ନାଁ ନନେଇ ଜୟ ନାରାୟଣଙ୍କୁ ସିଧା ଟାର୍ଗେଟ୍‌

Above Post Content

ଅଞ୍ଚଳ ବାହାରର ନେତାଙ୍କୁ ଆଣି ସମ୍ବଲପୁର ରାଜନୀତି ରେ ଏଣ୍ଟ୍ରି କରିବାକୁ ଯୋଜନା କରିଛି ବିଜେପି । ଏଭଳି କହି ରାଜ୍ୟ ଗେରୁଆ ଦଳକୁ ସିଧା ଟାର୍ଗେଟ୍ କରିଛନ୍ତି ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ରୋହିତ୍ ପୂଜାରୀ । ସୂଚନା ଅନୁଯାୟୀ, ସମ୍ୱଲପୁର ସହରରେ ଅନୁଷ୍ଠିତ ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇ ରୋହିତ୍ ଜୟ ନାରାୟଣ ମିଶ୍ରଙ୍କ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ପ୍ରଶ୍ନ କରିଥିଲେ । ଏହାସହ ଆଗାମୀ ନିର୍ବାଚନରେ ସମ୍ବଲପୁରବାସୀଙ୍କଠାରୁ ବିଜେପିକୁ ଭୋଟ ମିଳିବନାହିଁ ବୋଲି କହିଥିଲେ ରୋହିତ୍ । ଏପରିକି ଅଞ୍ଚଳ ବାହାର ନେତାଙ୍କୁ ଆଣି ବିଜେପି ସମ୍ବଲପୁର ରେ ପ୍ରବେଶ କରାଇବାକୁ ଯୋଜନା କରୁଥିବା କହି ବିଜେପି କୁ ତେରେଛା ବାଣ ମାରିଛନ୍ତି ଜିଲା ବିଜେଡି ସଭାପତି ।

ଭଡାଟିଆ ନେତାଙ୍କ ଭରସାରେ ପଦ୍ମ ପାର୍ଟି

After 2nd paragraph post ads
Middle post content

ସେହିପରି ବର୍ଷ ବର୍ଷ ହେଲାଣି ବିଜେପି ବିଧାୟକ ଓ ସାଂସଦ ଏହି ଅଂଚଳର ବିକାଶ କଥାକୁ ଅଣଦେଖା କରି ଆସୁଛନ୍ତି । ଏହାର ଜବାବ୍ ଅଂଚଳ ବାସୀ ନିର୍ବାଚନ ରେ ସଠିକ୍ ଭାବେ ଦେବେ ବୋଲି ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା ରେ କହିଥିଲେ ରୋହିତ୍ । ଗତ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡିଶାରୁ ୫ ଜଣ ସାଂସଦ ନିର୍ବାଚିତ ହୋଇଥିଲେ । କିନ୍ତୁ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ନୀରବତା ଅବଲମ୍ବନ କରିବା ଆଶ୍ଚର୍ଯ୍ୟର କଥା ହୋଇଛି । ରୋହିତ୍ ଏହା ମଧ୍ୟ କହିଛନ୍ତି କି, ନିଜର ସ୍ଥିତି ଦୁର୍ବଳ ଥିବା ଯୋଗୁଁ ସମ୍ବଲପୁର କୁ ଭଡାଟିଆ ନେତାଙ୍କ ହାତରେ ଟେକିଦେବାକୁ ଜୟ ନାରାୟଣ ଉଦ୍ୟମ କରୁଛନ୍ତି ।

ସମ୍ବଲପୁରରେ ହ୍ରାସ ପାଉଛି ଜୟଙ୍କ କାଟ୍‌ତି

ଚର୍ଚ୍ଚା ହେଉଛି, ସମ୍ବଲପୁର ରେ ଜୟ ଙ୍କ କାଟତି ଧୀରେ ଧୀରେ ହ୍ରାସ ପାଉଛି । ଏପରିକି ପଶ୍ଚିମ ଓଡିଶାର ବିଜେପି ସାଂସଦ ଓ ବିଧାୟକଙ୍କ ଲୋକପ୍ରିୟତା ମଧ୍ୟ କମିବାରେ ଲାଗିଛି । ଯାହା ଦଳ ପାଇଁ କୁଆଡେ ଚିନ୍ତାର କାରଣ ହୋଇପଡିଛି । ଆଉ ଏଭଳି ପରିସ୍ଥିତିରେ ବିଜେଡି ବିଧାୟକ ରୋହିତ୍ ପୂଜାରୀଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାକୁ ଆହୁରି ସୁଦୃଢ଼ କରିଛି । ତେବେ ରୋହିତ୍ ଙ୍କ ଅଭିଯୋଗ ପ୍ରକାରେ ଜୟ ଏବଂ ବିଜେପି ର ଯୋଜନା ଯଦି ସତ ତେବେ ଦଳ ଆଗାମୀ ନିର୍ବାଚନ ରେ ପଶ୍ଚିମ ଓଡ଼ିଶାରେ ସମ୍ପୂର୍ଣ୍ଣ ଆଣ୍ଠେଇ ପଡିବା ଥୟ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami