ଗାଡ଼ିର କଳା କାଚ ଯାଞ୍ଚ: ଉଲ୍ଲଂଘନ ହେଲେ ୫ ହଜାର ଟଙ୍କା ଜରିମାନା

Above Post Content

ଭୁବନେଶ୍ୱର: ପୁଣି ଆରମ୍ଭ ହେଲା କଳାକାଚ ଯାଞ୍ଚ ଅଭିଯାନ । ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ କଡ଼ାକଡ଼ି ପାଳନ କରିବାକୁ କମିସନରେଟ୍ ପୋଲିସ ନିଷ୍ପତ୍ତି ନେଇଛି । କଳାକାଚ ଆଢ଼ୁଆଳରେ ନିର୍ବାଚନ ଲାଗି ଟଙ୍କା ଚାଲାଣ ସନ୍ଦେହ କରାଯାଉଛି । ଏ ସଂକ୍ରାନ୍ତରେ ଗୁଇନ୍ଦା ରିପୋର୍ଟ ମଧ୍ୟ ଆସିଛି । ସେଥିପାଇଁ ପୋଲିସ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛିି । ଏହି କ୍ରମରେ ଟିନ୍‌ଟେଡ୍ ଗ୍ଲାସ୍ ଥିବା ଗାଡ଼ିକୁ ଯାଞ୍ଚ କରିବାକୁ ପୋଲିସ କମିସନର ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଡିସିପି ଓ ଟ୍ରାଫିକ୍ ଡିସିପିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ଏହି ଯାଞ୍ଚ ଆରମ୍ଭ କରିଛି ।

Middle post content

ଭୋଗିବେ ୬ ମାସ ଜେଲ

After 2nd paragraph post ads

ଗାଡ଼ିରେ ଯେ କୌଣସି ଡାର୍କ ଫିଲ୍ମ ବା ଅନ୍ୟ କୌଣସି ଜିନିଷ ଲଗାଇବା ଉପରେ ନିଷେଧାଦେଶ ରହିଛି । ଯଦି କୌଣସି ବ୍ୟକ୍ତି ବ୍ଲାକ୍ ଫିଲ୍ମ କିମ୍ବା ଅନ୍ୟ କିଛି ସେଫ୍‌ଟି ଗ୍ଲାସ୍‌ୱ୍ୱିଣ୍ଡ୍‌ସ୍ ସ୍କ୍ରିନ୍ ଅଥବା ସାଇଡ୍ ସ୍କ୍ରିନ୍‌ରେ ଲଗାଇଥିବେ, ତେବେ ଏଣିକି ଫସିବେ । ଯଦି ଏହି ନିୟମର କେହି ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରିବ ପୋଲିସ । ଏହାଛଡ଼ା ସେକ୍ସନ୍ ୧୮୨ (ଏ) (୪) ଅନୁଯାୟୀ ୫,୦୦୦ ଟଙ୍କା ଜରିମାନା କିମ୍ବା ୬ ମାସ ଜେଲ ଦଣ୍ଡ ଭୋଗିପାରନ୍ତି । ଆରଟିଓ ଓ ପୋଲିସ ମିଳିତ ଭାବେ ଏହି ପଦକ୍ଷେପ ନେବାକୁ କମିସନର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଲୋକମାନେ ନିଜ ଗାଡ଼ିରୁ ବ୍ଲାକ୍ ଫିଲ୍ମ କିମ୍ବା ସେହିପରି ଅନ୍ୟ କିଛି ଲଗାଇଥିଲେ ତାହାକୁ କାଢ଼ିଦେବାକୁ କମିସନର ପରାମର୍ଶ ଦେଇଛନ୍ତି । ଗାଡ଼ିରେ କଳାକାଚ ନେଇ ପୂର୍ବରୁ ଅନେକ ଅଭିଯାନ କରାଯାଇଛି । ସଚେତନତା ପରେ ପୋଲିସ ସେସବୁ ଗାଡ଼ିକୁ ଧରି ଅର୍ବାନ ପୋଲିସ ଆଇନ ବଳରେ ୫୦୦ ଟଙ୍କା ଜରିମାନା ଆଦାୟ କରୁଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami