ପୁଣି ଭିନ୍ନ ଚରିତ୍ରରେ ରାହୁଲ୍ ଗାନ୍ଧୀ, କୃଷକଙ୍କୁ ସାହାଯ୍ୟ କଲେ କଂଗ୍ରେସ ଯୁବରାଜ

Above Post Content

ନୂଆଦିଲ୍ଲୀ: ନିର୍ବାଚନ ପୁର୍ବରୁ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଭିନ୍ନ ଭିନ୍ନ ଚରିତ୍ର ରେ ଦେଖିବାକୁ ମିଳିଛି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଛତିଶଗଡର ଚାଷୀଙ୍କୁ ଧାନ ଅମଳ କରିବାରେ ସାହାଯ୍ୟ କରିଛନ୍ତି । କୃଷକମାନଙ୍କ ପାଇଁ ତାଙ୍କ ସରକାର କରିଥିବା କାର୍ଯ୍ୟର ସମ୍ପୂର୍ଣ୍ଣ ତାଲିକା ଉପସ୍ଥାପନ କରିଛନ୍ତି । ଏହାପୂର୍ବରୁ କଂଗ୍ରେସ ପାର୍ଟି ଖୋଲାଖୋଲି ଭାବେ ପୁରୁଣା ପେନ୍‌ସନ୍ ସ୍କିମ ପ୍ରସଙ୍ଗରେ ଜନସାଧାରଣଙ୍କ ନିକଟରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଥିଲା । ଦୁଇଟି ପ୍ରସଙ୍ଗ ବ୍ୟତୀତ, କଂଗ୍ରେସ ପାର୍ଟି ଯେପରି ଅଗ୍ନିବୀର ଏବଂ ସେନା ଯବାନମାନଙ୍କୁ ଯୋଗାଇ ଦିଆଯାଇଥିବା ସୁବିଧା ସମ୍ବନ୍ଧରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଛି, ଏହା ସମଗ୍ର ରାଜନୈତିକ ରୋଡ ମ୍ୟାପର କାହାଣୀ କହୁଛି ।

Middle post content

କୃଷକ ଖୁସି ରହିଲେ ସମୃଦ୍ଧ ମାର୍ଗରେ ଆଗକୁ ବଢିବ ଭାରତ

After 2nd paragraph post ads

କଂଗ୍ରେସ ପାର୍ଟି ସହ ଜଡିତ ବରିଷ୍ଠ ନେତାମାନେ କହିଛନ୍ତି ବିଧାନସଭା ନିର୍ବାଚନରେ କଂଗେସ ପାର୍ଟି ଯେଉଁଭଳି ଭାବେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ଗସ୍ତ କରୁଛି, ଏସବୁକୁ ଲୋକ ସଭା ନିର୍ବାଚନର ପ୍ରସଙ୍ଗ କରି ଜନତାଙ୍କ ନିକଟରେ ମଜଭୁତ ଭାବେ ଠିଆ ହେବା ଜରୁରୀ । କଂଗ୍ରେସ ପାର୍ଟି ସହ ଜଡିତ ନେତାମାନେ କହିଛନ୍ତି ଯେ ଅନେକ ପ୍ରସଙ୍ଗରେ ସେମାନଙ୍କ ଦଳ ଜନସାଧାରଣଙ୍କ ମଧ୍ୟରେ ନିଜର ମତ ପ୍ରକାଶ କରିଛନ୍ତି । ଏଥିରେ ଥିବା ମୁଖ୍ୟ ପ୍ରସଙ୍ଗଗୁଡ଼ିକ ହେଉଛି ପୁରୁଣା ପେନସନ ସ୍କିମ ଲାଗୁ କରିବା, କୃଷକମାନଙ୍କୁ ଦିଆଯାଇଥିବା ଏମଏସପି ବୃଦ୍ଧି ଏବଂ ଏହା ବ୍ୟତୀତ ହିମାଚଳ ପ୍ରଦେଶ ଏବଂ କର୍ନାଟକରେ କେଉଁ ପ୍ରସଙ୍ଗ ଆଧାରରେ କଂଗ୍ରେସ କ୍ଷମତାକୁ ଫେରିଛି ଏହିସବୁକୁ ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ପଡ଼ିବ । ଏହି କ୍ରମରେ ରାହୁଲ ଗାନ୍ଧୀ ଛତିଶଗଡର ଏକ ଗାଁରେ କୃଷକ ଏବଂ ଶ୍ରମିକଙ୍କୁ ଭେଟି ଧାନ ଅମଳ କରିବାରେ ସାହାଯ୍ୟ କରିଥିଲେ । ସେ କ୍ଷେତରେ ଧାନ କାଟୁଥିବା ଦେଖାଯାଇଛି ଏବଂ ସେମାନଙ୍କ ସହ କଥା ହୋଇଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଯଦି କୃଷକମାନେ ଖୁସି ରହନ୍ତି ତେବେ ଭାରତ ମଧ୍ୟ ସମୃଦ୍ଧ ମାର୍ଗରେ ଆଗକୁ ବଢିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami