ମହୁଆଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ରାଜମାତା

Above Post Content

କୋଲାକାତା: ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ମଇଦାନକୁ ଓହ୍ଲାଇଲେ ରାଜମାତା ଅମୃତା ରୟ । ଏଥର ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ନିକଟରେ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି । ୧୧୧ ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଦଳ ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ରାଜମାତା ଅମୃତା ରୟଙ୍କୁ ଟିକେଟ ଦେଇଛି । ସେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ ।

Middle post content

ରାଜମାତାଙ୍କ ପ୍ରାର୍ଥୀ ହେବା ଭାଜପାକୁ କରିବ ମଜବୁତ

After 2nd paragraph post ads

ଅମୃତା ରୟ କୃଷ୍ଣନଗରର ରୟାଲ ପ୍ୟାଲେସର ରାଣୀ ମାତା । ଗତ କିଛି ଦିନ ହେବ ତାଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ କଳ୍ପନାଜଳ୍ପନା କରାଯାଉଥିଲା । ସେ ଚଳିତ ମାସ ୨୦ରେ ଭାଜପାରେ ଯୋଗ ଦେଇଥିଲେ । ସେ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଥିଲେ । ନିର୍ବାଚନ ବିଶେଷଜ୍ଞଙ୍କ ମତରେ ଅମୃତା ରୟଙ୍କ ପ୍ରାର୍ଥୀ ହେବା ରାଜ୍ୟରେ ଭାଜପାକୁ ମଜବୁତ କରିବ । ଭାଜପା ସୂତ୍ର ଅନୁଯାୟୀ ଜିଲା ନେତୃତ୍ୱ ପ୍ରଥମେ ଅମୃତାଙ୍କୁ ପ୍ରାର୍ଥୀ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ପରେ ଦଳ ତାଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ । ଏଥି ସହିତ ଯେତେବେଳେ ଅମୃତାଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁହାଯାଇଥିଲା ସେତେବେଳେ ସେ ରାଜି ହୋଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami