ଏହି ଦେଶର ଶାସକ ୨୦୨୫ ପର୍ଯ୍ୟନ୍ତ ନିଜ ଦେଶର ନାଗରିକଙ୍କୁ କମ ଖାଇବାକୁ କହିଲେ…

Above Post Content

ଉତ୍ତର କୋରିଆ ,ଏମିତି ଗୋଟିଏ ଦେଶ ଯେଉଁଠି କିଛି ମଧ୍ୟ ଘଟିପାରେ । ଯେଉଁଠି ଗୋଟିଏ ପରିବାର ଅଧିନରେ ଗୋଟିଏ ଦେଶ ଗଲା ୭୦ ବର୍ଷ ଧରି ଅଛି । ଗୋଟିଏ ପରିବାର ହାତରେ କୋଟି କୋଟି ଲୋକଙ୍କ ଭାଗ୍ୟ । କିମ୍ ପରିବାର ନିଜେ ତ’ ଅଏସ ଆରାମ ଭିତରେ ରୁହେ କିନ୍ତୁ ଏହି ଦେଶର ନାଗରିକ ଦୁଇ ଓଳି ପେଟପୁରା ଖାଦ୍ୟ ପାଆନ୍ତି ନାହିଁକମ୍ୟୁନିଷ୍ଟ ଶାସନର ଲୌହ ପରଦା ଭିତରେ ରହିଥିବା ଏହି ଦେଶରେ ଶାସକଙ୍କ ଶବ୍ଦ ହିଁ ଆଇନ । ସିଏ ଯାହା କହିବେ ତାହା ହିଁ ଅନ୍ତିମ ବାକ୍ୟ ।

ଏବେ ଉତ୍ତର କୋରିଆ ଶାସକ ତାନାଶାହ କିମ ଜୋଙ୍ଗ ଉନ ତାଙ୍କର ନୂଆ ଆଦେଶକୁ ନେଇ ପୁଣିଥରେ ଚର୍ଚ୍ଚା ଭିତରକୁ ଆସିଛନ୍ତି । ସେହି ଆଦେଶରୁ ଜଣା ପଡୁଛି ମିଶାଇଲ ପରେ ମିଶାଇଲ ପରୀକ୍ଷଣ କରୁଥିବା ସର୍ବୋଚ୍ଚ ନେତାଙ୍କ ପାଖରେ ଲୋକଙ୍କୁ ଦେବାକୁ ଖାଦ୍ୟ ନାହିଁ କିମ୍ ଦେଶବାସୀଙ୍କୁ ୨୦୨୫ ପର୍ଯ୍ୟନ୍ତ କମ୍ ଖାଇବାକୁ କହିଛନ୍ତି । ଆବଶ୍ୟକ ପରିମାଣର ଖାଦ୍ୟ ବିତରଣ ହୋଇପାରୁନଥିବାରୁ ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚି ପାରୁନାହିଁ । ଯେଉଁଥିପାଇଁ ଉତ୍ତର କୋରିଆର ଖାଦ୍ୟ ବଜାରରେ ନିଆଁ ଲାଗିଛିଖାଦ୍ୟ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି

After 2nd paragraph post ads
Middle post content

ରିପୋର୍ଟ ଅନୁସାରେ ପ୍ରାକୃତିକ ଦୁର୍ବପାକ, ଅସୁସ୍ଥତା, କୃଷି ଯନ୍ତ୍ରପାତିର ଅଭାବ ଏବଂ ନୂତନ ଜ୍ଞାନ କୌଶଳର ଘୋର ଅଭାବ ଉତ୍ତର କୋରିଆରେ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଏକ ପ୍ରମୁଖ କାରଣ । ତେବେ ଦେଶ ତା’ର ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଯୋଗାଇବାରେ ଅସମର୍ଥ ଥିବାରୁ ଲୋକଙ୍କ ପାଇଁ ଖାଦ୍ୟାଭାବ ସମସ୍ୟା ଚିନ୍ତାର କାରଣ ସାଜିଛି । ଗୋଟିଏ ପଟେ ଏତେ ସମସ୍ୟା ଥିବାବେଳେ ଗତବର୍ଷ ଟାଇଫୁନ ଏବଂ କରୋନା ଭାଇରସ୍ ଖାଦ୍ୟାଭାବ ସମସ୍ୟାକୁ ଅଧିକ ବଢ଼ାଇ ଦେଇଛି ବୋଲି କହିଛନ୍ତି କିମ୍ ।

ନିକଟରେ ପ୍ରଚୁର ବୃଷ୍ଟିପାତ ଉତ୍ତର କୋରିଆ ଉପରେ ଦୁଃଖର ପାହାଡ଼ ଲଦି ଦେଇଛି । ଏହି ଅଞ୍ଚଳରେ ଫସି ରହିଥିବା ଲୋକଙ୍କ ସୁରକ୍ଷା ପାଇଁ ଉଦ୍ଧାରକାରୀ ଦଳକୁ ପଠାଇଛନ୍ତି କିମ୍ । UNର ରିପୋର୍ଟ ଅନୁସାରେ ଅନାହାର ଯୋଗୁଁ ଉତ୍ତର କୋରିଆର ପ୍ରାୟ ୪୦ ପ୍ରତିଶତଙ୍କ ନିକଟରେ ପୋଷଣର ଅଭାବ ରହିଛି ।

RFAର ରିପୋର୍ଟ ଅନୁସାରେ ଚଳିତ ବର୍ଷ ଉତ୍ତର କୋରିଆରେ ୮ ଲକ୍ଷ ୬୦ ହଜାର ଟନ୍ ଖାଦ୍ୟ ଅଭାବ ହୋଇଛି । ତେଣୁ ଶୋଚନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କମ୍ ଖାଦ୍ୟ ଖାଇବା ପାଇଁ ଦେଶବାସୀଙ୍କୁ କହିଛନ୍ତି କିମ୍ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami