ପୁଷ୍ପା-୨ରେ ଗୋଟିଏ ସିନ୍ ପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି

Above Post Content

ମୁମ୍ବାଇ: ଆଗକୁ ଆସୁଛି ବହୁ ପ୍ରତିକ୍ଷୀତ ଫିଲ୍ମ ପୁଷ୍ପା-୨ । ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଏବେ ଏହି ଫିଲ୍ମକୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଦର୍ଶକଙ୍କ ମନରେ ଆହୁରି ଉତ୍କଣ୍ଠା ଭରିଦେବ । ଫିଲ୍ମର ଗୋଟିଏ ସିନ ରହିଛି ଯାହାର ନାଁ ହେଉଛି ‘ଗଗନଥଲ୍ଲୀ ଜଥାରା ସିନ୍‌’ । ଏହି ସିନର ସୁଟିଂ ପୂରା ହୋଇଛି । ଏହି ସିନ ପାଇଁ ଫିଲ୍ମ ନିର୍ମାତା ପୂରା ୫୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି । ଏହି ସିନ ହେଉଛି ଏକ ଗୀତ ଯେଉଁଥିରେ ଫାଇଟିଂ ରହିଛି ଏବଂ ଇମୋସନାଲ ସିନ୍ ବି ରହିଛି । ୩୦ ମିନିଟର ଏହି ସିନ ପାଇଁ ମୋଟ ୩୫ ଦିନ ସମୟ ଲାଗିଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୫୦ କୋଟି ଟଙ୍କା । ଯେଉଁ ଟଙ୍କାରେ କି ଆଉ ଏକ ଫିଲ୍ମ ତିଆରି ହୋଇ ପାରିବ ।

Middle post content

ଅଗଷ୍ଟ ୧୫ରେ ରିଲିଜ୍ ହେବ ପୁଷ୍ପା-୨

After 2nd paragraph post ads

ସାରା ଦେଶରେ ପ୍ରଶଂସକମାନେ ଆଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ’ପୁଷ୍ପା ୨’ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ସମୟରେ, ଫିଲ୍ମର ନିର୍ମାତା ଏହାର ସିକ୍ୱେଲର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ର ଆଗାମୀ ୨୦୦ ଦିନ ମଧ୍ୟରେ ପ୍ରେକ୍ଷାଳୟକୁ ଆସିବ ବୋଲି ଜଣାପଡିଛି । ଜାନୁଆରୀ ୨୯ ରେ, ନିର୍ମାତାମାନେ ଏକ ବିଶେଷ ପୋଷ୍ଟର ସହିତ ଦ୍ୱିତୀୟ ଭାଗର ରିଲିଜ୍ ତାରିଖକୁ ପୁନଃ ନିଶ୍ଚିତ କରିଛନ୍ତି । ନୂତନ ଅପଡେଟ ଅନୁଯାୟୀ, ଆଲୁ ଅର୍ଜୁନ ଅଭିନୀତ ‘ପୁଷ୍ପା ୨’ ଅଗଷ୍ଟ ୧୫, ୨୦୨୪ ରେ ଏକାଧିକ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିର୍ମାତାମାନେ ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, ପୁଷ୍ପା-୨, ୨୦୦ ଦିନ ଭିତରେ ରିଲିଜ ହେବ । ସମ୍ପ୍ରତି ଏହାର ସୁଟିଂ ଚାଲିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami