ରାଏବରେଲି-ୱାଏନାଡରେ ରାହୁଲ ଆଗୁଆ

Above Post Content

ନୂଆଦିଲ୍ଲୀ: କଂଗ୍ରେସର ଦବଦବା ଶେଷ ହୋଇସାରିଛି । ଦଳ ଆଉ ଲଢ଼ିବା ଅବସ୍ଥାରେ ନାହିଁ । ବିରୋଧୀ ଏପରି ଦାବି କରୁଥିବା ବେଳେ ସେମାନଙ୍କୁ ଭୁଲ ପ୍ରମାଣିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଏବରେଲି-ୱାଏନାଡରେ କମାଲ କରିଛନ୍ତି ରାହୁଲ । ସେ ଉଭୟ ରାଏବରେଲି-ୱାଏନାଡରେ ବିରୋଧୀଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି ।ମିଳିଥିବା ସୂଚନା ମୁତାବକ, ୱାଏନାଡରେ କଂଗ୍ରେସ ନେତା ରାହୁଲ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇର ବରିଷ୍ଠ ନେତା ଆନି ରାଜାଙ୍କଠାରୁ ୨,୧୫,୬୧୪ ଭୋଟରେ ଆଗରେ ଅଛନ୍ତି । ଆନି ରାଜା ଏବେ ୯୦,୮୭୫ଭୋଟରେ ପାଇ ଦ୍ୱିତୀୟ ଓ ବିଜେପି ପ୍ରାର୍ଥୀ କେ. ସୁରେନ୍ଦ୍ରନ ୫୧,୬୬୧ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପକ୍ଷରେ ରାଏବରେଲିରେ କଂଗ୍ରେସ ନେତା ରାହୁଲ ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂହଙ୍କଠାରୁ ୧,୪୭,୯୩୫ଭୋଟରେ ଆଗରେ ରହିଛନ୍ତି । ଦିନେଶ ଏବେ ୭୧,୦୫୪ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବା ଜଣାପଡ଼ିିଛି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami