ରାଜସ୍ଥାନରେ ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ଲଢ଼ୁଛନ୍ତି

Above Post Content

ଜୟପୁର: ଆଜି ରାଜସ୍ଥାନ ବିଧାନସଭା ପାଇଁ ମତଦାନ ଆରମ୍ଭ ହୋଇଛି । ୨୦୦ ଆସନ ବିଶିଷ୍ଟ ବିଧାନସଭାରେ ୧୯୯ଟି ଆସନରେ ଭୋଟ ଗ୍ରହଣ ହେବ । ଶ୍ରୀଗଙ୍ଗାନଗରର କରନପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଗୁରମିତ ସିଂହ କୁନରଙ୍କ ମୃତ୍ୟୁ ଯୋଗୁ ସେଠାରେ ନିର୍ବାଚନ ସ୍ଥଗିତ ରହିଛି । ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ଶେଷ ହେବ । ଭୋଟଗ୍ରହଣ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ଗୁରୁବାର ରାଜ୍ୟରେ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଏଠାରେ ମୁଖ୍ୟତଃ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ଉପରେ ନିର୍ଭର କରି କଂଗ୍ରେସ ନିର୍ବାଚନୀ ବୈତରଣୀ ପାର କରିବାକୁ ନିର୍ଭର କରୁଥିବାବେଳେ ବିଜେପି କଂଗ୍ରେସର ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତିକୁ ଟାର୍ଗେଟ କରିଛି ।

Middle post content

ପ୍ରତି ଥର ବଦଳୁଛିି ସରକାର

After 2nd paragraph post ads

ରାଜ୍ୟରେ ୫୧,୭୫୬ ପୋଲିଂ ବୁଥ୍ ସ୍ଥାପନ ହୋଇଛି । ରାଜ୍ୟର ମୋଟ ୫୨,୫୩୮,୬୫୯ ଜଣ ଭୋଟରଙ୍କ ମଧ୍ୟରୁ ୨୭,୩୫୮,୯୬୫ ପୁରୁଷ ଏବଂ ୨୫,୧୭୯,୬୯୪ ଜଣ ମହିଳା ଭୋଟର । ୧୯୯ ଆସନରେ ୧୮୬୨ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି । ଗତ ୨୫ ବର୍ଷ ହେଲା ରାଜସ୍ଥାନରେ ପ୍ରତି ୫ ବର୍ଷରେ ଥରେ ସରକାର ବଦଳୁଛି । କିନ୍ତୁ ଏଥର ଏହି ଧାରାରେ ପରିବର୍ତ୍ତନ ଆଣି କଂଗ୍ରେସ ଶାସନ କ୍ଷମତାକୁ ବଜାୟ ରଖିବା ଆଶା ରଖିଛି । ବର୍ତ୍ତମାନ କଂଗ୍ରେସର ୧୦୭ ବିଧାୟକ ଥିବାବେଳେ ବିଜେପିର ୭୦, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ୩ ଜଣ, ସିପିଏମ ଏବଂ ଭାରତୀୟ ଟ୍ରାଇବାଲ ପାର୍ଟିର ୨ ଜଣ ଲେଖାଏଁ, ରାଷ୍ଟ୍ରୀୟ ଲୋକ ଦଳର ଜଣେ ଏବଂ ୧୩ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି । ଉଦୟପୁର ଏବଂ କରନପୁର ଆସନ ଖାଲି ପଡ଼ିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami