ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରିବା ପାଇଁ କଲେ ପ୍ରାର୍ଥନା

Above Post Content

ଭୁବନେଶ୍ୱର: ଆରମ୍ଭ ହୋଇଛି ପାର୍ବଣ ଋତୁ । ଭକ୍ତଙ୍କ ମଙ୍ଗଳ ପାଇଁ ଧରାବତରଣ କରିଛନ୍ତି ମାଆ । ତେବେ ଭାରତବର୍ଷରେ ଦଶହରା ଏକ ବଡ ଉତ୍ସବ ହୋଇଥିବା ବେଳେ ପରସ୍ପରକୁ ଦଶହରା ଶୁଭେଚ୍ଛା ଜଣାଉଛନ୍ତି ସମସ୍ତେ । ସେହିଭଳି ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ପାର୍ବଣର ଅମୃତ ଲଗ୍ନରେ ମା’ଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଶାନ୍ତି ଓ ଆନନ୍ଦ ଭରି ଦେଉ ବୋଲି ପ୍ରାର୍ଥନା କରୁଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ନବମୀ ପୂଜା କରାଯାଉଛି । ଦୁର୍ଗାପୂଜାକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗାଁଠୁ ସହର ସବୁଠି ପୂଜାକୁ ନେଇ ଉତ୍ସାହର ମାହୋଲ । ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗର ଆଲୋକମାଳାରେ ରାସ୍ତାଘାଟ, ସହର, ବଜାର ଝଲସୁଛି । ଏହାସହ ମୀନାବଜାର, ବିଭିନ୍ନ ପ୍ରକାର ଦୋଳି ଓ ଖେଳର ମଜା ଉଠାଉଛନ୍ତି ଲୋକେ । ସେପଟେ ପ୍ରବଳ ବର୍ଷା ଓ ବନ୍ୟା ଆଶାଙ୍କା ପୂଜାକୁ ଫିକା କରିପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଭାଗ । ତେବେ ପ୍ରତିବର୍ଷ ପୂଜା ସମୟରେ ବର୍ଷା ହେବା କାରଣରୁ ପ୍ରାୟତଃ ଫିକା ପଡିଥାଏ ଦଶହରା । କିନ୍ତୁ ଚଳିତ ବର୍ଷ ବର୍ଷା ନଥିବା କାରଣରୁ ସପ୍ତମୀରୁ ପୂଜା ପାଣ୍ଡାଲ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami