![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ନୂଆଦିଲ୍ଲୀ: ଭାରତ ସରକାରଙ୍କ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ତଥା ଗତ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ର ସର୍ବାଧିକ ୱିକେଟ୍ ହାସଲକାରୀ ମହମ୍ମଦ ସାମି । ତାଙ୍କ ବ୍ୟତୀତ ବ୍ୟାଡ୍ମିଣ୍ଟନ୍ର ସଫଳ ପୁରୁଷ ଯୁଗଳ ଯୋଡ଼ି ତଥା ଏସୀୟ କ୍ରୀଡ଼ା ବିଜେତା ସାତ୍ତ୍ୱିକସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ସାମିଙ୍କୁ ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ ପକ୍ଷରୁ କରାଯାଇଥିଲା ଅନୁରୋଧ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ସୂଚନା ଅନୁଯାୟୀ, ଅର୍ଜୁନ ପୁରସ୍କାର ତାଲିକାରେ ପୂର୍ବରୁ ସାମିଙ୍କ ନାମ ରଖାଯାଇ ନ ଥିଲା । କିନ୍ତୁ ସାମିଙ୍କୁ ଏହି ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ ପକ୍ଷରୁ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା । ସାମିଙ୍କ ବ୍ୟତୀତ ଅନ୍ୟ ୧୬ ଜଣ କ୍ରୀଡ଼ାବିତ୍ଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରେ ହକି ଖେଳାଳି କୃଷ୍ଣ ବାହାଦୁର ପାଠକ ଓ ସୁଶୀଳା ଚାନୁ, ତୀରନ୍ଦାଜ ଓଜାସ୍ ପ୍ରବୀଣ ଦେଓତଲେ ଓ ଅଦିତି ଗୋପୀଚାନ୍ଦ ସ୍ୱାମୀ, ମୁଷ୍ଟିଯୋଦ୍ଧା ମହମ୍ମଦ ହୁସାମୁଦ୍ଦିନ୍, ଚେସ୍ ଖେଳାଳି ଆର ବୈଶାଳୀ, ଗର୍ଲ୍ଫ ଦୀକ୍ଷା ଡଗର, ବନ୍ଧୁକଚାଳକ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, କୁସ୍ତିଯୋଦ୍ଧା ଅନ୍ତିମ ପଂଘଲ ଓ ଟେବୁଲ ଟେନିସ୍ ଖେଳାଳି ଆହିକା ମୁଖାର୍ଜୀ ଏହି ତାଲିକାରେ ରହିଛନ୍ତି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)