![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ଧନତେରାସରେ ଭାରତୀୟ ମାନେ ସୁନା କିଣନ୍ତି । କେବଳ ଦେଶ ଭିତରେ ନୁହେଁ, ଦେଶ ବାହାରେ ମଧ୍ୟ ଯେଉଁଠି ବି ଭାରତୀୟ ରୁହନ୍ତି ସେଠାରେ ସେମାନେ ସୁନା କିଣିବାକୁ ଭୁଲନ୍ତି ନାହିଁ । ଯାହାକୁ ଦୃଷ୍ଟିରେ ରଖି ବ୍ରିଟିଶ ରୟାଲ ମିଣ୍ଟ୍ ପ୍ରଥମଥର ପାଇଁ ଏମିତି ଏକ ଗୋଲ୍ଡ୍ ବାର ଲଂଚ୍ କରିଛି ଯେଉଁଥିରେ ରହିଛି ଦେବୀ ଲକ୍ଷ୍ମୀଙ୍କ ଆକୃତି ।
ମିଳିଥିବା ସୂଚନା ମୁତାବକ ଏହି ଲକ୍ଷ୍ମୀ ବାରରେ ୨୦ ଗ୍ରାମର ୯୯୯.୯ ସୁନା ରହିଛି, ଯେଉଥିରେ ଦେବୀ ଲକ୍ଷ୍ମୀଙ୍କ ଆକୃତି ରହିଛି । ଏହାକୁ ଡିଜାଇନର ଇମା ନୋବଲ ଡିଜାଇନ୍ କରିଛନ୍ତି । ଇମା ନୋବେଲ ଏଥିପାଇଁ କାର୍ଡିଫର ଶ୍ରୀ ସ୍ୱାମୀ ନାରାୟଣ ମନ୍ଦିରର ସହଯୋଗ ନେଇଥିଲେ ।
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ବୁଧବାରଠାରୁ ରୟାଲ ମିଣ୍ଟ୍ ବାରରେ ଉପଲବ୍ଧ
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଏହି ଗୋଲ୍ଡ ବାରର ମୁଲ୍ୟ ୧ ଲକ୍ଷ ଟଙ୍କା ରହିଛି । ୟୁକେ ସମୟ ଅନୁସାରେ ବୁଧବାର ସକାଳ ୯ରୁ ରୟାଲ ମିଣ୍ଟର ୱେବସାଇଟରେ ଏହା ଉପଲବ୍ଧ ହୋଇଛି । ରୟାଲ ମିଣ୍ଟ୍ ପ୍ରଥମ ଥର ପାଇଁ କୌଣସି ହିନ୍ଦୁ ଡିଜାଇନ୍ ଉପରେ କାର୍ଯ୍ୟ କରିଛି । ସୂଚନା ଅନୁସାରେ ୪ ନଭେମ୍ବର (ଦିପାବଳୀ)ରେ ଲକ୍ଷ୍ମୀପୂଜା ଅବସରରେ ମିଣ୍ଟ୍ ଅଧିକାରୀଙ୍କ ଉପସ୍ଥିତିରେ ବାରକୁ ଶ୍ରୀ ସ୍ୱାମୀନାରାୟମ ମନ୍ଦିରରେ ରଖାଯିବ ।
ଏମିତି ବାର’ର ଡିଜାଇନ୍
ରୟାଲ ମିଣ୍ଟ୍ ନିର୍ଦ୍ଦେଶକ ଏଣ୍ଡ୍ରୟୁ ଡିକି କହିଛନ୍ତି ଯେ, ଦିପାବଳି ଅବସରରେ ସୁନାକୁ ଉପହାର ଭାବେ ଦେଖା ଯାଇଥାଏ । ଏହି ବାର ସୁନ୍ଦର ହେବା ସହିତ ପରମ୍ପରା ସହିତ ସାମଂଜସ୍ୟ ରଖୁ ବୋଲି ଆମେ ଚାହୁଁଥିଲୁ । ଏହି ଡିଜାଇନରେ ଦେବୀ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଉପରେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ତାଙ୍କ ହସ୍ତରେ ମଧ୍ୟ ପଦ୍ମ ଫୁଲ ରହିଛି । ଅନ୍ୟପକ୍ଷରେ ପ୍ୟାକେଜିଂରେ ଓମ୍ ପ୍ରତୀକ ମଧ୍ୟ ରହିଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)