ଫେକ୍ ନ୍ୟୁଜ୍ କ’ଣ ? କାହିଁକି ଏହା ଜଙ୍ଗଲ ନିଆଁ ଭଳି ବ୍ୟାପେ ?

Above Post Content

ଫେକ୍ ନ୍ୟୁଜ୍ ଏବଂ ସମାଜ ଉପରେ ଏହାର ପ୍ରଭାବ

ଗାଜିଆବାଦରେ ଜଣେ ବରିଷ୍ଠ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଫେକ୍ ନ୍ୟୁଜ୍ ପ୍ରସାରିତ କରିବା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ଅନେକ ଲୋକଙ୍କ ବିରୋଧରେ ଏତଲା ଦାଏର କରିଛି । ଆକ୍ରମଣର ଶିକାର ବୃଦ୍ଧଙ୍କୁ ଜୟ ଶ୍ରୀରାମ ନାରା ଦେବାକୁ ବାଧ୍ୟ କରାଯାଇଥିଲା ବୋଲି ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା । ସାମ୍ପ୍ରଦାୟିକତା ସୃଷ୍ଟି ଅଭିଯୋଗରେ ଏବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ତେବେ ପ୍ରଶ୍ନ ହେଉଛି ଫେକ୍ ନ୍ୟୁଜ୍ କ’ଣ ? ଓ କାହିଁକି ଆଇନ ଏହାକୁ ନେଇ ଏତେ କଠୋର ।

After 2nd paragraph post ads

) ଫେକ୍ ନ୍ୟୁଜ୍ କ’ଣ ?

ଯେମିତିକି ନାମରୁ ସ୍ପଷ୍ଟ ଫେକ୍ ନ୍ୟୁଜର କାମ ହେଉଛି କୌଣସି ଗୋଟିଏ ସଂସ୍ଥା, ଧର୍ମ, କ୍ଷେତ୍ର କିମ୍ବା ଭାଷାକୁ ବଦନାମ କରିବା ପାଇଁ ଏହା ଚଳାଯାଇଥାଏ । ଖବର ନାମରେ ମିଛକୁ ସମ୍ବାଦପତ୍ରରେ ଛାପିବା କିମ୍ବା ଟିଭିରେ ପ୍ରସାରିତ କରିବା ହେଉଛି ଫେକ୍ ନ୍ୟୁଜ୍ । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ମଧ୍ୟ ଏଭଳି ମିଛ ଖବରକୁ ଜୋରସୋରରେ ପ୍ରଚାର କରାଯାଉଛି ।

୨) କେମିତି ପ୍ରସାରିତ ହୁଏ?

ଭ୍ରାମକ ଖବରର ବିଶେଷତା ହେଉଛି ଯେ, ଏହା ଶୁଦ୍ଧ ମିଥ୍ୟା ହୋଇଥିଲେ ମଧ୍ୟ ସତ ଲାଗେ । ଅନେକ ସମୟରେ ଏଥିରେ ଭୁଲ ତଥ୍ୟ ଓ ବୟାନ ରହିଥାଏ । ଅନେକ ସମୟରେ ବଡ଼ ନେତାଙ୍କ ବୟାନକୁ ଏମିତି ପେସ୍ କରାଯାଏ ଯେ, ତାର ଅର୍ଥ ବଦଳିଯାଏ । ଏହା ମଧ୍ୟ ଫେକ୍ ନ୍ୟୁଜ୍ ଶ୍ରେଣୀରେ ଆସିଥାଏ । କେବଳ ରାଜନୀତି ନୁହେଁ ଜୀବନର ଅନେକ ପ୍ରସଙ୍ଗରେ ଏଭଳି ମିଥ୍ୟା ଖବର ନଜରକୁ ଆସିଥାଏ । ଉଦାହରଣ ଭାବେ କୋଭିଡ୍ ଟିକାକୁ ନିଆଯାଉ । ଟିକା ଆସିବା ବେଳେ ପ୍ରଚାର ହେଲା ଯେ, ଟିକା ନେଲେ ପୁରୁଷ ନମ୍ପୂସକ ହୋଇଯିବେ ଓ ମହିଳା ବନ୍ଧ୍ୟା ।

୩) 2010ରୁ ଫେକ୍ ନ୍ୟୁଜକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା

ସେତେବେଳେ ଆମେରିକୀୟ ନିର୍ବାଚନରେ ଫେକ୍ ନ୍ୟୁଜ ପ୍ରସାରଣର ତୁଳନା ମାସ୍ ହିଷ୍ଟ୍ରିଆ ସହିତ ହୋଇଥିଲା । ଅର୍ଥାତ କୌଣସି ଖବରକୁ ପଢି ଏକକାଳୀନ ସମସ୍ତେ ଆତଙ୍କିତ ହୋଇ ପଡନ୍ତି । ଫେକ୍ ନ୍ୟୁଜ୍ କାରଣରୁ କୌଣସି ସଂସ୍ଥା କିମ୍ବା ଧର୍ମୀୟ ସଂଗଠନ, ଗୋଟିଏ ଧର୍ମାବଳମ୍ବିଙ୍କ ବିରୋଧରେ ଆଉ ଗୋଟିଏ ଧର୍ମର ଲୋକଙ୍କ ମଧ୍ୟରେ ଆକ୍ରୋଶ ବ୍ୟାପିଥାଏ । ଅନେକ ସମୟରେ ଫେକ୍ ନ୍ୟୁଜ୍ କାରଣରୁ ଦଙ୍ଗା ମଧ୍ୟ ହୋଇଥାଏ ।

) ଜୋରରେ ବ୍ୟାପିଥାଏ ଫେକ୍ ନ୍ୟୁଜ୍

Middle post content

ଫେକ୍ ନ୍ୟୁଜ୍ ସତ ଖବରଠାରୁ ଦ୍ରୁତ ବେଗରେ ପ୍ରସାରିତ ହୋଇଥାଏ । ଏହାକୁ ନେଇ ଏକ ଅଧ୍ୟୟନ ମଧ୍ୟ ହୋଇ ସାରିଛି । ମାସାଚ୍ୟୁସେଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଏକ ଅଧ୍ୟଯନରୁ ଜଣା ପଡିଛି ଯେ, ଫେକ୍ ନ୍ୟଜର କଣ୍ଟେଣ୍ଟକୁ ଏମିତି ତିଆରି କରାଯାଇଥାଏ ଯେ, ଏହା ଜଙ୍ଗଲ ନିଆଁ ଭଳି ବ୍ୟାପିଥାଏ

ଅଧ୍ୟୟନରୁ ଜଣା ପଡିଛି ଯେ, ଫେକ୍ ନ୍ୟୁଜକୁ ଲୋକ ଅଜାଣତରେ ସତ ବୋଲି ଭାବି ପ୍ରଚାର କରିଥାନ୍ତି । ଏଭଳି ଖବରକୁ ନକଲି ପ୍ରୋଫାଇଲରୁ ଭାଇରାଲ କରାଯାଇନଥାଏ । ବାସ୍ତବରେ ଲୋକ ମିଛ ଖବରକୁ ସତ ବୋଲି ଭାବି ଏହାକୁ ବଢେଇ ଚଢେଇ ପ୍ରଚାର କରିଥାନ୍ତି । ଏହି ଅଧ୍ୟୟନ ଅନୁସାରେ ଟ୍ୱିଟରରେ ସତ ଖବର ତୁଳନାରେ ଫେକ୍ ନ୍ୟୁଜ୍ 70 ପ୍ରତିଶତ ଅଧିକ ଶେୟାର ହେବାର ଆଶଙ୍କା ରହିଛି

) ମିଥ୍ୟା ଖବର ଓ ଫେକ୍ ନ୍ୟୁଜ୍ କ’ଣ ସମାନ ?

ରିସର୍ଚ୍ଚ ଲେଖକ ଫେକ୍ ନ୍ୟୁଜ୍ ବଦଳରେ ସତ କିମ୍ବା ମିଛ ଖବରର ଉପଯୋଗ ଅଧିକ ଠିକ୍ ହେବ ବୋଲି କହିଛନ୍ତି । ତେବେ ଫେକ୍ ନ୍ୟୁଜ୍ ଜାଣିଶୁଣି ପ୍ରଚାର କରାଯାଇଥିବା ଭୁଲ କିମ୍ବା ମିଥ୍ୟା ଖବର ପାଇଁ ବ୍ୟବହାର ହୋଇଥାଏ । ଆମେ ଜାଣିନେ ଯେ କିଏ ଓ କାହିଁକି କୌଣସି ଗୋଟିଏ ମିଛ କଥାକୁ ଜୋରସୋରରେ ପ୍ରଚାର କରୁଛି । ତେଣୁ ଏଭଳି ଖବରକୁ ଅଧ୍ୟୟନରେ ଫେକ୍ ବଦଳରେ ସତ କିମ୍ବା ମିଛ ଖବର ବୋଲି କୁହାଯାଇଛି ।

) ଅଧ୍ୟୟନରେ କେଉଁଭଳି ଖବରର ତର୍ଜମା ହୋଇଥିଲା ?

ଏଥିରେ ପ୍ରାୟ 1.26 ଲକ୍ଷ ଷ୍ଟୋରି ଥିଲା, ଯାହା 2006ରୁ 2017 ମଧ୍ୟରେ 45 ଲକ୍ଷ ଥର ପ୍ରାୟ 30 ଲକ୍ଷ ଲୋକଙ୍କ ଦ୍ୱାରା ଟ୍ୱିଟ୍ କରାଯାଇଥିଲା । 6ଟି ଏଭଳି ୱେବସାଇଟର ଦ୍ୱାରା ଏହି ଖବରକୁ ଯାଂଚ୍ କରାଯାଇଥିଲା ଯେଉଁମାନେ ଫେକ୍ ନ୍ୟୁଜର ଫ୍ୟାକ୍ଟ୍ ଚେକ୍ କରିଥାନ୍ତି ।

) ମିଥ୍ୟା ଖବର ଅଧିକ ଭାଇରାଲ କାହିଁକି ହୋଇଥାଏ ?

ଖୁବ ରୋଚକ ଢଙ୍ଗରେ ଏହି ସବୁ ଖବରକୁ ସେୟାର କରାଯାଇଥାଏ । ତେଣୁ ଲୋକ ନଜାଣି ମଧ୍ୟ ଏହି ଖବରକୁ ସେୟାର କରିଥାନ୍ତି । ଫେକ୍ ଖବରକୁ ପ୍ରସାରିତ କରୁଥିବା ଅନେକ ଏହା ମଧ୍ୟ ଜାଣିନଥାନ୍ତି ଯେ, ସେମାନେ ଗୋଟିଏ ମିଛ ଖବରକୁ ସତ ମାନି ଆଗକୁ ବଢାଉଛନ୍ତି ।

) ଏହାର କୌଣସି ରାଜନୈତିକ ପ୍ରଭାବ ଥାଏ କି ?

ମିଥ୍ୟା ଖବର ବହୁତ ଦୂର ଓ ବ୍ୟାପକସ୍ତରରେ ବ୍ୟାପିଥାଏ । ସାଧାରଣ ଫେକ୍ ନ୍ୟୁଜ୍ ତୁଳନାରେ ରାଜନୈତିକ ଫେକ୍ ନ୍ୟୁଜ୍ ତିନିଗୁଣ ଅଧିକ ବେଗରେ ବ୍ୟାପିଥାଏ । ଅଧିକରୁ ଅଧିକ ଲୋକ ସୋସିଆଲ ମିଡିଆ ସହିତ ଜଡିତ ହେଉଥିବାରୁ ରାଜନୀତି ଉପରେ ଫେକ୍ ନ୍ୟୁଜର ପ୍ରଭାବ ଅଧିକ ପଡିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami