପତିଙ୍କ ବାବଦରେ କହିବୁ ଯିଏ ନିଜ ବେତନର ମାତ୍ର ୨୫ ପ୍ରତିଶତ ନେଉଥିଲେ । ବାକି ଟଙ୍କାକୁ ରାଜକୋଷକୁ ଫେରାଇ ଦେଉଥିଲେ । କେବଳ ଏତିକି ନୁହେଁ ସେ ମଧ୍ୟ ରାଷ୍ଟ୍ରପତି ଭବନର ପ୍ରାଚୁଯ୍ୟ ଭିତରେ ମାଟିକୁ ଭୁଲିନଥିଲେତାଙ୍କ ବ୍ୟକ୍ତିଗତ ଷ୍ଟାଫରେ ମାତ୍ର ଜଣେ କର୍ମଚାରୀ ଥିଲେ ଓ ନିଜ ନାତୁଣୀକୁ ବାହାଘର ଉପହାର ଭାବେ ହାତବୁଣା ଲୁଗା ଦେଇଥିଲେ । ଆସନ୍ତୁ ଜାଣିବା କିଏ ସେହି ଅସାଧରଣ ବ୍ୟକ୍ତିତ୍ୱ ।

ବାବୁ ରାଜେନ୍ଦ୍ର ପ୍ରସାଦ ଯିଏ ନେଉଥିଲେ ମାତ୍ର ୨୫ ପ୍ରତିଶତ ଦରମା

After 2nd paragraph post ads

୧୯୫୦ ମସିହାରେ ବାବୁ ରାଜେନ୍ଦ୍ର ପ୍ରସାଦ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ । ସେତେବେଳର ଭାଇସରୟ ହାଉସକୁ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଭାବେ ଚିହ୍ନଟ କରାଯାଇଥିଲା । ପରେ ଭାଇସରୟ ଭବନର ନାମ ବଦଳି ହୋଇଥିଲା ରାଷ୍ଟ୍ରପତି ଭବନ । ଏହି ରାଷ୍ଟ୍ରପତି ଭବନରେ ପ୍ରଥମ ରାଷ୍ଟ୍ରପତି ଭାବେ ରାଜେନ୍ଦ୍ର୍ର ପ୍ରସାଦ ପ୍ରବେଶ କରିଥିଲେ । ରାଷ୍ଟ୍ରପତି ଭାବେ ରାଜେନ୍ଦ୍ର ପ୍ରସାଦଙ୍କ ସହିତ ରହୁଥିଲେ ମାତ୍ର ଜଣେ ବ୍ୟକ୍ତିଗତ ସହାୟକ । ସେତେବେଳେ ରାଷ୍ଟ୍ରପତିଙ୍କ ଦରମା ୧୦ ହଜାର ଟଙ୍କା ଥିଲାରାଜେନ୍ଦ୍ର ପ୍ରସାଦ ଏହି ଟଙ୍କାରୁ ୫ ହଜାର ଟଙ୍କା ଦରମା ଭାବେ ଗ୍ରହଣ କରି ବାକି ଟଙ୍କାକୁ ରାଜକୋଷକୁ ଫେରାଇ ଦେଉଥିଲେ । ପରେ ସେ ୨୫ଶହ ଟଙ୍କା ଅର୍ଥାତ ମାତ୍ର ୨୫ ପ୍ରତିଶତ ଦରମା ଭାବେ ନେଉଥିଲେ ।

Middle post content

ତଳେ ବସି ଖାଉଥିଲେ

ବିଶାଳ ରାଷ୍ଟ୍ରପତି ଭବନରେ ରହୁଥିବା ରାଜେନ୍ଦ୍ର ପ୍ରସାଦଙ୍କ ଜୀବନ ଅତ୍ୟନ୍ତ ସାଧାସିଧା ଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜୀବନଶୈଳୀଠାରୁ ଢେର ଭିନ୍ନ ଥିଲା ରାଜେନ୍ଦ୍ର ପ୍ରସାଦଙ୍କ ଜୀବନ । ନେହେରୁଙ୍କ ପୋଷାକ ଲଣ୍ଡନରୁ ଆଇରନ ହୋଇ ଆସୁଥିଲା ବୋଲି କୁହାଯାଉଥିବା ବେଳେ ରାଜେନ୍ଦ୍ର ପ୍ରସାଦଙ୍କ ବ୍ୟକ୍ତିଗତ ଷ୍ଟାଫରେ ମାତ୍ର ଜଣେ କର୍ମଚାରୀ ଥିଲେ । ସେ ଡାଇନିଂ ହଲରେ ବସି ଖାଇବା ଅପେକ୍ଷା ତଳେ ବସି ଖାଇବାକୁ ପସନ୍ଦ କରୁଥିଲେ । ରାଷ୍ଟ୍ରପତି ଭବନର ରୋଷେଇ ଘରକୁ ସେ ପାରମ୍ପାରିକ ଭାରତୀୟ ନାମ ଦେଇଥିଲେ । ତାଙ୍କ ଖାଦ୍ୟ କୌଣସି ରୋଷେୟା ତିଆରି କରୁନଥିଲେ । ତାଙ୍କ ପତ୍ନୀ ତାଙ୍କ ପାଇଁ ରୋଷେଇ କରୁଥିଲେ ।

ଉପହାର ନେଉନଥିଲେ

ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଭାବେ କାହାରିଠାରୁ ମଧ୍ୟ ଉପହାର ଗ୍ରହଣ କରୁନଥିଲେ । ସେ ରାଷ୍ଟ୍ରପତି ଥିବାବେଳେ ତାଙ୍କ ନାତୁଣୀ ମାନଙ୍କ ବିବାହ ହୋଇଥିଲା । ଏହି ସମୟରେ ରାଜେନ୍ଦ୍ର ପ୍ରସାଦ ନିମନ୍ତ୍ରିତ ଅତିଥିଙ୍କୁ କୌଣସି ଉପହାର ନେଇ ଆସିବାକୁ ଭଦ୍ରତାର ସହ ମନା କରିଥିଲେ । ଉପହାର ନେଇ ଆସିଥିବା କିଛି ଅତିଥିଙ୍କୁ ସଂଭ୍ରମତାର ସହିତ ଉପହାର ଫେରାଇ ନେବାକୁ କୁହାଯାଇଥିଲା । ନିଜ ନାତୁଣୀକୁସେ ହାତବୁଣା ଶାଢି ଉପହାର ଭାବେ ପ୍ରଦାନ କରିଥିଲେ । ରାଷ୍ଟ୍ରପତି ଭାବେ ତାଙ୍କ କାର୍ଯ୍ୟକାଳ ସରିବା ପରେ ସେ ପାଟନାକୁ ଫେରି ଯାଇଥିଲେ । ପାଟନାରେ ସେ ଅତ୍ୟନ୍ତ ସାଧାରଣ ଜୀବନ ବିତାଇ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami