ଆଫଗାନ ବାୟୁସେନାର ୨ଶହ ବିମାନ ଗଲା କୁଆଡେ ?

Above Post Content

ଅନେକ ଲୋକଙ୍କ ପାଇଁ ଏହା ମିଲିୟନ ଡଲାରର ପ୍ରଶ୍ନ ଯେ, ଆଫଗାନିସ୍ତାନ ପାଖରେ ଗୋଟିଏ ବାୟୁସେନା ଥିଲେ ମଧ୍ୟ ଏହା ତାଲିବାନ ଉପରେ ଆକ୍ରମଣ କରିନଥିଲା । ଆଉ ସବୁଠାରୁ ବଡ କଥା ହେଉଛି ୨ଶହ ବିମାନକୁ ନେଇ ଗଠିତ ବାୟୁସେନା ହାୱାରେ ମିଳେଇ ଯାଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଏହି ୨ଶହ ବିମାନ ଗଲେ କୁଆଡେ ?

୨୦୦୨ରେ ଆଫଗାନିସ୍ତାନୀ ବାୟୁସେନାର ଗଠନ ହୋଇଥିଲା । ଯେଉଁଥିରେ ଥିଲା ମୋଟ ୨୪୨ ବିମାନ । ଯେଉଁଥିରେ ଲଢୁଆ ବିମାନ, ହେଲିକପ୍ଟର, ପରିବହନ ବିମାନ ଆଦି ସାମିଲ ଥିଲେ । ବାୟୁସେନାରେ ମୋଟ ୭ ହଜାର ସୈନିକ ଥିଲେ । ତେବେ ତାଲିବାନ କାବୁଲ ଆସିଲା ବେଳକୁ ବାୟୁସେନା ଗାଏବ ହୋଇ ସାରିଥିଲା ।

After 2nd paragraph post ads

କାବୁଲ ପତନ ବେଳକୁ ଏହାର ବାୟୁସୈନିକ ନିଜ ବିମାନ ଓ ହେଲିକପ୍ଟର ସହିତ ପଡୋଷୀ ଦେଶକୁ ଉଡ଼ିଯାଇଥିଲେ । ଅର୍ଥାତ ତାଲିବାନ ଆଫଗାନିସ୍ତାନ ଅଧିକାର କରିବା ବେଳକୁ ଏହାର ବାୟୁସେନା ଗାଏବ ହୋଇ ସାରିଥିଲା । ଏବେ କାବୁଲ ବିମାନଘାଟି ଓ ଅନ୍ୟ ବିମାନଘାଟିରେ ଯେଉଁ ୪୦ରୁ ୫୦ ଖଣ୍ଡ ବିମାନ ଅଛି ତାହା ଅଚଳ ।

ଏ-୨୯ ସୁପର ଟକାର୍ଣ୍ଣୋ ଲାଇଟ୍ ଫାଇଟର୍ସ ହେଉଛି ବ୍ରାଜିଲ ନିର୍ମିତ ଲଢୁଆ ବିମାନ । ଯାହାକୁ ସୀମିତ ଅଭିଯାନ ପାଇଁ ବ୍ୟବହାର କରାଯାଇଥାଏ ।ଏହି ବିମାନକୁ ତଳେ ଥିବା ଟାର୍ଗେଟ୍ ନଷ୍ଟ କରିବାକୁ ବ୍ୟବହାର କରାଯାଇଥାଏ । କିନ୍ତୁ ଯୁଦ୍ଧ ବେଳେ ଆଫଗାନିସ୍ତାନୀ ବାୟୁସେନା ଏହି ବିମାନକୁ ବିଲକୁଲ ମଧ୍ୟ ବ୍ୟବହାର କରିନଥିଲା । ଏହି ମଡେଲର ବିମାନ ଏବେ ଆଫଗାନିସ୍ତାନରେ ନାହିଁ । ଏହା ଅନ୍ୟ ଦେଶକୁ ଉଡ଼ିଯାଇଛି ।

Middle post content

ଏମଆଇ-୮, ୧୭ ଟ୍ରାନସପୋର୍ଟ ହେଲିକପ୍ଟରକୁ ବାୟୁସେନା ସରାଞ୍ଜମ ଓ ସୈନ୍ୟ ପରିବହନ ପାଇଁ ବ୍ୟବହାର ହେଉଥିଲା । ରୁଷ ନିର୍ମିତ ଏହି ହେଲିକପ୍ଟରକୁ ବିଶ୍ୱର ୪୦ ଦେଶ ବ୍ୟବହାର କରନ୍ତି । ତେବେ ଆଫଗାନିସ୍ତାନରେ ଥିବା ଏହି ହେଲିକପ୍ଟର ବହୁତ ପୁରୁଣା ଓ ଏହାମଧ୍ୟରୁ ମାତ୍ର କିଛି ବ୍ୟବହାର ଉପଯୋଗୀ ଅଛି ।

ୟୁଏଚ୍-୬୦ ବ୍ଲାକହକ୍ସ ହେଉଛି ଆମେରିକା ତିଆରି ହେଲିକପ୍ଟର । ଏହି ହେଲିକପ୍ଟର ମଧ୍ୟ ଆଫଗାନୀ ବାୟୁସେନାରେ ସାମିଲ ଥିଲା । କିନ୍ତୁ ଏହା ମଧ୍ୟରୁ ଖରାପ ହୋଇଯାଇଥିବା ହେଲିକପ୍ଟର ହିଁ ତାଲିବାନ ହାତରେ ପଡିଛି । ବାକି ହେଲିକପ୍ଟରର ପତା ମିଳୁନାହିଁ । ତେଣୁ ଅନୁମାନ କରାଯାଉଛି ଯେ, ଏହି ସବୁ ହେଲିକପ୍ଟର ହୁଏତ ତାଜିକସ୍ତାନରେ ଅଛନ୍ତି

ପ୍ରକୃତରେ ଆଫଗାନିସ୍ତାନୀ ଏୟାରଫୋର୍ସର ନିଜ କାହାଣୀ ଅଛି । ବାୟୁସେନାର କିଛି ବିମାନ ସୋଭିଏତ ଅମଳର । ଆଉ କିଛି ବିମାନକୁ ନାଟୋରେ ସାମିଲ ଥିବା ଦେଶ ଓ ଆମେରିକା ଉପହାର ଭାବେ ଆଫଗାନିସ୍ତାନକୁ ଦେଇଥିଲେ । ଏହାମଧ୍ୟରେ ସବୁଧରଣର ହେଲିକପ୍ଟର ସାମିଲ ଥିଲା । ଯାହା ଭିତରେ ଥିଲା ଲଢୁଆ ହେଲିକପ୍ଟର, ୟୁଟିଲିଟି ଓ ପରିବହନ ହେଲିକପ୍ଟର । ବାୟୁସେନାରେ ୨ଶହ ହେଲିକପ୍ଟର, ୪୭ ବିମାନ ଓ ୨୯ ଲଢୁଆ ବିମାନ ଥିଲେ । ଆଫଗାନିସ୍ତାନରେ ୧୦ଟି ବିମାନ ଘାଟି ଥିଲା । ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଯେ, ଏହି ସବୁ ବିମାନ ଓ ହେଲିକପ୍ଟର ଗଲେ କୁଆଡେ ?

କୁହାଯାଉଛି ଯେ, କାବୁଲ ଉପରେ ତାଲିବାନ ଅଧିକାର ଖବର ଆସିବା ସହିତ ଅନେକ ସେନା ଅଧିକାରୀ ହେଲିକପ୍ଟର ଓ ବିମାନ ସହିତ ଦେଶ ଛାଡି ଦେଇଥିଲେ । ଏକ ସୂଚନା ଅନୁସାରେ କେବଳ ଉଜବେକିସ୍ତାନରେ ୪୬ ଆଫଗାନି ବିମାନ ଓହ୍ଲାଇଥିଲା । ସେହିଭଳି ତାଜିକସ୍ତାନରେ ମଧ୍ୟ କିଛି ବିମାନ ଓ ହେଲିକପ୍ଟର ଓହ୍ଲାଇଥିବା ଜଣା ପଡିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami