ଘରକୁ ନଫେରିବାକୁ ଚେତାବନୀ ଦେଲେ ପ୍ରଶଂସକ

Above Post Content

ନିଜର ପାରମ୍ପରିକ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଧାର୍ଯ୍ୟ କରିଥିବା ୧୨୦ ରନ୍‌ର ଛୋଟ ବିଜୟ ଲକ୍ଷ୍ୟକୁ ହାସଲ କରିପାରି ନଥିବା ପାକିସ୍ତାନ ଖେଳାଳି ଏବେ ସାମାଜିକ ଗଣମାଧ୍ୟମରେ ଛାଇହୋଇ ରହିଛନ୍ତି। ତେବେ ଏହା କୌଣସି ସକାରାତ୍ମକ କାରଣ ପାଇଁ ନୁହେଁ, ବରଂ ନିଜ ପ୍ରଶଂସକଙ୍କ କଟାକ୍ଷ ପାଇଁ । କାରଣ ପାକିସ୍ତାନୀ ପ୍ରଶଂସକ ନିଜ ଦେଶର ଖେଳାଳିଙ୍କ ଉପରେ ସାମଜିକ ଗଣମାଧ୍ୟମରେ ରାଗ ଶୁଝାଉଛନ୍ତି। ଏମିତିକି ‘ ଆଉ ଘରକୁ ନ ଫେରିବାକୁ ଭଳି ସଂଘାତିକ ଚେତାବନୀ ମଧ୍ୟ ଦେବାକୁ ପଛାଉନାହାନ୍ତି ‘। ବିଭିନ୍ନ ପ୍ରକାର ମିମ୍ ଛାଡ଼ି ନିଜ ଦଳକୁ ଟ୍ରୋଲ୍ କରୁଛନ୍ତି ପାକିସ୍ତାନୀ କ୍ରିକେଟ ପ୍ରଶଂସକ । ଏପରିକି ପାକିସ୍ତାନର ବହୁ ପୂର୍ବତନ କ୍ରିକେଟର୍‌ ଅଧିନାୟକ ବାବର ଆଜମଙ୍କ ସହ ପୂରା ପାକିସ୍ତାନ ଦଳକୁ ଖୋଲା ଭର୍ତ୍ସନା କରିଛନ୍ତି। ଏହି ପରାଜୟ କେତେକ ପ୍ରଶଂସକଙ୍କୁ ଏମିତି ବାଧିଛି ଯେ ସେମାନେ ରବିବାର ରାତି ସାରା ଶୋଇ ପାରି ନଥିବା ଲେଖିଛନ୍ତି । ପୂର୍ବତନ ଖେଳାଳି ସ୍ତବ୍ଧ ହୋଇଯାଇଥିଲା ବେଳେ ଏହି ପରାଜୟକୁ ସେମାନେ ବିଶ୍ବାସ କରିପାରୁ ନାହାନ୍ତି। ଅନ୍ୟପଟେ ଆମେରିକାରେ ରହୁଥିବା ଅନେକ ପାକିସ୍ତାନୀ ବଂଶୋଦ୍ଭବ ନିଜ ଦେଶର ଖେଳାଳିଙ୍କ ପାଇଁ ବାରମ୍ବାର ଲଜ୍ଜିତ ହେଉଥିବା‌ କହି ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି। କହିବାକୁ ଗଲେ ଭାରତ ଠାରୁ ପରାସ୍ତ ହେବାପରେ ପୂରା ପାକିସ୍ତାନ ଏବେ ଦୁଃଖରେ ବୁଡ଼ି ରହିଛି।

 

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami