![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଭାରତ ସମେତ ଦୁନିଆର ଅନେକ ଦେଶର ସେନା ଏବେ ସାଇବର ଆଟାକକୁ ନେଇ ସତର୍କ ଅଛନ୍ତି । ଭାରତ ନିଜର ସୁରକ୍ଷା ପାଇଁ ଡିଫେନ୍ସ ସାଇବର ଏଜେନ୍ସି (ଡିସିଏ) ଗଠନ ପ୍ରକ୍ରିୟା ଆରମ୍ଭ କରିଛି । ଅନ୍ୟପକ୍ଷରେ ଆମେରିକା ଭଳି ଦେଶ ପାଖରେ ସାଇବର ଆଟାକ ପ୍ରତିହତ କରିବା ପାଇଁ ଆଗରୁ ଗୋଟିଏ ସାଇବର ଆର୍ମି ରହିଛି ।ଆମେରିକାର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏବେ ଏହି ଗୁମର ଉପରୁ ପରଦା ହଟାଇଛି ଯେ, ଚୀନ କେମିତି ସାଇବର ଆଟାକ୍ କରେ । ଚୀନ୍ କେମିତି ଗୋଟିଏ ଦେଶକୁ ଟାର୍ଗେଟ୍ କରେ ଏନେଇ ଏହି ସଂସ୍ଥା ସୂଚନା ଦେଇଛି । ଏହି ରିପୋର୍ଟକୁ ସାଇବର ଯୁଦ୍ଧ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଗ୍ରହଣ କରାଯାଏ ।
ଅନେକ ଦେଶଙ୍କ ନିଶାନାରେ ଚୀନ୍
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ଆମେରିକାର ସାଇବର ସିକ୍ୟୁରିଟି କମ୍ପାନୀ ରେକଡେର୍ଡ୍ ଫ୍ୟୁଚର ନିଜ ରିପୋର୍ଟରେ ଚୀନ୍ କେମିତି ସାଇବର ଆଟାକ କରିଥାଏ ସେ ବିଶୟରେ ସୂଚନା ଦେଇଛି । ରେକର୍ଡଡ୍ ଫ୍ୟୁଚର ବିଭିନ୍ନ ଦେଶର ଇଣ୍ଟରନେଟ୍ ବ୍ୟବହାରର ଅଧ୍ୟୟନ କରିଥାଏ । ସୂଚନାଯୋଗ୍ୟ ଯେ, ଆମେରିକୀୟ ଗୁଇନ୍ଦା ଏଜେନ୍ସୀ ଏଫବିଆଇ ଚୀନକୁ ସବୁଠାରୁ ବଡ ସାଇବର ବିପଦ ଘୋଷଣା କରି ସାରିଛି ।
ଆମେରିକା ଭଳି ଆଷ୍ଟ୍ରେଲିଆ, ଭିଏତନାମ, ତାଇୱାନ ଭଳି ଦେଶ ମଧ୍ୟ ଚୀନ୍ ବିରୋଧରେ ସାଇବର ଆକ୍ରମଣର ଅଭିଯୋଗ ଆଣିଛନ୍ତି । ତେବେ ଏଠି ପ୍ରଶ୍ନ ଉଠେଯେ, ଚୀନ୍ ପାଖରେ ଏମିତି କ’ଣ ଅଛି ଯାହା ତାକୁ ସାଇବର ଦୁନିଆର ଆତଙ୍କ କରିଛି ? ଆଉ କେମିତି ଚୀନ ସହଜରେ ଅନ୍ୟ ଗୋଟିଏ ଦେଶର ସାଇବର ସିକ୍ୟୁରିଟିକୁ ଭେଦ କରିପାରୁଛି ? ବିଶେଷଜ୍ଞ ଭାରତ ଓ ଚୀନର ସାଇବର ଆର୍ମି ଉପରେ ଗବେଷଣା କରିଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ଚୀନ୍ ପାଖରେ ଏଭଳି କାମ କରିବାକୁ ଏକ ସ୍ୱତନ୍ତ୍ର ଫୋର୍ସ ରହିଛି । ଯାହାକୁ PLA-SSF କୁହାଯାଏ ।
ସାଇବର ଆକ୍ରମଣ ପାଇଁ ସେନା
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
PLA-SSF ର ଅର୍ଥ ହେଉଛି ପିପୁଲ’ସ ରିପବ୍ଲିକାନ୍ ଆର୍ମି-ଷ୍ଟ୍ରାଟେଜିକ୍ ସପୋର୍ଟ ଫୋର୍ସ । ୨୦୧୫ରେ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଅନେକ ସେନାରେ ଅନେକ ପରିବର୍ତ୍ତନ ଆଣିଥିଲେ । ସେହି ସମୟରେ ଏହାର ସ୍ଥାପନା ହୋଇଥିଲା । PLA-SSF ଏହି ଭଳି ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ଭାବେ ସକ୍ଷମ । ସିକ୍ୟୁରିଟି ଟୁଲ୍ସ, ଟ୍ରେଲସ ଓ ଆନାଲିଟିକ୍ସ ଇନଫର୍ମେସନ ସିଷ୍ଟମର ସାହାରା ନେଇ PLA-SSF ଏହା କରିଥାଏ । ଏହି ସେନାର ମୁଖ୍ୟ କିଏ, ଏଥିରେ ସାମିଲ ଥିବା ହ୍ୟାକରଙ୍କ ସଂଖ୍ୟା କେତେ ସେନେଇ କୌଣସି ତଥ୍ୟ କିନ୍ତୁ ଏଯାଏଁ ମିଳିନାହିଁ । ତେବେ ଅନୁମାନ ଅନୁସାରେ PLA-SSF ରେ ହଜାରରୁ ଅଧିକ ହ୍ୟାକର ରହିଛନ୍ତି ।
ଜେନରାଲ ପାହ୍ୟାର ଅଧିକାରୀ ନେତୃତ୍ୱ ନିଅନ୍ତି
ପିଏଲଏର ଜେନରାଲ ପାହ୍ୟା ଅଧିକାରୀ ଏହି ସଂଗଠନର ନେତୃତ୍ୱ ନିଅନ୍ତି । ଏଥିରେ କିଛି ଏଭଳି ଲୋକ ସାମିଲ ଅଛନ୍ତି ଯେଉଁମାନେ ସିଧାସଳଖ PLA-SSF ସହିତ ଜଡିତ ନୁହନ୍ତି କିନ୍ତୁ କାମସେମାନଙ୍କ ଇଶାରାରେ ହୋଇଥାଏ । ସେମାନେ ହ୍ୟାକର୍ସ ହୋଇପାରନ୍ତି ଯେଉଁମାନେ ପ୍ରକୃତ ସାଇବର ଆଟାକ କରିଥାନ୍ତି । ସାଇବର ଆକ୍ରମଣ ବାବଦରେ କହିଲା ବେଳେ ଏହାକୁ ଧ୍ୟାନରେ ରଖିବାକୁ ପଡିବ ଯେ, କିଛି ଆକ୍ରମଣରେ ପ୍ରତ୍ୟକ୍ଷ ଭାବେ PLA-SSF ସାମିଲ ହୋଇନପାରେ କିନ୍ତୁ ସବୁକିଛି ସେମାନଙ୍କ ଇଛାରେ ହିଁ ହୁଏ । ସେମାନଙ୍କ ବିନା ମର୍ଜିରେ କିଛି ମଧ୍ୟ ହୋଇ ନଥାଏ ।
ମାଲୱେୟାର ଓ ଟ୍ରୋଜନ ସବୁଠାରୁ ବଡ ଅସ୍ତ୍ର
ମାଲୱେୟାର ଓ ଟ୍ରୋଜନ ଭଳି ଉପକରଣ ଦ୍ୱାରା ଚୀନ୍ ସାଇବର ଆଟାକ କରିଥାଏ । ମାଲୱେୟାର ଏକ ସଫ୍ଟୱେୟାର ହୋଇଥାଏ । ଯାହାକୁ କୌଣସି ସିଷ୍ଟମରୁ ତଥ୍ୟ ଚୋରି ପାଇଁ ତିଆରି କରାଯାଇଥାଏ । ଏହା ସିଷ୍ଟମରୁ ଡାଟା ଚୋରି କରିବା ସହିତ ଡାଟା ନଷ୍ଟ କରିଥାଏ ଓ ନିଜ ଇଛାରେ ସିଷ୍ଟମକୁ ଅପରେଟ୍ କରିଥାଏ । ଏମିତିକି ଏହା ସିଷ୍ଟମକୁ ଅପରେଟ୍ କରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖିଥାଏ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)