କାଶ୍ମୀରକୁ ମଧ୍ୟ ଟକ୍କର ଦେଇଥାଏ ଭାରତର ଏହି ୩ଟି ସୁନ୍ଦର ସ୍ଥାନ

Above Post Content

ଭାରତର ୩ ଟି ସୌନ୍ଦର୍ଯ୍ୟ ସ୍ଥାନ

ଛୁଟିରେ ବୁଲିଯିବାର ନାମ ଆସିବା ମାତ୍ରେ ସମସ୍ତଙ୍କର ପ୍ରଥମ ପସନ୍ଦ କାଶ୍ମୀର ହୋଇଥାଏ । କିନ୍ତୁ ବାସ୍ତବରେ, କାଶ୍ମୀର ବ୍ୟତୀତ ଭାରତରେ ଅନେକ ସ୍ଥାନ ଅଛି ଯାହା ଖୁବ୍ ଆକର୍ଷିତ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଭାରତର ଏପରି ୩ ଟି ସ୍ଥାନ ଯାହା ସୌନ୍ଦର୍ଯ୍ୟ ଦୃଷ୍ଟିରୁ କାଶ୍ମୀରକୁ ଟକ୍କର ଦେଇଥାଏ

After 2nd paragraph post ads

) ସ୍ପିତି ଘାଟୀ, ହିମାଚଳ ପ୍ରଦେଶ:

ସ୍ପିତି ଉପତ୍ୟକା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୨,୫୦୦ ଫୁଟ ଉଚ୍ଚରେ ରହିଥାଏ । ଅତ୍ୟଧିକ ଥଣ୍ଡା ଅଞ୍ଚଳ ହେତୁ ଏହାକୁ ‘ଶୀତଳ ମରୁଭୂମି ଉପତ୍ୟକା’ ମଧ୍ୟ କୁହାଯାଏ । ଦେଶ ତଥା ବିଦେଶର ଯାତ୍ରୀମାନେ ଏହି ସୁନ୍ଦର ଉପତ୍ୟକା ଦେଖିବାକୁ ଆସିଥାନ୍ତି । କୁହାଯାଏ ଯେ ସ୍ପିତି ଉପତ୍ୟକା ବର୍ଷସାରା ପ୍ରାୟ ୨୫୦ ଦିନ ସୂର୍ଯ୍ୟକିରଣ ପାଇଥାଏ । ଶୀତଦିନେ, ତୁଷାର ଆଚ୍ଛାଦିତ ମରୁଭୂମି ଏବଂ ପର୍ବତଗୁଡିକ ଅତ୍ୟଧିକ ଆକର୍ଷିତ ହୋଇଥାଏ । ତେଣୁ ଏହାକୁ କାଶ୍ମୀରଠାରୁ କମ୍ ବିବେଚନା କରାଯାଇପାରିବ ନାହିଁ।

Middle post content

) ବେଲମ୍ ଗୁମ୍ଫା, ଆନ୍ଧ୍ରପ୍ରଦେଶ:

ଆଡଭେନ୍ଚର ପ୍ରିୟ ଲୋକମାନଙ୍କ ପାଇଁ ବେଲମ୍ ଗୁମ୍ଫାରେ ବୁଲିବା ପରଫେକ୍ଟ ହେବ । ଏଥିରେ ପ୍ରାୟ ୬ ଟି ଗୁମ୍ଫା ଅଛି ଏବଂ ଏହି ଗୁମ୍ଫାଗୁଡ଼ିକ ଅଧିକ ପୁରୁଣା ଏବଂ ଐତିହାସିକ । ଏହାର ଲମ୍ବ ୩ କିମି । କିନ୍ତୁ ଗୁମ୍ଫାରେ ମାତ୍ର ୨ କିଲୋମିଟର ଯାଇପାରିବେ । କୁହାଯାଏ ଯେ ଆଗାକୁ ରାସ୍ତା ଅତ୍ୟନ୍ତ ବିପଜ୍ଜନକ ଅଟେ । ଗୁମ୍ଫାର ଲମ୍ବ ଅଧିକ ଥିବାରୁ ଭିତରେ କିଛି କହିଲାବେଳେ ସ୍ୱର ପ୍ରତିଧ୍ୱନିତ ହୁଏ । ଗୁମ୍ଫାଗୁଡ଼ିକ ବହୁତ ସୁନ୍ଦର ଏବଂ ଦେଖିବାକୁ ଆକର୍ଷଣୀୟ ।

) ଲେଟମାସ୍ୱିୟାଙ୍ଗ, ମେଘାଳୟ

ଲେଟମାସ୍ୱିୟାଙ୍ଗ ହେଉଛି ମେଘାଳୟର ଏକ ଛୋଟ ଗାଁ । ଏଠାରେ ପରିଦର୍ଶନ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । ପର୍ବତ ଏବଂ ସବୁଜ ଘେରି ରହିଥିବା ଏହି ଗାଁ ସହଜରେ କାହାର ହୃଦୟ ଜିତି ଥାଏ । ଆହୁରି ମଧ୍ୟ, ଏଠାରେ ପ୍ରବାହିତ ଜଳପ୍ରପାତ ଦେଖି ମନ ଆରାମ ପାଇଥାଏ । ଏକ ଛୋଟ ଗାଁ ହୋଇଥିଲେ ମଧ୍ୟ ଏହା କାଶ୍ମୀରଠାରୁ କୌଣସି ଗୁଣରେ କମ୍ ନୁହେଁ । ଦୂରଦୂରାନ୍ତରୁ ଲୋକମାନେ ଲେଟମାସ୍ୱିୟାଙ୍ଗର ପ୍ରାକୃତିକ ଦୃଶ୍ୟ ଦେଖିବାକୁ ଆସିଥାନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami