କାଶ୍ମୀରରେ ଆସିବ ପରିବର୍ତ୍ତନ,ଝାଡ଼ୁଦାରଙ୍କ ପୁଅ ବି ହୋଇପାରିବେ ଅଫିସର !

Above Post Content

ଆଗକୁ ଜାମ୍ମୁକାଶ୍ମୀର ନିର୍ବାଚନ ହେବାର ସମ୍ଭାବନା ରହିଛି । ତେଣୁ କେନ୍ଦ୍ର ସରକାର ଜାମ୍ମୁ- କାଶ୍ମୀରର ବାଲ୍ମିକୀ ସମ୍ପ୍ରଦାୟକୁ ଅନୁସୂଚିତ ଜାତି ତାଲିକାରେ ସାମିଲ କରିବାକୁ ଚିନ୍ତା କରୁଛନ୍ତି । ଏଥିପାଇଁ ସାମାଜିକ ନ୍ୟାୟ ଓ କଲ୍ୟାଣ ବିଭାଗ କାମ କରୁଥିବା ଶୁଣିବାକୁ ମିଳୁଛି । ଉତ୍ତର ଭାରତର ଅନ୍ୟ ରାଜ୍ୟରେ ବାଲ୍ମିକୀ ସମ୍ପ୍ରଦାୟ ଅନୁସୂଚିତ ଜାତି ତାଲିକାରେ ଥିବା ବେଳେ ଜାମ୍ମୁକାଶ୍ମୀର ରେ ସେମାନଙ୍କୁ ଏହି ମାନ୍ୟତା ମିଳିନାହିଁ । ଏହା ପଛରେ ରହିଛି ପୁରୁଣା ଜାମ୍ମୁ କାଶ୍ମୀର ସରକାରଙ୍କ ବାଛବିଛାର ଓ ସମ୍ବିଧାନର ୩୭୦ ଧାରା ଧାରା ୩୭୦ ଉଛେଦ ହେବା ପରେ ବାଲ୍ମିକୀ ସମ୍ପ୍ରଦାୟ ନ୍ୟାୟ ପାଇବାର ଆଶା ବଢିଥିଲା । ଆଉ ଲାଗୁଛି ଏବେ ସେମାନେ ମଧ୍ୟ ସଂରକ୍ଷଣର ସୁବିଧା ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା କ’ଣ ପାଇଁ କାଶ୍ମୀର ଉପତ୍ୟକାରେ ରହୁଥିବା ବାଲ୍ମିକୀ ସମ୍ପ୍ରଦାୟ ପାତର ଅନ୍ତରର ଶିକାର ହେଉଥିଲେ

ପାତରଅନ୍ତର ଆରମ୍ଭ ହୁଏ ୫୦ ବର୍ଷ ତଳେ

After 2nd paragraph post ads

୧୯୫୭ ମସିହାର କଥା । ସେହି ବର୍ଷ ଜମ୍ମୁକାଶ୍ମୀରରେ ସଫାଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଫଳରେ ଉପତ୍ୟକାରେ କୁଢକୁଢ଼ ମଇଳା ଜମା ହୋଇଥିଲା । ସରକାର ଉପତ୍ୟକାକୁ ସଫା କରିବା ପାଇଁ ଉପାୟ ଖୋଜୁଥିଲେ । ଏହି ସମୟରେ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା । ଆଉ ପ୍ରଧାନମନ୍ତ୍ରୀ ଥିଲେ ବକ୍ସି ଗୁଲାମ ମହମ୍ମଦମହମ୍ମଦ ଅନ୍ୟ ରାଜ୍ୟରୁ ସଫେଇ କର୍ମଚାରୀ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେ ପଂଜାବର ମୁଖ୍ୟମନ୍ତ୍ରୀ ପ୍ରତାପ ସିଂହ କେରୋଙ୍କ ସହ କଥା ହୋଇଥିଲେ ପ୍ରତାପ ସିଂହଙ୍କୁ ମହମ୍ମଦ ପ୍ରତିଶ୍ରୁତି ଦେଇଥିଲେ ଯେ, ଯେଉଁ କର୍ମଚାରୀ ଆସିବେ ସେମାନଙ୍କୁ ସ୍ଥାୟୀ ଚାକିରି ଦିଆଯିବ । ଏହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ପଂଜାବ ସରକାର ୨୭୨ ଜଣ କର୍ମଚାରୀ କାଶ୍ମୀର ପଠାଇଥିଲେ

Middle post content

ଏହି ସବୁ କର୍ମଚାରୀ ବାଲ୍ମିକୀ ସମ୍ପ୍ରଦାୟର ଥିଲେ । ସେମାନେ କାଳକ୍ରମେ କାଶ୍ମୀର ଉପତ୍ୟକାର ସ୍ଥାୟୀ ବାସିନ୍ଦା ହୋଇଗଲେ । ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୨୭୨ରୁ ଅଢେଇ ଲକ୍ଷ ହୋଇଥିଲା । କିନ୍ତୁ ଏହି ଅଢେଇ ଲକ୍ଷ ଲୋକଙ୍କ ପ୍ରତି କାଶ୍ମୀର ସରକାରଙ୍କ ବ୍ୟବହାର ଅମାନବୀୟ ଥିଲା । ସେଠାକାର ସରକାର ନିଜର ଅଲଗା ସମ୍ବିଧାନର ଦ୍ୱାହୀ ଦେଇ ସେମାନଙ୍କୁ ସ୍ଥାୟୀ ବାସିନ୍ଦାର ପ୍ରମାଣପତ୍ର ଦେଇନଥିଲେ କିମ୍ବା ନାଗରିକତା ଦେଇନଥିଲେ । ଫଳରେ ଏହି ସମ୍ପ୍ରଦାୟର ଲୋକ ନା ଭୋଟ୍ ଦେଇ ପାରୁଥିଲେ ନା ଜମି କିଣିପାରୁଥିଲେସମ୍ବିଧାନର ଧାରା ୩୭୦ ଓ ୩୫କ’ର ଉଦାହରଣ ଦେଇ କାଶ୍ମୀର ବାଲ୍ମିକୀ ସମ୍ପ୍ରଦାୟର ଅଧିକାର ହଡ଼ପ କରିଥିଲା

ଯେତେ ପଢ଼ିଲେ ବି ଝାଡ଼ୁଦାର !

ବାଲ୍ମିକୀ ସମ୍ପ୍ରଦାୟ ପ୍ରତି କାଶ୍ମୀରରେ କିଭଳି ଅମାନବୀୟ ବ୍ୟବହାର କରାଯାଉଥିଲା ତାରା ଗୋଟିଏ ଉଦାହରଣ ହେଉଛି ଯେ, ଯେହେତୁ ଏହି ସମ୍ପ୍ରଦାୟ ସଫେଇ କରିବାକୁ ଆସିଥିଲେ ତେଣୁ ସେମାନଙ୍କ ପିଲାମାନେ ମଧ୍ୟ କେବଳ ସେହି କାମ କରିବେ ବୋଲି ନିୟମ କରାଯାଇଥିଲା । ଅର୍ଥାତ ଜଣେ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ସେ ଅନ୍ୟ କୌଣସି ଚାକିରି ପାଇଁ ମନୋନିତ ହେଉନଥିଲେ । ତେଣୁ ବାଲ୍ମିକୀ ସମ୍ପ୍ରଦାୟର ଅନେକ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ବାଧ୍ୟ ହୋଇ ସଫେଇ କର୍ମଚାରୀ ହୋଇଥିଲେ । ଗତ ୬୦ ବର୍ଷ ଧରି ଏହି ଅତ୍ୟାଚାର ଚାଲି ଆସୁଥିଲା ନିଜର ସ୍ୱତନ୍ତ୍ରତା ପାଇଁ ମୁହଁ ଖୋଲି ଗର୍ଜନ କରୁଥିବା କାଶ୍ମୀରର ମୁସଲିମ୍ ନେତା ବାଲ୍ମିକୀ ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାରର ଖୋଲାଖୋଲି ସମର୍ଥକ ଥିଲେ । ସେମାନଙ୍କ କହିବା ଥିଲା ଯେ, ଯେହେତୁ ଏମାନେ ବାହାର ରାଜ୍ୟରୁ ଆସିଛନ୍ତି ତେଣୁ ସେମାନଙ୍କୁ ନା କାଶ୍ମୀରରେ ସ୍ଥାୟୀ ବାସିନ୍ଦାର ମାନ୍ୟତା ମିଳିବ ନା ନାଗରିକତା ନା ଚାକିରିରେ ସମାନ ଅବସର

୬୦ ବର୍ଷ ଧରି ଏହି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କୁ କାଶ୍ମୀର ସରକାର କୌଣସି ବୃ୍ତି ମଧ୍ୟ ଦେଉନଥିଲେ । ତେବେ ଏବେ ଲାଗୁଛି ଏହି ସମ୍ପ୍ରଦାୟ ପ୍ରତି ହୋଇଥିବା ଐତିହାସିକ ଭୁଲର ସୁଧାର ହେବ । ସେମାନେ ମଧ୍ୟ ସମ୍ମାନଜନକ ଜୀବିକା ସହିତ ସାମାଜିକ ସ୍ୱାଧିନତା ପାଇବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami