ପୂର୍ବତନ ବିଜେପି ନେତା ତଥା ଏବେ ମମତାଙ୍କ ଶିବିରରେ ଯୋଗ ଦେଇଥିବା ଜଶୱନ୍ତ ସିହ୍ନା ବିଜେପି ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ଉତ୍ତରପ୍ରଦେଶରେ ଭୋଟ୍ ହାତେଇବାକୁ ବିଜେପି ଆଦାନୀଙ୍କୁ ବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ ଅନୁସାରେ ଲୋକଙ୍କ ଭୋଟ୍ ହାତେଇବା ପାଇଁ ଆଦାନୀଙ୍କ କମ୍ପାନୀ ଏକ ଲିଟର ଫର୍ଚ୍ୟୁନ୍ ଅଏଲ ବାଣ୍ଟିବାକୁ ଅନୁମତି ମାଗିଛନ୍ତି । ସିହ୍ନାଙ୍କ ଅଭିଯୋଗ ହେଲା ଭୋଟରଙ୍କୁ ପ୍ରଭାବିତ କରିବାକୁ ବିଜେପି ଆଦାନୀ ହାତ ଧରିଛି । ତାଙ୍କ ଅନୁସାରେ ଗରିବଙ୍କୁ ରାସଣ ଦେବା ଆଳରେ ବିଜେପି ସରକାର ତେଲ ଦେବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ପ୍ରଶ୍ନ ହେଲା
• କେବେ ଅଟଳ ବିହାରି ବାଜପାୟୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ଜଶୱନ୍ତ ମୋଦିଙ୍କ ଅମଳରେ ବିଦ୍ରୋହୀ ସାଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ । ବୁଧବାର ଦିନ ଜଶୱନ୍ତ ଟ୍ୱିଟ୍ କରି ଏକ ଅଦଭୁତ ଦାବି କରିଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, ଉତ୍ତର ପ୍ରଦେଶ ନିର୍ବାଚନରେ ଆଦାନୀ ଗ୍ରୁପ୍ ହସ୍ତକ୍ଷେପ କରୁଥିବା ତାଙ୍କ ପାଖରେ ସୂଚନା ରହିଛି ।
ଆଦାନୀ ବାଣ୍ଟୁଛି ତେଲ
ୟଶୱନ୍ତ ଦାବି କରିଛନ୍ତି ଯେ, ମାଗଣା ରାଶନ ସହ ମାଗଣ ଏକ କିଲୋ ଫର୍ଚ୍ୟୁନ୍ ତେଲ ଦେବାକୁ ବିଜେପି ସରକାର ଅନୁମତି ଦେଇଛନ୍ତି । ୟଶୱନ୍ତଙ୍କ ଅଭିଯୋଗ ଯେ, ୟୁପିରେ ନିର୍ବାଚନ ନିରପେକ୍ଷ ନୁହେଁ । ଯଶୱନ୍ତ ଟ୍ୱିଟରେ ଦାବି କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ତରଫରୁ ବଣ୍ଟା ଯାଉଥିବା ମାଗଣା ରାଶନ ସହିତ ଏକ କିଲୋ ତେଲ ଦେବା ପାଇଁ ଆଦାନୀ ଯେଉଁ ଅନୁମତି ପାଇଛି ତାହା ଦ୍ୱାରା ନିର୍ବାଚନ ପ୍ରଭାବିତ ହେବ । ବିଜେପିକୁ ଲାଭ ମିଳିବ ।