ମନି ଲଣ୍ଡରିଙ୍ଗ୍ ମାମଲା ଚାର୍ଜସିଟ୍‌ରେ ପ୍ରିୟଙ୍କାଙ୍କ ନାଁ ଉଲ୍ଲେଖ କଲା ଇଡି

Above Post Content

ନୂଆଦିଲ୍ଲୀ : କଂଗ୍ରେସ ଉପରେ ଚଡ଼କ । ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏକ ବଡ ତଥ୍ୟ ସାମ୍ନାକୁ ଆସିଛି ।ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି । ତେବେ ତାଙ୍କୁ ଅଭିଯୁକ୍ତ କରାଯାଇ ନାହିଁ । ଏହି ମାମଲାରେ ପୂର୍ବରୁ ଏହି ମାମଲାର ଚାର୍ଜସିଟ୍‌ରେ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ନାମ ରହିଥିଲା ।

Middle post content

ପ୍ରିୟଙ୍କା ଓ ରବର୍ଟଙ୍କୁ ଅଭିଯୁକ୍ତ ଦର୍ଶାଯାଇନାହିଁ

After 2nd paragraph post ads

ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପ୍ରଥମ ଥର ପାଇଁ ଇଡି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ସିସି ଥାମ୍ପି ଏବଂ ସୁମିତ ଚାଧାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀଙ୍କ ନାମ ଉଲ୍ଲେଖ କରାଯାଇଛି । ଅନୁସନ୍ଧାନରୁ ଜଣାପଡିଛି ରବର୍ଟ ଭଦ୍ରା ଏବଂ ଥାମ୍ପୀଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଫରିଦାବାଦରେ ଜମି କିଣିଛନ୍ତି । ସଞ୍ଜୟ ଭଣ୍ଡାରୀ ନିକଟସ୍ଥ ଥାମ୍ପି ଏବଂ ଭଦ୍ରା ମଧ୍ୟରେ ଆର୍ôଥକ ସଂଯୋଗର ଯାଞ୍ଚବେଳେ ଏହା ପ୍ରକାଶ ପାଇଛି । ତେବେ ଇଡିର ଏହି ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀ ଏବଂ ରୋବର୍ଟ ଭଦ୍ରାଙ୍କୁ ଅଭିଯୁକ୍ତ ଭାବେ ନାମିତ କରାଯାଇ ନାହିଁ । ୨୦୦୫-୨୦୦୬ ମଧ୍ୟରେ, ରବର୍ଟ ଭଦ୍ରା ଫରିଦାବାଦର ଆମିପୁର ଗ୍ରାମରେ ପ୍ରାୟ ୪୦.୮ଏକର ଜମି କ୍ରୟ କରିଥିଲେ । ଏହା ସମ୍ପତ୍ତି ଡିଲର ଏଚ.ଏଲ ପହୱା (ଥାମ୍ପି ନିକଟବର୍ତ୍ତୀ) ମାଧ୍ୟମରେ ଡିସେମ୍ବର ୨୦୧୦ ରେ ପହୱାକୁ ବିକ୍ରି ହୋଇଥିଲା । ସେହିଭଳି ଏପ୍ରିଲ ୨୦୦୬ ରେ ସେହି ଆମିପୁର ଗାଁରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମରେ ଏକ ଘର କିଣାଯାଇଥିଲା, ଯାହା ଫେବୃଆରୀ ୨୦୧୦ରେ ପହୱାଙ୍କୁ ବିକ୍ରି ହୋଇଥିଲା । ସୂଚନାନୁସାରେ, ପହୱା ଥାମ୍ପିଙ୍କ ଅତି ନିକଟତମ, ସେହି ଆମିପୁର ଗାଁରେ ଥମ୍ପୀଙ୍କ ଜମି କିଣିଥିବା ପହୱା ହିଁ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami