ନାକରେ ଟାଇପ୍ କରି ଗିନିଜ ୱାର୍ଲଡ ରେକର୍ଡ କଲେ ବିନୋଦ

Above Post Content

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ସେହିପରି ଜଣେ ବ୍ୟକ୍ତି ଯିଏକି ନାକରେ ଟାଇପ୍ କରି ନିଜ ନାମକୁ ଗିନିଜ୍ ୱାର୍ଲଡ଼ ରେକର୍ଡ଼ କରିଛନ୍ତି । ତାହାପୁଣି ଥରେ କି ଦୁଇଥର ନୁହେଁ, ତିନିଥର ରେକର୍ଡ଼ ସୃଷ୍ଟି କରିଛନ୍ତି । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ତାଙ୍କର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ତୃତୀୟ ଥର ରେକର୍ଡ଼ କରିଛନ୍ତି ବିନୋଦ

After 2nd paragraph post ads

୪୪ ବର୍ଷୀୟ ବିନୋଦ କୁମାର ଚୌଧୁରୀ । ସେ ହାତରେ ନୁହେଁ ବରଂ ନିଜ ନାକରେ ଟାଇପ୍ କରି ତୃତୀୟ ଥର ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ସହ ନିଜ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି । ସେ ସବୁଠାରୁ ଦ୍ରୁତ ଗତିରେ ନିଜ ନାକରେ ବର୍ଣ୍ଣମାଳା ଟାଇପ୍ କରି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହିପରି ସେ ୨ ଥର ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ନିଜ ନାମ ଲେଖାଇଥିଲେ । ୱାର୍ଲଡ ରେକର୍ଡସ ଅନୁଯାୟୀ, ବିନୋଦ ସମାନ ଶ୍ରେଣୀରେ ତୃତୀୟ ଥର ପାଇଁ ନିଜ ରେକର୍ଡକୁ ଭାଙ୍ଗିଛନ୍ତି । ସେ ୨୦୨୩ରେ ପ୍ରଥମ ଥର ପାଇଁ ମାତ୍ର ୨୭.୮୦ ସେକେଣ୍ଡରେ ନାକରେ ଟାଇପ୍ କରି ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଥିଲେ । ସେହିବର୍ଷ ସେ ୨୬.୭୩ ସେକେଣ୍ଡରେ ଟାଇପ୍ କରି ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ୍ ଜିତିଥିଲେ । ଚଳିତ ଥର ବିନୋଦ ଏହି କାର୍ଯ୍ୟକୁ ମାତ୍ର ୨୫.୬୬ ସେକେଣ୍ଡରେ ସମାପ୍ତ କରି ଇତିହାସ ରଚିଛନ୍ତି । ଜିଡବ୍ଲ୍ୟୁଆର ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛି । ଏହି କ୍ଲିପ୍‌ରେ ବିନୋଦ ନିଜ ନାକରେ ଇଂରାଜୀ ବର୍ଣ୍ଣମାଳା ଟାଇପ୍ କରୁଥିବା ଦେଖିବାକୁ ମିଳିଛି । ସେ ନିଜ ନାକରେ ଏକ ମାନକ କ୍ୱେର୍ଟୀ କି-ବୋର୍ଡରେ ରୋମାନ୍ ବର୍ଣ୍ଣମାଳା ଟାଇପ୍ କରି ଏହି ସଫଳତା ପାଇଛନ୍ତି । ତେବେ ନିଜର ପୂର୍ବ ରେକର୍ଡକୁ ଭାଙ୍ଗିବା ପାଇଁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଅଭ୍ୟାସ କରିବାକୁ ପଡିଥିଲା ବୋଲି କୁହନ୍ତି ବିନୋଦ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami