![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ ଭାରତ । ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ୩ଟି ଟେଷ୍ଟ ଏବଂ ଦିନିକିଆ ଖେଳିବା ସହ ୨ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ଯାଉଛି । ବିଶ୍ୱକପ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳିବେ ବୋଲି କୁହାଯାଉଥିଲା । କିନ୍ତୁ କୋହଲି ବିସିସିଆଇକୁ ଏକ ସୂଚନା ଦେଇଛନ୍ତି କି, ସେ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳି ପାରିବେ ନାହିଁ । ହ୍ୱାଇଟ୍ ବଲରୁ ବିରତି ଦରକାର ବୋଲି ଲେଖିଛନ୍ତି । ତେବେ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବେନି କୋହଲି । କେବଳ ଟେଷ୍ଟ ମ୍ୟାଚ ଖେଳିବେ ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଅବସର ନେବେ କି କୋହଲି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ବିରାଟ କୋହଲି ଲଣ୍ଡନରେ ଛୁଟି କାଟୁଛନ୍ତି । ସେପଟେ ରୋହିତ ଶର୍ମା ବ୍ରିଟେନରେ ରହିଥିବାବେଳେ ସେ ମଧ୍ୟ ଖେଳି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦଳରେ କାହା ଉପରେ ଗୁରୁ ଦାୟିତ୍ୱ ରହିବ ତା’ ଉପରେ ରହିଛି ନଜର । ସେପଟେ କୋହଲି ହ୍ୱାଇଟ୍ ବଲ ଖେଳିବାରୁ ବିରତି ନେବା କଥା କହିଥିବାବେଳେ ସେ ଅବସର ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏହାକୁ ନେଇ କୋହଲି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ନିକଟରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ କୋହଲି ସର୍ବାଧିକ ସ୍କୋର କରିଥିଲେ । ଦମଦାର ବ୍ୟାଟିଂ କରିବା ସହ କ୍ରିଡ଼ାପ୍ରେମୀଙ୍କ ମନ ଜିଣିଥିଲେ । ମାତ୍ର ଭାରତର ଫାଇନାଲ ପରାଜୟ ଆଜି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)