ବିଜେପି ଦ୍ୱାରା ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ୍‌

Above Post Content

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି । ଶୁକ୍ରବାର ବାଙ୍ଗାଲୁରୁର ସ୍ୱତନ୍ତ୍ର ଅଦାଲତ ବିଜେପି ଦ୍ୱାରା ଦାୟର ହୋଇଥିବା ଏକ ମାନହାନୀ ଏକ ମାମଲାର ଫଇସଲା କରି ଜାମିନ ପ୍ରଦାନ କରିଛି । ଏକ ଖବରକାଗଜରେ ଅପମାନଜନକ ବିଜ୍ଞାପନ ଦେବା ନେଇ କର୍ନାଟକ ଭାଜପା ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଆଜି ଏକ ମାମଲାରେ ରାହୁଲଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।

Middle post content

ବିଜେପି ବିରୋଧରେ ଅପମାନଜନକ ବିଜ୍ଞାପନ ଦେଇଥିଲେ ରାହୁଲ

After 2nd paragraph post ads

ଗତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ହୋଇଥିବା ବିଜ୍ଞାପନରେ ତତ୍କାଳୀନ ବିଜେପି ସରକାର ୨୦୧୯-୨୦୨୩ ଶାସନ କାଳରେ ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଥିଲେ ରାହୁଲ । ବିଜେପି ସାଂସଦ ଏସ କେଶବ ପ୍ରସାଦ ଏହାକୁ ନେଇ ମାନହାନି ମକଦ୍ଦମା ଦାୟର କରିଥିଲେ । ସେ ଦାବି କରିଥିଲେ ଯେ ଡି କେ ଶିବକୁମାର, ସିଦ୍ଧରମୟା ଏବଂ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ସମେତ ଦଳର ନେତାଙ୍କ ବିରୋଧରେ ମିଥ୍ୟା ବିଜ୍ଞାପନ ଲଗାଇଛନ୍ତି । ଜୁନ୍ ୧ ତାରିଖରେ ଅଦାଲତ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି କେ ଶିବକୁମାରଙ୍କୁ ମଧ୍ୟ ମାନହାନି ମାମଲାରେ ହାଜର ହେବା ପରେ ଜାମିନ ପ୍ରଦାନ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami