ମଧ୍ୟପ୍ରଦେଶରେ ନିର୍ବାଚନ ପ୍ରଚାର ବେଳେ ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଲା ଫୁଲହୀନ ତୋଡ଼ା

Above Post Content

ଇନ୍ଦୋର: ନିକଟରେ ମଧ୍ୟପ୍ରଦେଶର ଇନ୍ଦୋରରେ ନିର୍ବାଚନ ପ୍ରଚାର କରିଥିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା । ସେଠାରେ ପ୍ରିୟଙ୍କାଙ୍କୁ ସ୍ୱାଗତ କରିବା ପାଇଁ ମଞ୍ଚରେ ଦଳର ଜଣେ ନେତା ତାଙ୍କୁ ଏକ ଫୁଲତୋଡ଼ା ଦେଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ସେହି ତୋଡ଼ାରେ ଗୋଟିଏ ହେଲେ ଫୁଲ ନ ଥିଲା । ଫୁଲହୀନ ତୋଡ଼ା ପ୍ରଦାନ କରାଯାଇଥିଲା । ଏହି ଘଟଣାର ଭିଡିଓକୁ ବିଜେପି ନେତା ରାକେଶ ତ୍ରିପାଠୀ ସେୟାର କରି ଏହାକୁ ଏକ ଫୁଲତୋଡ଼ା ଦୁର୍ନୀତି ବୋଲି କହିଛନ୍ତି । ମଧ୍ୟପ୍ରଦେଶରେ ନଭେମ୍ବର ୧୭ରେ ବିଧାନସଭା ନିର୍ବାଚନ ହେବ ଏବଂ ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ ।

Middle post content

ଫୁଲତୋଡ଼ା ଦୁର୍ନୀତି କହିଲେ ବିଜେପି ନେତା

After 2nd paragraph post ads

ପ୍ରିୟଙ୍କା ଗାନ୍ଧି ମଞ୍ଚରେ ପହଞ୍ଚିବା ପରେ କଂଗ୍ରେସ ନେତାମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ପ୍ରକ୍ରିୟାରେ ଜଣେ ନେତା ତାଙ୍କୁ ଏକ ଫୁଲ ନ ଥିବା ତୋଡ଼ା ପ୍ରଦାନ କରିଥିଲେ, ଯାହାକୁ ପ୍ରିୟଙ୍କା ନିଜେ ଦେଖାଇ ହସିଥିଲେ । ଏହି ଘଟଣା ମଞ୍ଚରେ ଥିବା ଅନ୍ୟ ନେତାମାନଙ୍କୁ ମଧ୍ୟ ହସର ଖୋରାକ ଯୋଗାଇଥିଲା, ଯାହାର ଭିଡିଓକୁ ବିଜେପି ନେତା ସେୟାର କରିଛନ୍ତି । ବିଜେପିର ରାକେଶ ତ୍ରିପାଠୀ ଏହି ଘଟଣାକୁ ଏକ ଫୁଲତୋଡ଼ା ଦୁର୍ନୀତି ବୋଲି କହି କଂଗ୍ରେସକୁ ସମାଲୋଚନା କରିଛନ୍ତି । ‘ଫୁଲତୋଡ଼ା ଦୁର୍ନୀତି । ଫୁଲତୋଡ଼ାରୁ ଅଦୃଶ୍ୟ ହୋଇଗଲା ଫୁଲ…’ ବୋଲି ସେ ଏକ୍ସରେ ଘଟଣାର ଭିଡିଓ ସେୟାର କରିବା ସହ ଲେଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami