ପାଖରେ ଲାପଟପ୍, ହାତରେ କାଲାସ୍ନିକୋଭ, ଇଏ ହେଉଛନ୍ତି ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କ ମୁଖ୍ୟ

Above Post Content

ରିଜର୍ଭ ବ୍ୟାଙ୍କ ମୁଖ୍ୟ ହେବା ପାଇଁ କ’ଣ ଯୋଗ୍ୟତା ଆବଶ୍ୟକ ? ସହଜ ଉତ୍ତର ହେଲା ଉଚ୍ଚ ଶିକ୍ଷିତ । ଅର୍ଥନୀତିରେ ବଡ଼ ଅନୁଷ୍ଠାନରୁ ଡିଗ୍ରୀ । କିନ୍ତୁ ଦେଶ ଯଦି ଆଫଗାନିସ୍ତାନ ହୋଇଥାଏ ତେବେ ରିଜର୍ଭ ବ୍ୟାଙ୍କ ମୁଖ୍ୟ ହେବା ପାଇଁ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ନାହିଁ । ଲାପଟପ ଚଳାଇ ଜାଣିବା ଯେତିକି ଜରୁରୀ ନୁହେଁ ତା’ଠାରୁ ଅଧିକ କାଲାସ୍ନିକୋଭ୍ ରାଇଫଲ ଠାରୁ ଷ୍ଟ୍ରିଞ୍ଜର ରକେଟ୍ ଚଳାଇ ଜାଣିଥିବା ଆବଶ୍ୟକ । ଲୋକଙ୍କୁ ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଯଦି ମାରି ପାରୁଥିବେ ତେବେ ତାହା ଅଧିକ ଯୋଗ୍ୟତା ଶ୍ରେଣୀରେ ଯିବ । ଆଫଗାନିସ୍ତାନର ନୂଆ ରିଜର୍ଭ ବ୍ୟାଙ୍କ ମୁଖ୍ୟଙ୍କ ଫଟୋ ଦୁଇ ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ପୁରୁଣା ଆତଙ୍କବାଦୀ ତଥା ତାଲିବାନର କଳାଟଙ୍କାକୁ ଧଳା କରୁଥିବା ବ୍ୟକ୍ତି ଜଣକ ଫଟୋରେ ଏକେ-୪୭ ରାଇଫଲ ଧରି ରିଜର୍ଭ ବ୍ୟାଙ୍କ ଅଫିସରେ ବସିଛନ୍ତି ।

ଦ ଆଫଗାନିସ୍ତାନ ବ୍ୟାଙ୍କ (DAB) ର ମୁଖ୍ୟ ଭାବରେ ନିଯୁକ୍ତ ପାଇଥିବା ହାଜି ମହମ୍ମଦ ଇଦରିସଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହାଜିଙ୍କୁ ମିଳିଛି ଆଫଗାନିସ୍ତାନ ବ୍ୟାଙ୍କର ମୁଖ୍ୟ ପଦବି । ତାଲିବାନ ଆତଙ୍କବାଦୀମାନେ ଏହି ନିଯୁକ୍ତି ମାଧ୍ୟମରେ ଦେଶର ବ୍ୟାଙ୍କଗୁଡ଼ିକୁ ନିଶ୍ଚିତ କରିଛନ୍ତି ଯେ ସେମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଆର୍ଥିକ ବ୍ୟବସ୍ଥା ଚାହୁଁଛନ୍ତି। ତେବେ ଟଙ୍କା ଯୋଗାଣର ବ୍ୟବସ୍ଥା କିପରି ହେବ ତାଲିବାନ ଏପର୍ଯ୍ୟନ୍ତ କିଛି ବି କହିନାହାଁନ୍ତି । ନିକଟରେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ ଇଦରିସ୍ ଙ୍କ ଏହି ନିଯୁକ୍ତି ବାବଦରେ ସୂଚନା ଦେଇଛନ୍ତି । କେବଳ ବ୍ୟାଙ୍କ ମୁଖ୍ୟ ନୁହନ୍ତି ଇଦରିସ୍ ମଧ୍ୟ ସରକାରୀ ଅନୁଷ୍ଠାନ ଗୁଡିକୁ ସଂଗଠିତ କରିବେ, ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବେ ଏବଂ ଲୋକଙ୍କ ସମସ୍ୟା ଦୂର କରିବେ। ତେବେ ରାଇଫଲ ନେଇ ଇଦରିସଙ୍କ ଭାଇରାଲ ଚିତ୍ର ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ କିପରି ଏସବୁ ସମସ୍ୟାର ସମାଧାନ କରିବେ। ବନ୍ଧୁକ ମୂନରେ କେଉଁଭଳି ହେବ ଶାସନ ତାହା ସମସ୍ତେ ବୁଝିସାରିଥିବେ ।

After 2nd paragraph post ads
Middle post content

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଇଦରିସଙ୍କ ନିଯୁକ୍ତି ବାବଦରେ ଆଗରୁ ଚେତାବନୀ ଦେଇଥିଲେ । ସେ କହିଥିଲେ ଯେ ତାଲିବାନ ଜଣେ ଏମିତି ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ବ୍ୟାଙ୍କର ମୁଖ୍ୟ ଭାବରେ ନିଯୁକ୍ତ ଦେବ ଯିଏ କଳାଧନକୁ ବେଶ୍ ସଫେଇର ସହ ଧଳା କରିପାରୁଥିବ । ଆଉ ଇଦରିସ୍ ଅଲ-କାଏଦା ସମର୍ଥକ ଏବଂ ତାଲିବାନ ମଧ୍ୟରେ କଳାଟଙ୍କାକୁ ଧଳା କରିବାର କାରବାରକୁ ସୁବିଧା କରାଉଥିଲେ ।

ଇଦରିସ ଉତ୍ତର ଜାବଜଜାନ୍ ପ୍ରଦେଶର ବାସିନ୍ଦା । ସେ ମୁଲା ଅଖତର ମନସୁରଙ୍କ ସହ ଦୀର୍ଘ ଦିନ ଧରି ତାଲିବାନର ଆର୍ଥିକ କାର୍ଯ୍ୟ ସବୁକୁ ତଦାରଖ କରୁଥିଲେ। ମୁଲା ଅଖତରଙ୍କର ୨୦୧୬ରେ ଆମେରିକାର ଏକ ଡ୍ରୋନ୍ ଷ୍ଟ୍ରାଇକ୍ ରେ ମୃତ୍ୟୁ ହୋଇଥିଲା । ଇଦରିସଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ କାହା ପାଖରେ କିଛି ମଧ୍ୟ ସୂଚନା ନାହିଁ । କେବଳ ଏତିକି ଜଣା ଯେ, ପ୍ରୋଟେକ୍ସନ ମନି, ଅଫିମ ଚାଲଣ ଆଦିରୁ ତାଲିବାନ ଯେଉଁ ଟଙ୍କା ଆୟ କରୁଥିଲା ତାକୁ ଇଦରିସ ହାୱାଲା ଜରିଆରେ ଧଳା କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami