ଏକଜିଟ୍ ପୋଲ ରିପୋର୍ଟକୁ ରାହୁଲ କଲେ ଅସ୍ୱୀକାର

Above Post Content

ନୂଆଦିଲ୍ଲୀ : ଏକଜିଟ୍ ପୋଲ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି । ଭୋଟଗଣତି ପୂର୍ବରୁ ସମସ୍ତ ସର୍ଭେ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟକୁ ମନଗଢା ବୋଲି କହିଛନ୍ତି ରାହୁଲ । ଅଧିକାଂଶ ଏକଜିଟ୍ ପୋଲ ଦେଶରେ ବିଜେପି ସରକାର ଗଢିବ ବୋଲି ରିପୋର୍ଟ ଦେଇଛନ୍ତି । ଲୋକସଭାରେ ୨୯୫ ଆସନ ସହ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ।

Middle post content

ଇଣ୍ଡିଆ ମେଣ୍ଟକୁ ମିଳିବ ୨୯୫ ଆସନ

After 2nd paragraph post ads

ଏକଜିଟ୍ ପୋଲକୁ ଫାଣ୍ଟାସି ପୋଲ୍ ବୋଲି କହିଛନ୍ତି ରାହୁଲ । ଇଣ୍ଡିଆ ମେଣ୍ଟକୁ ୨୯୫ ଆସନ ମିଳିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଏହି କଥା କହିଛନ୍ତି ରାହୁଲ । ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଇଣ୍ଡିଆ ମେଣ୍ଟ ୨୯୫ ଆସନ ଜିତିବ ବୋଲି ଆକଳନ କରିଥିଲେ । ଶନିବାର ଶେଷ ପର୍ଯ୍ୟାୟ ଭୋଟ ସରିବା ପରେ ଖଡ଼ଗେଙ୍କ ଘରେ ପ୍ରାୟ ଅଢେଇ ଘଣ୍ଟା ଧରି ଇଣ୍ଡିଆ ମେଣ୍ଟ ନେତାଙ୍କ ବୈଠକ ବସିଥିଲା । ତେବେ ଇଣ୍ଡିଆ ମେଣ୍ଟ ନେତାଙ୍କୁ ନିର୍ବାଚନ ପ୍ରକ୍ରିୟା ଉପରେ ସତର୍କ ଦୃଷ୍ଟି ରଖିବାକୁ ପରାମର୍ଶ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡ଼ଗେ । ଏହି ବୈଠକରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଇଣ୍ଡିଆ ମେଣ୍ଟର ପ୍ରମୁଖ ନେତା ସାମିଲ ହୋଇଥିଲେ । ଦେଶରେ ମୋଟ ୫୪୩ ଆସନରେ ଭୋଟ ମତଦାନ ହୋଇଛି । ସାତଟି ପର୍ଯ୍ୟାୟରେ ଏହି ଭୋଟଗ୍ରହଣ ହୋଇଥିଲା । ୧୯ ଏପ୍ରିଲରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହୋଇଥିଲା । ପ୍ରାୟ ଦେଢମାସ ଧରି ଚାଲିଥିଲା ଏହି ନିର୍ବାଚନ ପ୍ରକ୍ରିୟା । ଆସନ୍ତାକାଲି ଅର୍ଥାତ୍ ଜୁନ ୪ ତାରିଖରେ ଭୋଟ ଗଣତି ହେବ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami