ବିବାହର ୩ ବର୍ଷ ପରେ ବାପା ହେଲେ ବରୁଣ

Above Post Content

ମୁମ୍ବାଇ: ବାପା ହେଲେ ବଲିଉଡ ଅଭିନେତା ବରୁଣ ଧାୱନ । ତାଙ୍କ ସ୍ତ୍ରୀ ନତାଶା ଦଲାଲ ଗତ ୩ ତାରିଖରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବରୁଣଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ଡେଭିଡ୍ ଧାୱନ ଏହି ସୂଚନା ଦେଇଛନ୍ତି । ଡେଭିଡଙ୍କ ସହ ବରୁଣ ମଧ୍ୟ ନଜର ଆସିଥିଲେ । ବାପା ହେବା ପରେ ବରୁଣ ଖୁସି ଅଛନ୍ତିି । ଗତ ଫେବ୍ରୁଆରିର ସୋସିଆଲ ମିଡିଆରେ ପତ୍ନୀଙ୍କ ସହ ଫଟୋ ପୋଷ୍ଟ କରି ଖୁବ ଶୀଘ୍ର ବାପା ହେବାକୁ ଯାଉଥିବା ଘୋଷଣା କରିଥିଲେ ବରୁଣ । ଇନଷ୍ଟାଗ୍ରାମରେ ପତ୍ନୀ ନତାଶା ଦଲାଲଙ୍କ ସହ ବରୁଣ ଏକ ଫଟୋ ପୋଷ୍ଟ କରିଥିଲେ । ଫଟୋରେ ସେ ପତ୍ନୀଙ୍କ ବେବି ବମ୍ପକୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଥିଲା । ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ଅଲିବାଗ୍‌ରେ ଜାନୁଆରି ୨୦୨୧ରେ ଫ୍ୟାସନ୍ ଡିଜାଇନର ନତାଶା ଦଲାଲଙ୍କୁ ବିବାହ କରିଥିଲେ ବରୁଣ । ଅନେକ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ବିବାହର ୩ବର୍ଷ ପରେ ଦୁହେଁ ମାତାପିତା ହୋଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami