ନିଜ କ୍ଷେପଣାସ୍ତ୍ର ମାଡ଼ରେ ଉଡିଗଲା ପାକିସ୍ତାନୀ ସେନା ବେସ୍ ?

Above Post Content

ପାକିସ୍ତାନର ସିଆଲକୋଟରେ ରବିବାର ଦିନ ଦି’ପହର ସମୟରେ ସେନା କ୍ୟାଣ୍ଟନମେଣ୍ଟରେ ସିରିଜ୍ ବିସ୍ଫୋରଣ ହୋଇଛି । ମିଡିଆ ରିପୋର୍ଟ ଅନୁସାରେ ପାକ୍ ସେନାର ଶସ୍ତ୍ର ଗୋଦାମ ଘରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ପରେ ସେନା ଘାଟିରେ ନିଆଁ ଲାଗିଯାଇଥିଲା । ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ସରକାରୀ ଭାବେ କିମ୍ବା ସେନା ପକ୍ଷରୁ ବିସ୍ଫୋରଣର ସଠିକ କାରଣ ବାବଦରେ ଏପର୍ଯ୍ୟନ୍ତ କିଛି କୁହାଯାଇ ନଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ ଦାବି କରୁଛନ୍ତି ଯେ ସେନା ଗୋଦାମ ଉପରେ ବାହାରୁ କିଛି ଉଡନ୍ତା ବସ୍ତୁ ପଡିଥିଲା । ତେବେ ଯେଉଁ ବାହାର ବସ୍ତୁ ସେନା ଗୋଦାମ ଉପରେ ପଡିଥିଲା ତାହା କ’ଣ ?

କ’ଣ ଚାଲିଛି ପାକିସ୍ତାନରେ ?

After 2nd paragraph post ads

ପାକିସ୍ତାନୀ ଏବେ ଆତଙ୍କରେ ଅଛନ୍ତି । କାରଣ ପ୍ରଥମେ ଭାରତ ପଟୁ ସୁପରସୋନିକ୍ ମିଶାଇଲ ପାକ୍ ସୀମା ମଧ୍ୟକୁ ପ୍ରବେଶ କରିଥିଲା । କିନ୍ତୁ ପାକ୍ ବାୟୁସେନା ଏହାକୁ ଅଟକାଇ ପାରିନଥିଲା । ଏମିତିରେ ସୋସିଆଲ ମିଡିଆରେ ଯେତେବେଳେ ଦାବି ହେଉଛି ଯେ, ରବିବାର ଦିନ ସେନା ଗୋଦାମ ଉପରେ କୌଣସି ବାହ୍ୟବସ୍ତୁ ଧକ୍କା ଖାଇଥିଲା ସେତେବେଳେ ପାକିସ୍ତାନୀଙ୍କ ମନରେ ଆଶଙ୍କା ଉତ୍ପନ ହୋଉଛି ଯେ,ଏହା ପଛରେ କିଏ ଅଛି ?

ପାକ୍ କ୍ଷେପଣାସ୍ତ୍ର ଭୁଲରେ ନିଜ ସେନା ବେସକୁ ଟାର୍ଗେଟ୍ କରିଛି କି ?

Middle post content

ପାକିସ୍ତାନୀ ଖବରକାଗଜ ମଧ୍ୟ ଏହି ଘଟଣାକୁ ସ୍ୱୀକାର କରିଛନ୍ତି । ଡେଲି ମିଲାପର ସମ୍ପାଦକ ଋଷି ସୁରି ଏକ ଟ୍ୱିଟ୍ କରି କହିଛନ୍ତି ଯେ, ଉତ୍ତର ପାକିସ୍ତାନର ସିଆଲକୋଟର ସେନା ବେସରେ ଅନେକ ବିସ୍ଫୋରଣ ହୋଉଛି । ପ୍ରାରମ୍ଭିକ ସଂକେତ ଅନୁସାରେ ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ହୋଇଛି ।

ସୋସିଆଲ ମିଡିଆରେ ସେୟାର ହେଉଥିବା ଭିଡିଓରୁ ଜଣା ପଡୁଛି ଯେ, ବିସ୍ଫୋରଣ ଜୋରଦାର ଥିଲା । ଗୋଦାମରୁ ଗୋଳା ବାରୁଦ ଛିଟିକି ପଡୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ସିଆଲକୋଟ୍ ଶସ୍ତ୍ର ଗୋଦାମ ଉପରେ ବିସ୍ଫୋରଣ ପୂର୍ବରୁ ବାହାରୁ କୌଣସି ପଦାର୍ଥ ପଡିଥିଲା । ଏହି ବସ୍ତୁ ଗୋଦାମ ଉପରେ ପଡିବା ପରେ ହିଁ ବିସ୍ଫୋରଣ ହୋଇଥିଲା ।

କିଛି ଅନ୍ୟ ସ୍ଥାନୀୟ ପାକିସ୍ତାନୀ ମିଡିଆ ସଂଗଠନଙ୍କ ଅନୁସାରେ ପାକିସ୍ତାନୀ ସେନାର ଏୟାର ଟୁ ଏୟାର ମିଶାଇଲ ପିଏଲ-୧୫ ପରୀକ୍ଷଣ ବେଳେ ବିଫଳ ହୋଇଥିଲା । କୁହାଯାଉଛି ଯେ, ଚୀନ୍ ନିର୍ମିତ ଜେ୧୦-ସି ଫାଇଟର ଜେଟରୁ ଏହି ମିଶାଇଲକୁ ଛଡା ଯାଇଥିଲା କିନ୍ତୁ ଏହା ବେକାବୁ ବୋଇ ସିଆଲକୋଟରେ ପଡିଥିଲା ।

ଯଦି ଏହି ଦାବି ସତ ହୋଇଥାଏ ତେବେ ଏହା ପାକିସ୍ତାନ ପାଇଁ ବଡ଼ ଲଜ୍ଜାକର ଖବର ହେବା ସହିତ ଏହାର ଅସ୍ତ୍ରଶସ୍ତ୍ର କେତେ ଅସୁରକ୍ଷିତ ତାହା ଜଣା ପଡୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami