ଆଫଗାନସ୍ଥାନୀ ମହିଳାଙ୍କୁ ‘ଯୌନଦାସୀ’ କରୁଛି ତାଲିବାନ, ବଳପୂର୍ବକ ଘରୁ ହେଉଛି ଅପହରଣ

Above Post Content

ତାଲିବାନ୍ ଧିରେ ଧିରେ ଆଫଗାନିସ୍ତାନ ଉପରେ ନିଜ କବଜା ମଜବୁତ କରିବାରେ ଲାଗିଛି । ଆମେରିକା ହାତ ଛାଡିବା ପରେ ଏବେ ତାଲିବାନ ଦେଶର ବଡ ଭୂଭାଗ ଉପରେ ନିଜ କବଜା ଜମାଇ ସାରିଲାଣି । ଏହାରି ଭିତରେ ଏମିତି ଖବର ଆସୁଛି ଯାହା ଦୁନିଆକୁ ବିବ୍ରତ କରୁଛି । କୁହାଯାଉଛି ଯେ, ତାଲିବାନ ଆଫଗାନୀ ଯୁବତୀ, ମହିଳାଙ୍କୁ ଯୌନଦାସୀ କରୁଛି । ମିଡିଆ ରିପୋର୍ଟ ଅନୁସାରେ ତାଲିବାନ ଆଫଗାନସ୍ଥାନୀ ଯୁବତୀ, ମହିଳାଙ୍କୁ ସେକ୍ସ ସ୍ଲେଭ୍ ବା ଯୌନଦାସୀ କରିବା ପାଇଁ ଲୋକଙ୍କ ଘର ଉପରେ ଆକ୍ରମଣ କରୁଛନ୍ତି । ବ୍ରିଟିଶ ଖବରକାଗଜ ଦି ସନ୍ ଅନୁସାରେ ନିକଟରେ ତାଲିବାନ ତା’ର ସ୍ଥାନୀୟ ନେତାଙ୍କୁ ୧୨ ବର୍ଷରୁ ୪୫ ବର୍ଷୀୟ ମହିଳାଙ୍କ ସୂଚୀ ମାଗିଥିଲା । ସୂଚୀ ମଗାଯିବାର କିଛିଦିନ ପରେ ତାଲିବାନୀ ନେତା ମହିଳାଙ୍କ ଅପହରଣ ସହିତ ବଳପୁର୍ବକ ବିବାହ ଉଦ୍ୟମ କରୁଛନ୍ତି ।

ହିଜବ ଜରୁରୀ

After 2nd paragraph post ads

ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଏହି ପଦକ୍ଷେପ ଏକ କଠୋର ସାରିଆ ଆଇନର ପ୍ରତ୍ୟାବର୍ତ୍ତନ ଆଡକୁ ଇଶାରା କରୁଛି । ଆଫଗାନିସ୍ତାନରେ ଏବେ ପୁରୁଷ ସାଥୀଙ୍କ ବିନା ମହିଳା ଘରୁ ବାହାରକୁ ବାହାରି ପାରିବେ ନାହିଁ । ସେମାନଙ୍କ ପାଇଁ ହିଜବ ପିନ୍ଧିବା ବାଧ୍ୟତାମୁଳକ । ଅନେକ ସ୍କୁଲ ଓ ବ୍ୟବସାୟ ବନ୍ଦ ହୋଇ ସାରିଛି । ଆଫଗାନୀ ଝିଅ ଏବେ ସେହି ସ୍କୁଲରେ ହିଁ ପଢିପାରିବେ ଯେଉଁଠାରେ ମହିଳା ଶିକ୍ଷୟତ୍ରୀ ଥିବେନିୟମ ଉଲ୍ଲଂଘନକାରୀଙ୍କୁ କଠୋର ଦଣ୍ଡ ଦିଆଯିବା ବୋଲି ତାଲିବାନ ଘୋଷଣା କରି ସାରିଛି ।

Middle post content

ଆଫଗାନିସ୍ତାନରୁ ମହିଳାଙ୍କ ପଳାୟନ

ତାଲିବାନ ଡରରେ ଆଫଗାନିସ୍ତାନରୁ ମହିଳା ପଳାୟନ କରୁଛନ୍ତି । ପରିବାର ନିଜ ଝିଅ ମାନଙ୍କୁ ଅନ୍ୟତ୍ର ପଠାଇ ଦେବାକୁ ବାଧ୍ୟ ହେଉଛନ୍ତି । କାରଣ ପରିବାରର ଭୟ ଯେ, ତାଲିବାନ ସେମାନଙ୍କ ଝିଅର ଅପହରଣ କରି ଯୌନଦାସୀ ହେବାକୁ ବାଧ୍ୟ କରିବ । ଆଫଗାନିସ୍ତାନର ଜଣେ ବରିଷ୍ଠ ରାଜନେତା ଫରଖୁଣ୍ଡା ଜହରା ନାଦେରୀଙ୍କ ଅନୁସାରେ ଦେଶରେ ନାଗରିକ ଅଧିକାର ବିପଦରେ ଅଛି । ସେ କହିଛନ୍ତି ଯେ, ମୋର ସବୁଠୁ ବଡ଼ ଡର ହେଉଛି ଯେ, ଆତଙ୍କବାଦୀ ସେହି ମହିଳାଙ୍କୁ ଟାର୍ଗେଟ କରୁଛନ୍ତି ଯେଉଁମାନେ ନେତୃତ୍ୱ ନେଉଛନ୍ତି ।

ସେନାମୁଖ୍ୟଙ୍କୁ ବରଖାସ୍ତ କଲେ ଆଫଗାନ ସରକାର

ତାଲିବାନୀ ଆତଙ୍କବାଦୀଙ୍କୁ ରୋକିବାରେ ଅସମର୍ଥ ହୋଇଥିବାରୁ ରାଷ୍ଟ୍ରପତି ଅବଦୁଲ ଗାନୀ ନିଜ ସେନାମୁଖ୍ୟ ଜେନରାଲ ବଲି ମହମ୍ମଦ ଅହମଦଜାଇଙ୍କୁ ପଦରୁ ବରଖାସ୍ତ କରିଛନ୍ତି । ତାଙ୍କ ସ୍ଥାନରେ ଜେନରାଲ ହୈବତୁଲଲା ଅଲିଜଇଙ୍କୁ ଆଗାମୀ ସେନାମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ଜେନରାଲ ବଲିଙ୍କୁ ଏମିତି ସମୟରେ ବରଖାସ୍ତ କରାଯାଇଛି ଯେତେବେଳେ ତାଲିବାନ ଦେଶର ୬୮ ପ୍ରତିଶତ ଅଞ୍ଚଳ ଉପରେ କବଜା ଜମାଇ ସାରିଲାଣି । ଶୁକ୍ରବାର ସୁଧା ତାଲିବାନ ଆଫଗାନିସ୍ତାନର ୯ଟି ପ୍ରାଦେଶିକ ରାଜଧାନୀକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami