ଜାତୀୟ ଧ୍ୱଜାକ୍ଷେତ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Above Post Content

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନ ନିକଟ ମହାତ୍ମା ଗାନ୍ଧୀ ପାର୍କରେ ଜାତୀୟ ଧ୍ୱଜାକ୍ଷେତ୍ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତର ଜାତୀୟ ପତାକା ପ୍ରତି ଥିବା ସମ୍ମାନ ଉଦ୍ଦେଶ୍ୟରେ ୫୬୦୦ ବର୍ଗ ମିଟର ପରିସୀମା ପରିବ୍ୟାପ୍ତ ଏହି ପ୍ଲାଜାକୁ ମୁଖ୍ୟମନ୍ତ୍ରୀ ଉତ୍ସର୍ଗ କରିଛନ୍ତି । ଏଥିରେ ୧୦୦ଫୁଟ ଉଚ୍ଚରେ ପତାକାକୁ ଅବସ୍ଥାପିତ କରାଯାଇଛି । ଏହି ପ୍ଲାଜା ଜାତୀୟ ପତାକାର ସୃଷ୍ଟି ଠାରୁ ଆରମ୍ଭ କରି ଏହାର ଐତିହାସିକ ସଂଘର୍ଷର ଏକ ସ୍ମରଣକାରୀ ଗାଥା ଭାବରେ ଉଭା ହୋଇଛି । ଷ୍ଟେନଲେସ୍ ଷ୍ଟିଲ୍ ପ୍ଲେଟରେ ସଜ୍ଜିତ ବାଲୁକା ପଥର (ସ୍ୟାଣ୍ଡ ଷ୍ଟୋନ) ପ୍ୟାନେଲଗୁଡ଼ିକ ୧୯୦୭ରୁ ୧୯୪୭ ମସିହା ପର୍ଯ୍ୟନ୍ତ ରହିଥିବା ପତାକାଗୁଡ଼ିକୁ ୟୁଭି- ମୁଦ୍ରିତ କରି ପ୍ରଦର୍ଶନ କରୁଛି ।

ରହିଛି ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର

After 2nd paragraph post ads
Middle post content

ପ୍ୟାନେଲଗୁଡ଼ିକରେ ସ୍ୱାଧୀନତା ଆନ୍ଦୋଳନର ଜାତୀୟ ତଥା ସ୍ଥାନୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଚିତ୍ର ରହିଛି । ଭାରତୀୟ ସମ୍ବିଧାନ ସ୍ୱୀକୃତିପ୍ରାପ୍ତ ୨୨ଟି ସରକାରୀ ଭାଷାରେ ‘ଜୟ ହିନ୍ଦ୍‌’ ଲେଖା ହୋଇଛି । ଏଥିସହିତ ହିନ୍ଦୀ ଓ ଓଡ଼ିଆ ଅକ୍ଷରରେ ଜାତୀୟ ସଂଗୀତ ଲେଖାଯାଇଛି । ବିଡିଏ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । ଏହାର ପରିକଳ୍ପନା ବିଏମସିରୁ ଆରମ୍ଭ ହୋଇଥିଲା । ପରେ ଓଡ଼ିଶା ଖଣି ନିଗମ (ଓଏମସି) ଓ ବିଡିଏର ବିୟୁକେସି ମିଳିତ ଉଦ୍ୟମ ଦ୍ୱାରା କାର୍ଯ୍ୟକାରୀ ହୋଇଛି । କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା, ବିଧାୟକ (ଉତ୍ତର) ସୁଶାନ୍ତ କୁମାର ରାଉତ, ବିଏମ୍‌ସି ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବିଡିଏ ଅଧ୍ୟକ୍ଷ ଜି. ମାଥିଭାଥାନନ୍‌, ପୋଲିସ କମିସନର ସଞ୍ଜୀବ ପଣ୍ଡା, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ସମେତ ଓଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସବୁବର୍ଗର ଲୋକଙ୍କ ପାଇଁ ରହିଛି ମନୋରଞ୍ଜନର ସୁବିଧା

ଏହି ପ୍ଲାଜା ପରିସରରେ ଛୋଟ ପିଲାଙ୍କ ଖେଳ ପଡ଼ିଆ ଓ ସମସ୍ତ ବୟସ ବର୍ଗର ବ୍ୟକ୍ତିଙ୍କ ପାଇଁ ମନୋରଞ୍ଜନ ସୁବିଧା ଉପଲବ୍ଧ ହୋଇଛି । ପାର୍କରେ ଥିବା ଆଖପାଖ ପରିବେଶକୁ ବାଧା ନ ଦେଇ ଏହି ସବୁ ସୁବିଧା ଜନସାଧାରଣଙ୍କ ପାଇଁ ଉନ୍ମୁକ୍ତ ରହିବ । ଏଥିରେ ଦେଶାତ୍ମବୋଧ ସଂଗୀତ ବଜାଇବା ପାଇଁ ସାଉଣ୍ଡ ସିଷ୍ଟମ ଓ ଏକ ଜଳ ଫୁଆରା ରହିଛି । ଏହି ପ୍ଲାଜା କେବଳ ଭୁବନେଶ୍ୱରର ସାଂସ୍କୃତିକ ଅଭିବୃଦ୍ଧିକୁ ସମୃଦ୍ଧ କରିବ ନାହିଁ ବରଂ ଦେଶର ଐତିହ୍ୟ ଓ ଜାତୀୟତା ବୋଧର ପ୍ରତୀକ ଭାବରେ ଗୌରବ ଗାଥା ବହନ କରିବ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami