ବ୍ରହ୍ମପୁତ୍ର ନଦୀ ତଳେ ଭାରତୀୟ ସେନା ତିଆରି କରୁଛି ଗୁପ୍ତ ସୁଡ଼଼ଙ୍ଗ, ଯୁଦ୍ଧ ବେଳେ ଏମିତି ଆସିବ କାମରେ

Above Post Content

ଡ୍ରାଗନକୁ ଘେରିବା ପାଇଁ ଭାରତୀୟ ସେନାର ଜବରଦସ୍ତ ପ୍ଲାନ୍ । ବ୍ରହ୍ମପୁତ୍ର ନଦୀ ତଳେ ସେନା ତିଆରି କରିବ ଗୁପ୍ତ ସୁଡ଼ଙ୍ଗ । ଚୀନ ସହିତ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଏହି ସୁଡ଼ଙ୍ଗ ସେନାକୁ ରଣନୈତିକ ଲାଭ ଦେବ । ମନାଲୀର ଅଟଳ ଟନେଲ ଭଳି ଏହି ସୁଡ଼ଙ୍ଗ ହେବ । ଅରୁଣାଚଳ ପ୍ରଦେଶକୁ ଲାଗିଥିବା ସୀମାରେ ଚୀନ୍ ସେନାର ଆକ୍ରାମକ ନୀତି କାରଣରୁ ଏହି ସୁଡ଼ଙ୍ଗର ସାମରିକ ମହତ୍ୱ ବହୁତ ଅଧିକ ।

୫ ହଜାର କୋଟି ଟଙ୍କାର ସୁଡ଼ଙ୍ଗ

After 2nd paragraph post ads

ଏହି ସୁଡଙ୍ଗ ବ୍ରହ୍ମପୁତ୍ର ନଦୀଶଯ୍ୟା ତଳେ ମିସାଠାରୁ ଆରମ୍ଭ ହେବ ଓ ତେଜପୁର ପର୍ଯ୍ୟନ୍ତ ଏହା ଯିବ । ଏହାର ଦୈର୍ଘ୍ୟ ୧୨ରୁ ୧୫ କିଲୋମିଟର ରହିବ । ସୂଚନାଯୋଗ୍ୟ ଯେ, ଆସାମ ପାଖ ଦେଇଯାଇଥିବା ଅନ୍ତର୍ଜାତୀୟ ସୀମାକୁ ଆସିବାକୁ ଚୀନ୍ ପାଖରେ ୫ ସଡକ ରହିଛି । ଅନ୍ୟପକ୍ଷରେ ଭାରତ ପାଖରେ ମାତ୍ର ଗୋଟିଏ ସଡକ ରହିଛି । ଭାରତର ଯେଉଁ ସଡକ ଅନ୍ତର୍ଜାତୀୟ ସୀମା ପାଖକୁ ଯାଏ ତାହା ବୋମାଦିଲ୍ ଦେଇ ଯାଇଛି । ତେବେ ଭାରତ-ଚୀନ ମଧ୍ୟରେ ଥିବା ଏହି ଭିତ୍ତିଭୂମିର ଅନ୍ତରକୁ ଦୁର କରିବା ପାଇଁ ଭାରତୀୟ ସେନା ଆଉ ଅଧିକ ସଡ଼କ ତିଆରି ପାଇଁ ଯୋଜନା କରିଛି । ନିର୍ମାଣ ହେବାକୁ ଥିବା ସୁଡ଼ଙ୍ଗ କାମ ସରିଲେ ଭାରତୀୟ ସେନା ସବୁ ସମୟରେ ଅନ୍ତର୍ଜାତୀୟ ସୀମାକୁ ଯାଇ ପାରିବ । ଏହି ସୁଡ଼ଙ୍ଗ ନିର୍ମାଣରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ

ପ୍ରଥମ ଥର ପାଇଁ ଚୀନ ସୀମାରେ ସୁଡ଼ଙ୍ଗ

Middle post content

ମୋଦି ସରକାର ବ୍ରହ୍ମପୁତ୍ର ନଦୀ ତଳେ ୪ ଲେନ୍ ବିଶିଷ୍ଟ ସୁଡ଼ଙ୍ଗ ନିର୍ମାଣ ପାଇଁ ଅନୁମତି ଦେଇଥିବା କଥା ଗତବର୍ଷ ପ୍ରଥମେ ଶୁଣିବାକୁ ମିଳିଥିଲା । ଏହି ସୁଡଙ୍ଗ ଆସାମର ଗୋହପୁର ଓ ନୁମାଲିଗଡକୁ ଯୋଡିବ । ସୂଚନାଯୋଗ୍ୟ ଯେ, ଚୀନରୁ ବାହାରିଥିବା ବ୍ରହ୍ମପୁତ୍ର ନଦୀ ଆସାମ ଓ ଅରୁଣାଚଳ ପ୍ରଦେଶରେ ପ୍ରବାହିତ ହୋଇଥାଏ । ଯଦି ବ୍ରହ୍ମପୁତ୍ର ନଦୀରେ ସୁଡ଼ଙ୍ଗ ତିଆରି ହୁଏ ତେବେ ପ୍ରଥମ ଥର ପାଇଁ ଚୀନ ସୀମାରେ ଭାରତ ଏଭଳି କୌଣସି ନିର୍ମାଣ କାର୍ଯ୍ୟ କରିବ ।

ସହଜରେ ହେବ ଅସ୍ତ୍ରଶସ୍ତ୍ର ଯୋଗାଣ

ଚୀନର ଜିୟାଙ୍ଗସୁ ପ୍ରଦେଶର ତାଇହୁ ହ୍ରଦରେ ଥିବା ସୁଡ଼଼ଙ୍ଗଠାରୁ ବ୍ରହ୍ମପୁତ୍ର ସୁଡଙ୍ଗ ଅଧିକ ଲମ୍ବ ବିଶିଷ୍ଟ ହେବ । ସାମରିକ ଦୃଷ୍ଟିକୋଣରୁ ଏହି ସୁଡ଼ଙ୍ଗ ବେସ ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ଏହି ସୁଡଙ୍ଗ ଦ୍ୱାରା ଆସାମ ଓ ଅରୁଣାଚଳ ପ୍ରଦେଶ ବର୍ଷ ସାରା ଦେଶ ସହିତ ଯୋଡି ହୋଇ ରହିବ । ଏହି ସୁଡଙ୍ଗ କାରଣରୁ ସେନା ସବୁ ବେଳେ ଅସ୍ତ୍ରଶସ୍ତ୍ର ପାଇ ପାରିବ । ଏହି ସୁଡଙ୍ଗ ଭିତର ଦେଇ ଗାଡି ୮୦ କିଲୋମିଟର ଗତିରେ ଦୌଡି ପାରିବ । ଫଳରେ ଶୀଘ୍ର ସେନା ପାଖରେ ଅସ୍ତ୍ରଶସ୍ତ୍ର ପହଂଚି ପାରିବ । ନଦୀ ଉପରେ ଥିବା ପୋଲକୁ ଶତ୍ରୁର ବିମାନ ସହଜରେ ଧ୍ୱଂସ କରିପାରିବ କିନ୍ତୁ ନଦୀ ତଳେ ଥିବା ସୁଡ଼ଙ୍ଗକୁ ଧ୍ୱଂସ କରିବା ସହଜ ନୁହେଁ ।

ଦୁନିଆର ସବୁଠାରୁ ଲମ୍ବା ନଦୀ

ପାଣିର ପ୍ରବାହ ଦୃଷ୍ଟିରୁ ବ୍ରହ୍ମପୁତ୍ର ହେଉଛି ଦୁନିଆର ନବମ ବୃହତ୍ତମ ନଦୀ । ଦୈର୍ଘ୍ୟ ହିସାବରେ ଦୁନିଆର ଲମ୍ବା ନଦୀଙ୍କ ମଧ୍ୟରେ ଏହାର ସ୍ଥାନ ୧୫ତମ । ବ୍ରହ୍ମପୁତ୍ର ପ୍ରାୟ ୩ ହଜାର ୯୬୯ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ । ନଦୀର ହାରାହାରି ଗଭିରତା ୧୨୪ ଫୁଟ । ଚୀନ୍ ସୀମାରେ ଥିବା ମାନସରୋବର କ୍ଷେତ୍ରରୁ ଏହା ବାହାରିଛି । ଦକ୍ଷୀଣ ଚୀନ୍ ଦେଇ ଏହା ଅରୁଣାଚଳ ପ୍ରଦେଶରେ ପ୍ରଥମେ ପ୍ରବେଶ କରିଛି । ସେଠାରୁ ଏହା ଆସାମ ମଧ୍ୟକୁ ପ୍ରବେଶ କରି ବାଂଲାଦେଶ ଯାଇଛି । ବାଂଲଦେଶରେ ଏହା ବଙ୍ଗୋପସାଗରେ ବିଲୀନ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami