ଚେକ୍ ମେଟ୍ : ଋଷର ଆଧୁନିକ ଲଢୁଆ ବିମାନ, ଯାହା ବଦଳାଇ ଦେଇପାରେ ଆକାଶର ନିୟମ

Above Post Content

ଋଷ ଏବେ ବିଶ୍ୱର ସୁପରପାୱାର ନହୋଇପାରେ କିନ୍ତୁ ଅସ୍ତ୍ର ବଜାରରେ ଏହା ଏବେ ମଧ୍ୟ ଗୋଟିଏ ବଡ ନାଁ । ଆଧୁନିକ ଅସ୍ତ୍ର ବଜାରରେ ଆମେରିକାକୁ ଟକ୍ଚର ଦେବା ଭଳି ଏକ ମାତ୍ର ଦେଶ ହେଉଛି ଋଷ । ନିକଟରେ ଋଷ ତା’ର ସୁଖୋଇ ଜେଟ୍ ସିରିଜରେ ଗୋଟିଏ ନୂଆ ଫାଇଟର ଜେଟକୁ ଯୋଡିଛି । ଯାହାର ନାମ ହେଉଛି ଚେକ୍ ମେଟ୍ । ଏହି ଲଢୁଆ ବିମାନ ଆକାଶରେ ଆମେରିକାର ବାୟୁଶକ୍ତିକୁ ଚେକ୍ ମେଟ୍ କରିବ ବୋଲି ଆଶା କରାଯାଉଛି । ଏହି ବିମାନକୁ ନିର୍ମାଣ କରୁଛି ରୋଷ୍ଟ୍ରେକା ଜୁକୋଷ୍କି ରେ ଆୟୋଜିତ ଇଣ୍ଟରନ୍ୟାସନାଲ ଆଭିଆନ୍ସ ଆଣ୍ଡ୍ ସ୍ପେସ ସେଲୁନର MAKS-2021 ଏୟାର ଶୋ’ରେ ଏହି ବିମାନକୁ ପ୍ରଦର୍ଶିତ କରାଯାଇଛି । କୁହାଯାଉଛି ଯେ, ଏହି ବିମାନ ଲଢୁଆ ବିମାନ ଦୁନିଆର ଗେମ୍ ଚେଂଜର ସାବ୍ୟସ୍ତ ହେବ ।

ଚେକ୍ ମେଟର ବିଶେଷତା

After 2nd paragraph post ads

ଏହି ବିମାନ ଏଫ୍-୩୫କୁ ଟକ୍କର ଦେବ ବୋଲି ଆଶା କରାଯାଉଛି । ଚେକ୍ ମେଟ୍ ପଂଚମ ପିଢିର ଷ୍ଟିଲ୍ଥ ଲଢୁଆ ବିମାନରୋଷ୍ଚ୍ରେକ୍ ଓ ୟୁନାଇଟେଡ୍ ଏୟାରକ୍ରାଫ୍ଟ କର୍ପୋରେସନ୍ ମିଳିତ ଭାବେ ଏହାର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଏହା ସୁଖୋଇ-୫୭ଠାରୁ ହାଲୁକ ଓ ଅଲଗା ଅଲଗା ରେଂଜର ବାୟୁରୁ ବାୟୁକୁ ପ୍ରକ୍ଷେପିତ ହୋଇ ପାରୁଥିବା ୫ କ୍ଷେପଣାସ୍ତ୍ର ସହିତ ଉଡ଼ି ପାରିବ । ଏହା ଉଡ଼ିବା କାଳରେ ହିଁ ଡ୍ରୋନକୁ ମଧ୍ୟ ଲଂଚ୍ କରିପାରିବ । ଏହି ବିମାନ ୭.୫ଟନ ଓଜନର ଅସ୍ତ୍ର ନିଜ ସହିତ ନେଇ ପାରିବ ।

ବଡ ରନୱେ ଦରକାର ନାହିଁ

Middle post content

ଉଡାଣ ପାଇଁ ଏହା ବଡ଼ ରନୱେ ଆବଶ୍ୟକ କରେନାହିଁ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର ଏହାର ବିଶେଷତା । ଏଆଇ ଜରିଆରେ ଏତିରେ ଏକ ଅଟୋ ସହପାଇଲଟର ବ୍ୟବସ୍ଥା ରହିଛି, ଯାହା ଯୁଦ୍ଧ କାଳରେ ଉପଯୋଗୀ ସାବ୍ୟସ୍ତ ହୋଇପାରେ ।

ତିନି ବର୍ଷ ପରେ ଆକାଶରେ ଉଡ଼ିବ

ଗୋଟିଏ ସମୟରେ ଏହା ଆକାଶ, ଭୂମି କିମ୍ବା ସମୁଦ୍ର ଭିତରେ ଥିବା ଟାର୍ଗେଟକୁ ଏହା ଲକ୍ଷ୍ୟଭେଦ କରିପାରିବ । ଏହାର ମୁଲ୍ୟ ୨.୫ରୁ ୩ କୋଟି ଡଲାର ମଧ୍ୟରେ ରହିବ ବୋଲି ଆଶା କରାଯାଉଛି । ୨୦୨୩ ବେଳକୁ ଏହା ପ୍ରଥମ ଉଡାଣ ଭରିବ ବୋଲି କମ୍ପାନୀ କହିଛି । ଋଷ ଏହାକୁ ଅନ୍ୟଦେଶକୁ ବିକ୍ରି କରିବା ଲକ୍ଷ୍ୟ ରଖିଛି । ଚେକମେଟ୍ ର ଅନାବରଣ ଉତ୍ସବରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଯୋଗ ଦେଇଥିଲେ । ୨୦୨୬ ବେଳକୁ ଋଷ ଏହାକୁ ଅନ୍ୟ ଦେଶଙ୍କୁ ବିକ୍ରି କରିବା ଲକ୍ଷ୍ୟ ରଖିଛି ।

କିଣିବା ଦେଶଙ୍କ ତାଲିକାରେ ରହିଛି ଭାରତ ନାମ

ଋଷ ଯେଉଁ ଦେଶଙ୍କୁ ଏହାର ସମ୍ଭାବ୍ୟ କ୍ରେତା ଭାବେ ଦେଖୁଛି ସେହି ଦେଶଙ୍କ ମଧ୍ୟରେ ଭାରତର ନାମ ରହିଛି । ଯଦିଓ ଭାରତ ଏନେଇ କୌଣସି ସୂଚନା ଦେଇ ନାହିଁ ତଥାପି ଆଶା କରାଯାଉଛି ଯେ, ଚୀନ୍ ବିରୋଧରେ ନିଜ ବାୟୁଶକ୍ତି ବଢାଇବା ଲକ୍ଷ୍ୟରେ ଭାରତ ଏହାକୁ କିଣିପାରେ । ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଯେ, ଅନାବରଣ ଉତ୍ସବ ପୂର୍ବରୁ ଜାରି ଟିଜର ଭିଡିଓରେ ଭାରତ ସମେତ ୪ ଦେଶର ପାଇଲଟ୍ ଏହି ବିମାନକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ବାକି ତିନି ପାଇଲଟ୍ ଆରବ ଏମିରଟ୍, ଭିଏତନାମ ଓ ଆର୍ଜେଣ୍ଟିନାର ଥିଲେ । ଏହି ଭିଡିଓରୁ ଲାଗୁଛି ଯେ, ଋଷ ଭାରତକୁ ସମ୍ଭାବ୍ୟ କ୍ରେତା ଭାବେ ଦେଖୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami