ଶ୍ରୀମନ୍ଦିର ପ୍ରବେଶ ବେଳେ ପୋଷାକରେ ଲାଗିବ କଟକଣା, ଜାନୁୟାରୀ ୧ରୁ ଲାଗୁ

Above Post Content

ପୁରୀ: ଏଣିକି ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପୋଷାକରେ ଆସିବ ଶାଳୀନତା । ନଚେତ୍ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରେ ପ୍ରବେଶ ପାଇଁ ମିଳିବନି ଅନୁମତି । ଏଭଳି ଚେତାବନୀ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପୂର୍ବରୁ ବାରମ୍ବାର ସେବାୟତ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ଭକ୍ତମାନେ ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଯିବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିବା ବେଳେ ଏବେ ଆକ୍ସନ ମୋଡରେ ଶ୍ରୀମନ୍ଦିର ପ୍ରଶାସନ । ଆଜିଠୁ ଏନେଇ ଭକ୍ତଙ୍କୁ ସଚେତନ କରାଯିବ । ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଭକ୍ତମାନେ ଯିବେ । ଭକ୍ତଙ୍କୁ ସଚେତନ କରାଯିବା ପରେ ଆସନ୍ତା ଜାନୁୟାରୀ ୧ ତାରିଖରୁ କଡାକଡି ଭାବେ ଲାଗୁ କରାଯିବ । ସିଂହଦ୍ୱାରରେ ଶ୍ରୀଜଗନ୍ନାଥ ମନ୍ଦିର ପୁଲିସ ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି ।

ଛୋଟ ପିଲାଙ୍କ ଉପରେ ରହିବନି କଟକଣା

After 2nd paragraph post ads

ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍ ପିନ୍ଧିବେ । କୌଣସି ଚିରାଫଟା ଓ ହାପ୍ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ । ୧୨ ବର୍ଷରୁ କମ୍ ପିଲା ହାପ୍ ପ୍ୟାଣ୍ଟ ପିନ୍ଧି ପାରିବେ । ଯେଉଁମାନେ ଶାଳୀନତା ପୂର୍ଣ୍ଣ ଡ୍ରେସ୍ ପିନ୍ଧି ନ ଥିବେ, ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ରହୁନାହିଁ ଶାଳୀନତା । ବେଳେ ବେଳେ କିଛି ଭକ୍ତ ହାଫ୍ ପ୍ୟାଣ୍ଟ, କଟା ଡ୍ରେସ୍‌, ଏପରି ଅନେକ ଅଶାଳୀନପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିର ପ୍ରବେଶ କରନ୍ତି । ଏହା ଦ୍ୱାରା ଶ୍ରୀମନ୍ଦିରର ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଛି । ତେଣୁ ଭକ୍ତମାନଙ୍କୁ ଅନୁରୋଧ କରାଯିବ ଯେ, ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରନ୍ତୁ । ସେ ଆହୁରି କହିଛନ୍ତି ଯେ, ଛୋଟ ପିଲାଙ୍କ ପାଇଁ ଏହି କଟକଣା ରହିବ ନାହିଁ । ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ସଚେତନତା କରିବ । ନୂଆବର୍ଷ ଅର୍ଥାତ୍ ଆସନ୍ତା ଜାନୁୟାରୀ ୧ ତାରିଖରୁ ଯେଉଁ ଭକ୍ତମାନେ ଶାଳୀନତା ଭାବେ ପୋଷକ ନ ପିନ୍ଧି ଶ୍ରୀମନ୍ଦିର ଯିବେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି ।

Middle post content

ପୋଷାକ ପରିଧାନ ନେଇ ଭକ୍ତଙ୍କୁ କରାଯିବ ସଚେତନ

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୀତି ସବକମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଆସନ୍ତା ୨୫ତାରିଖଠାରୁ ହେବାକୁ ଥିବା ରାଧା ଦାମୋଦର ବେଶ, କାର୍ତିକ ନୀତି ଓ ବ୍ରତକୁ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟପ୍ରସ୍ତୁତ କରାଯାଇଛି । ଏଥିସହ କୁମାର ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଗ୍ରହଣ ନୀତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି । ସେହିପରି ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଶାଳୀନତାର ସହିତ ପୋଷାକ ପିନ୍ଧିବା ଉପରେ ଗୁରୁତ୍ୱାରୋପ ନେଇ ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଥମିକ ଭାବେ ଭକ୍ତଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି ନେଇ ନିଷ୍ପତି ନିଆଯାଇଥିବା ବେଳେ ଧାର୍ମିକ ମନୋଭାବ ଓ ଆଧ୍ୟାତ୍ମିକତା ଭାବନାକୁ ନେଇ ଭକ୍ତମାନେ ପୋଷାକ ପରିଧାନ ଦିଗରେ ଗୁରୁତ୍ୱ ଦିଆଯିବ । ଏନେଇ ଆଗାମୀ ପରିଚାଳନା କମିଟିରେ ବିଷଦ ଆଲୋଚନା କରାଯାଇ ସମସ୍ତ ନିଷ୍ପତି ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।

ଜୋର ଧରିଥିଲା ଭକ୍ତଙ୍କ ଡ୍ରେସକୋଡ୍ ଲାଗୁ ଦାବି

ସୂଚନାଯୋଗ୍ୟ ଯେ, କିଛିଦିନ ହେବ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ ଦାବି ଜୋର ଧରିଛି । ଶ୍ରୀମନ୍ଦିରରେ ପ୍ରାୟ ବର୍ଷେ ହେଲା ସେବାୟତଙ୍କ କ୍ଷେତ୍ରରେ ଡ୍ରେସକୋଡ୍ ଲାଗୁ ହୋଇଛି । ସେବାୟତମାନେ ସେମାନଙ୍କ ପାରମ୍ପରିକ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି । ସେବାୟତଙ୍କ ପାଇଁ ଡ୍ରେସକୋଡ୍ ବ୍ୟବସ୍ଥା ଲାଗୁ ହେଲା ପରେ ଭକ୍ତଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବା ପାଇଁ ଦାବି ଜୋର ଧରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami