ଆସନ୍ତାକାଲି ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ହେବ ମତଦାନ

Above Post Content

ଭୁବନେଶ୍ୱର: ଥମିଲା ପ୍ରଚାର, ଚାରିଆଡ୍ ଶୂନ୍‌ଶାନ୍ । ଆଉ ଶୁଭୁନି ପ୍ରାର୍ଥୀଙ୍କ ହୋହଲ୍ଲା । ରାଜ ରାସ୍ତାରେ ଆଉ ହେଉନି ଶୋଭାଯାତ୍ରା କି ଜନସଭା । ରାସ୍ତାରେ ବି ଦେଖିବାକୁ ମିଳୁନି ନିର୍ବାଚନ ପ୍ରଚାର ଗାଡି । ନିର୍ବାଚନ କମିସନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର ଗତକାଲି ସନ୍ଧ୍ୟାରୁ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ସହ ଶେଷ ହୋଇଛି ଦେଶର ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର । ଏବେ ମତଦାନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ । ଆଉ ମାତ୍ର କିଛି ଘଣ୍ଟା ବାକି । ନେତାଙ୍କ ଛାତି ଧଡଧଡ । ଶେଷ ପର୍ଯ୍ୟାୟରେ ହେବାକୁ ଥିବା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଲୋକସଭା ଓ ୪୨ଟି ବିଧାନସଭା ଆସନରେ ନୂଆ ନେତା ବାଛିବେ ଭୋଟର । ୯୯ଲକ୍ଷ ୬୧ ହଜାର ଭୋଟର ୪୬୦ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଭୋଟର କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ସମସ୍ତଙ୍କ ନଜର

After 2nd paragraph post ads
Middle post content

କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । ଏହି ଆସନରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି ଲଢ଼ୁଥିବାରୁ ଜନତା କାହାକୁ ନେତା ବାଛୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । ବାଲେଶ୍ୱର ଲୋକସଭା ଆସନରେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ ଓ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହୋଇଥିବାରୁ ବଡ ଲଢ଼େଇ ହେଉଛି । ଏପଟେ ବିଜେଡି ମଧ୍ୟ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି । ସେହିପରି ମୟୂରଭଞ୍ଜରେ ଏଥର ବିଜେପି ପ୍ରାର୍ଥୀ ନବ ଚରଣ ମାଝୀ ଓ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ହେଉଛି । ତେବେ ଭୋଟର କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ତା’ ଉପରେ ରହିଛି ସାରା ରାଜ୍ୟର ନଜର ।

ଏଥର ରଣାଙ୍ଗନରେ ଅଛନ୍ତି ବିଜେଡ଼ିର ବହୁ ତୁଙ୍ଗ ନେତା

ଅନ୍ୟପଟେ ଲୋକସଭା ଭଳି ବିଧାନସଭା ଆସନରେ ବିଜେଡି, ବିଜେପି ଓ କଂଗ୍ରେସର ବହୁ ତୁଙ୍ଗ ନେତା ମଇଦାନରେ ଅଛନ୍ତି । ବିଜେଡିର ପ୍ରତାପ ଦେବ, ଗଣେଶ୍ୱର ବେହେରା, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ପ୍ରଣବ ବଳବନ୍ତରାୟ ଭଳି ନେତା ରଣାଂଗନରେ ରହିଛନ୍ତି । ସେହିପରି ବିଜେପିର ମନମୋହନ ସାମଲ, ସୂରଜ ସୂର୍ଯ୍ୟବଂଶୀ, ଅରିନ୍ଦମ ରୟ, ଆକାଶ ଦାସ ନାୟକଙ୍କ ଭଳି ନେତାଙ୍କ ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ କରିବେ ଭୋଟର । କଂଗ୍ରେସର ନିରଞ୍ଜନ ପଟ୍ଟନାୟକ, ସୁଦର୍ଶନ ଦାସଙ୍କ ରାଜନୈତିକ ଭବିଷ୍ୟତର ହିସାବ ନିକାଶ ଏହି ପର୍ଯ୍ୟାୟରେ ହେବ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami