ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେନି ସୋନିଆ

Above Post Content

ନୂଆଦିଲ୍ଲୀ: ମଙ୍ଗଳବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏଭଳି ବିବୃତି ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ କହିଥିଲେ ଯେ, ମୁଁ ବାରାଣସୀ ଯାଇଥିବା ବେଳେ ଦେଖିଲି ଯେ, ଲୋକେ ଗୀତ ବଜାଇବା ସହ ମଦ ପିଇ ରାସ୍ତାରେ ଗଡୁଛନ୍ତି । ଉତ୍ତରପ୍ରଦେଶର ଭବିଷ୍ୟତ ଏବେ ଏଭଳି ପିଲାଙ୍କ ହାତରେ ରହିଛି ।

Middle post content

ରାହୁଲଙ୍କ ମନ୍ତବ୍ୟ ଶୁଣି ସ୍ମୃତି ଇରାନୀଙ୍କ କ୍ଷୋଭ

After 2nd paragraph post ads

ରାହୁଲଙ୍କ ଏଭଳି ମନ୍ତବ୍ୟ ଶୁଣି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ବିରକ୍ତି ପ୍ରକାଶ କରିଛନ୍ତି । ଆଉ ସୋନିଆ ଗାନ୍ଧୀ ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେ ନାହିଁ ବୋଲି କହିଛନ୍ତି ସ୍ମୃତି । ତାଙ୍କ କହିବା ମୁତାବକ, ରାହୁଲ ଗାନ୍ଧୀ କେଉଁ ଦ୍ୱନ୍ଦ୍ୱରେ ବୁଲୁଛନ୍ତି ମୁଁ ଜାଣେ ନାହିଁ । କିନ୍ତୁ କାଶୀ, କାଶୀବାସୀ ଏବଂ ଉତ୍ତରପ୍ରଦେଶର ଯୁବପିଢ଼ିଙ୍କୁ ଅପମାନିତ କରିବାର ତାଙ୍କର କୌଣସି ଅଧିକାର ନାହିଁ । ଉତ୍ତରପ୍ରଦେଶର ଯୁବପିଢ଼ି ପରିଶ୍ରମୀ । ରାହୁଲଙ୍କଠାରୁ ଆମେ କ୍ଷମା ଆଶା କରୁନାହୁଁ । କାରଣ କ୍ଷମା ସିଏ ମାଗେ ଯାହା ମଧ୍ୟରେ ଟିକିଏ ଲାଜ ଓ ସଂସ୍କାର ଥାଏ, ଯାହା ରାହୁଲଙ୍କ ପାଖରେ ନାହିଁ । ରାହୁଲ ଗାନ୍ଧୀଙ୍କ ମନରେ ଉତ୍ତରପ୍ରଦେଶ ପାଇଁ ବିଷ ଭରି ରହିଛି । ଏହା ତାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି । ସୋନିଆ ଗାନ୍ଧୀ ରାହୁଲଙ୍କୁ ଭଲ ସଂସ୍କାର ଦେଇପାରିଲେ ନାହିଁ । ସୋନିଆ ଗାନ୍ଧୀଙ୍କୁ ମୋର ପରାମର୍ଶ ଯେ ଯଦି ସେ ନିଜ ପୁଅକୁ ଭଲ ସଂସ୍କାର ଦେଇ ପାରିଲେ ନାହିଁ, ତେବେ ଅନ୍ତତଃପକ୍ଷେ ତାଙ୍କୁ କୌଣସି ପ୍ରସଙ୍ଗ ଉପରେ ମନ୍ତବ୍ୟ ନ ଦେବାକୁ କୁହନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami