![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କାହିଁକି ଗିରଫ କରାଗଲା ବୋଲି ସୁପ୍ରିମକୋର୍ଟ ଇଡିକୁ ପ୍ରଶ୍ନ କରିଛନ୍ତି । ଆସନ୍ତା ଶୁକ୍ରବାର ଇଡି ଏହାର ଜବାବ ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେଜରିୱାଲ ନିଜର ଗିରଫଦାରୀ ବିରୋଧରେ କରିଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟ କରିଛନ୍ତି । ଏହି ସମୟରେ କୋର୍ଟ ଅବକାରୀ ଦୁର୍ନୀତିର ତଦନ୍ତ ମାମଲାରେ କେଜରିୱାଲଙ୍କୁ ଗିରଫ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉପରେ ବର୍ଷିଥିଲେ ।
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ଜବାବ ଦାଖଲ କରିବାକୁ ଇଡ଼ିକୁ ନିର୍ଦ୍ଦେଶ
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
ଏହାପୂର୍ବରୁ କେଜରିୱାଲ ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ । ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଗିରଫ କରାଯାଇଥିବା ସେ ଯୁକ୍ତି ରଖିଥିଲେ । ହେଲେ ଏହି ଯୁକ୍ତିକୁ ଦିଲ୍ଲୀ ହାଇକୋର୍ଟ ଗ୍ରହଣ କରି ନ ଥିଲେ । ହେଲେ ଏବେ ସୁପ୍ରିମକୋର୍ଟ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଓ ଇଡିକୁ ଜବାବ ଦାଖଲ କରିବାକୁ କହିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନା ଇଡିକୁ କହିଛନ୍ତି ଯେ, ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନ୍ୟାୟିକ ପ୍ରକ୍ରିୟାରେ ନ ଯାଇ ସିଧା ଅପରାଧିକ ପ୍ରୋସେଡିଂ ଆପଣାଇଛି କି? କାହିଁକି ଗିରଫଦାରୀର ସମୟକୁ ନେଇ ପ୍ରଶ୍ନ ଉଠିଛି? ଏହି ମାମଲାରେ ଏଯାଏ କୌଣସି ଦସ୍ତାବିଜ ବା ଜିନିଷ ଜବତ କରାଯାଇ ନାହିଁ । ତେବେ କେଜରିୱାଲ ଏଥିରେ କେମିତି ସାମିଲ ଅଛନ୍ତି, ତା’କୁ ଉପସ୍ଥାପନ କରନ୍ତୁ । ସାଧାରଣ ନିର୍ବାଚନ ପୂର୍ବରୁ କାହିଁକି ଗିରଫଦାରୀ କରାଗଲା ଜଣାନ୍ତୁ ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)