ଅକ୍ସିଜେନ ମ୍ୟାନ୍ ସଚିନ୍‌

Above Post Content

ଯଦି କେହି କୋଭିଡ୍ ଆକ୍ରାନ୍ତଙ୍କ ଅମ୍ଲଜାନସ୍ତର କମୁଛି । ଆଉ ତାଙ୍କୁ ହସ୍ପିଟାଲରେ ବେଡ୍ ମିଳୁନି । ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ଯଦି କାହାର ଅମ୍ଲଜାନ କମି ଯାଉଛି। ତୁରନ୍ତ ସେହି ଅସହାୟଙ୍କ ପାଖରେ ପହଂଚି ଯାଏ ‘ଛୋଟି ସି ଆଶା’ର  ଟିମ୍ । ଏହି ଟିମ୍ କରୋନାର ସଞ୍ଜିବନୀ ପାଲଟି ଥିବା ଅକ୍ସିଜେନ ସିଲିଣ୍ଡର ଯୋଗାଇ ସେମାନଙ୍କ ଜୀବନ ବଂଚାଉଛି ।

ଏଥର କରୋନା ଲହରରେ ‘ଛୋଟି ସି ଆଶା’ ଏକ ବଡ଼ ବୋଝ ମୁଣ୍ଡାଇଛି । ଏପ୍ରିଲ ପ୍ରଥମ ସପ୍ତାହରୁ ସଂଗଠନ ତା’ର ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବା ଅଭିଯାନ ଭୁବନେଶ୍ୱର-କଟକରେ ଆରମ୍ଭ କରିଥିଲା । ବର୍ତମାନ ସୁଦ୍ଧା ପ୍ରାୟ ୧୭୫ ଜଣ ରୋଗୀଙ୍କ ପାଖରେ ଏହି ସଞ୍ଜିବନୀ ପହଂଚାଇ ପାରିଛି । ବାତ୍ୟା ‘ୟାସ’ ବେଳେ ବି ୧୫ ଜଣଙ୍କୁ ଅକ୍ସିଜେନ୍ ଦିଆଯାଇଛି । ଅକ୍ସିଜେନ୍ ସିଲିଣ୍ଡର ଯୋଗାଇବା ଛଡ଼ା ସଂଗଠନ ପ୍ରତ୍ୟେକ ଦିନ ଓ ରାତିରେ ୨୦୦ ଅସହାୟଙ୍କୁ ରନ୍ଧାଖାଦ୍ୟ ଯୋଗାଉଛନ୍ତି । ଗତବର୍ଷ କରୋନା କାଳରେ ବି ସଂଗଠନର ନିରନ୍ତର ସହଯୋଗ ଜାରି ରହିଥିଲା । ସଂଗଠନର ନେତୃତ୍ୱ ନେଉଛନ୍ତି ସଚିନ୍ ମହାପାତ୍ର । ସେ ଜଣେ କୃଷକ ନେତା ଭାବେ ଜଣାଶୁଣା । ତେବେ ତାଙ୍କୁ ସହଯୋଗ  କରୁଥିବା ବ୍ୟକ୍ତିମାନେ ମଧ୍ୟ ନିଃସ୍ୱାର୍ଥପର ଭାବେ ଏହି ସେବା କାର୍ଯ୍ୟ କରିଥାନ୍ତି । ତାଙ୍କର ଏହି ଟିମ୍ ଆଗକୁ ପୁରୀ, ବ୍ରହ୍ମପୁର ପାଇଁ ନୂଆ ସିଲିଣ୍ଡର କିଣିବା ଲକ୍ଷ୍ୟରେ ରହିଥିବା ଜଣାପଡ଼ିଛି ।

After 2nd paragraph post ads
Middle post content

ଟିମ୍ ଲିଡର ସଚିନ କହନ୍ତି, ବିଶେଷ କରି ହସ୍ପିଟାଲରେ ବେଡ୍ ପାଉ ନ ଥିବା ରୋଗୀଙ୍କୁ ଗୁରୁତ୍ୱ ଦେଉଛୁ । ଅକ୍ସିଜେନ୍ ସିଲିଣ୍ଡର ଯୋଗେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରଖିବା ଆମ ଦାୟିତ୍ୱ । କିିଛି ଡାକ୍ତରଙ୍କୁ ଭିଡିଓ କଲ୍ ଯୋଗେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଯୋଡ଼ି ପରାମର୍ଶ ଦିଆଯାଉଛି । ପରେ ପ୍ରଶାସନ ସହ  ଯୋଗାଯୋଗ କରି ହସ୍ପିଟାଲରେ ବେଡ୍ ମଧ୍ୟ ଯୋଗାଡ଼ କରୁଛୁ । ଏଯାବତ୍ ପ୍ରାୟ ୩ ହଜାରରୁ ଅଧିକ ରୋଗୀଙ୍କ ତଥ୍ୟ ସଂଗ୍ରହ କରି ରଖିଛୁ । ସେମାନଙ୍କୁ ଆବଶ୍ୟକ ସ୍ଥଳେ ସହଯୋଗ କରାଯାଉଛି । ସିଲିଣ୍ଡର ପାଇଁ  ‘୯୯୩୭୪୪୦୨୨୦’ ନମ୍ବରରେ ଯୋଗାଯୋଗ କରିପାରିବେ । ଏଥିପାଇଁ କୌଣସି ମୂଲ୍ୟ ରଖାଯାଉନାହିଁ ବୋଲି ସଚିନ କହିଛନ୍ତି ।

କରୋନା ମହାମାରୀର ଭୟାବହତାକୁ ଖାତିର ନ କରି ନିଜ ଜୀବନକୁ ବିପଦରେ ପକାଇ କରୋନା ରୋଗୀଙ୍କ ନିକଟରେ ଦେବଦୂତ ଭଳି ପହଂଚୁଥିବା ଏହି ଟିମ୍‌ର ସମସ୍ତ କାର୍ଯ୍ୟକର୍ତାଙ୍କ ନିଷ୍ଠାପର ଉଦ୍ୟମକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami