ପେଗାସସ୍ ଗୁଇନ୍ଦା ଉପକରଣକୁ ନେଇ ପୁଣି ହଙ୍ଗାମା, ଜାଣନ୍ତୁ ନ୍ୟୁୟର୍କ ଟାଇମ୍ସର ୧୦ ବଡ଼ ତଥ୍ୟ

Above Post Content

ପେଗାସସ୍ ସ୍ପାଇୱେୟାରକୁ ନେଇ ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସର ରହସ୍ୟ ଉଦଘାଟନ ପରେ ଭାରତରେ ପୁଣିଥରେ ରାଜନୈତିକ ହଙ୍ଗାମା ଆରମ୍ଭ ହୋଇଯାଇଛି । ନ୍ୟୁୟର୍କ ଟାଇମ୍ସର ଦାବି ଯେ, ୨୦୧୭ରେ ଭାରତ ଓ ଇସ୍ରାଏଲ ମଧ୍ୟରେ ଏକ କ୍ଷେପଣାସ୍ତ୍ର ପ୍ରଣାଳୀ ଓ ପେଗାସସ ପାଇଁ ହୋଇଥିବା ୨ଶହ କୋଟି ଡଲାରର ଚୁକ୍ତିର କେନ୍ଦ୍ରବିନ୍ଦୁ ଥିଲା । ନ୍ୟୁୟର୍କ ଟାଇମ୍ସରେ ଏହି ରିପୋର୍ଟ ପ୍ରକାଶିତ ହେବା ପରେ ବିରୋଧୀ ମୋଦି ସରକାରଙ୍କ ଉପରେ ଜୋରଦାର ଆକ୍ରମଣ ଆରମ୍ଭ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦି ସରକାର ବିରୋଧରେ ଦେଶଦ୍ରୋହ ଅଭିଯୋଗ ମଧ୍ୟ ଆଣିଲେଣି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ପେଗାସସ୍ ମାମଲା ସାମ୍ନାକୁ ଆସିବା ପରେ ଦେଶବ୍ୟାପୀ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା । ସରକାର ଏହି ସ୍ପାଇୱେର୍ ଦ୍ୱାରା ରାଜନୈତିକ ବିରୋଧୀଙ୍କ ଗୁଇନ୍ଦାଗିର କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ଏବେ ଆସନ୍ତୁ ଜାଣିବା ନ୍ୟୁୟର୍କ ଟାଇମ୍ସ ଏମିତି କ’ଣ ପ୍ରକାଶ କରିଛି ଯାହାକୁ ନେଇ ଦେଶବ୍ୟାପି ପୁଣି ରାଜନୈତିକ ଝଡ଼ ସୃଷ୍ଟି ହୋଇଛି..

After 2nd paragraph post ads

୧. ଦି ନ୍ୟୁୟର୍କ ଟାଇମ୍ସ ଦି ବ୍ୟାଟେଲ ଫର ଦି ୱର୍ଲ୍ଡସ ମୋଷ୍ଟ୍ ପାୱାରଫୁଲ ସାଇବରୱିବେନ୍’ ଶିର୍ଷକ ଏକ ରିପୋର୍ଟରେ ଦାବି କରିଛି ଯେ, ଇସ୍ରାଏଲୀ କମ୍ପାନୀ ଏନଏସଓ ଗ୍ରୁପ ପ୍ରାୟ ଏକ ଦଶକ ଧରି ନିଜ ସ୍ୱାଇୱୟାରକୁ ବିଶ୍ୱର ପ୍ରାୟ ସବୁ ଆଇନ ଶୃଙ୍ଖଳା ରକ୍ଷାକାରୀ ତଥା ଗୁଇନ୍ଦା ଏଜେନ୍ସଙ୍କୁ ଏହା କହି ବିକ୍ରି କରୁଥିଲା ଯେ, ପେଗାସସ୍ ଭଳି କାମ କେହି ମଧ୍ୟ କରିପାରିବେ ନାହିଁ

୨. ରିପୋର୍ଟରେ ଜୁଲାଇ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ବାବଦରେ ଉଲ୍ଲେଖ ରହିଛି । ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଇସ୍ରାଏଲ ଗସ୍ତ ଥିଲା ।

୩. ଭାରତ ଓ ଇସ୍ରାଏଲ ମଧ୍ୟରେ ହୋଇଥିବା ପ୍ରାୟ ୨ଶହ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତିରେ କେନ୍ଦ୍ରବିନ୍ଦୁରେ ଗୋଟିଏ କ୍ଷେପଣାସ୍ତ୍ର ପ୍ରଣାଳି ଓ ପେଗାସସ୍ ଥିଲା ।

୪. ରିପୋର୍ଟରେ ଦାବି କରାଯାଇଛି ଯେ, ବର୍ଷ ବର୍ଷ ଧରି ପାଲେଷ୍ଟାଇନକୁ ଭାରତର ସମର୍ଥନ କାରଣରୁ ଇସ୍ରାଏଲ ସହିତ ସମ୍ପର୍କ ଶିଥିଳ ଥିଲା । ମୋଦିଙ୍କ ସେହି ଗସ୍ତ ସଫଳ ଥିଲା । ଦୁଇ ଦେଶ ପରସ୍ପରର ନିକଟତର ହୋଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ବେଂଜାମିନ୍ ନେତାନ୍ୟୁହୁଙ୍କ ସହିତ ମୋଦିଙ୍କ ସମୁଦ୍ର କୂଳରେ ବୁଲିବା ଫଟୋ ସେତେବେଳେ ବେସ ଚର୍ଚ୍ଚା ସାଉଁଟିଥିଲା ।

Middle post content

୫. ରିପୋର୍ଟ୍ ଅନୁସାରେ ଉଭୟ ନେତାଙ୍କ ମଧ୍ୟରେ ଏହି ଉଷ୍ମ ସମ୍ପର୍କର କାରଣ ମଧ୍ୟ ଥିଲା । କାରଣ ଦୁଇ ଦେଶ ୨ଶହ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତିକୁ ଅନ୍ତିମ ରୂପ ଦେଇଥିଲେ । ଯାହାର କେନ୍ଦ୍ରବିନ୍ଦୁରେ ଥିଲା ମିଶାଇଲ ସିଷ୍ଟମ ଓ ପେଗାସସ୍ ।

୬. ରିପୋର୍ଟ୍ ଅନୁସାରେ ଏହି ଗସ୍ତର ଏକ ମାସ ପରେ ନେତନ୍ୟୁହୁ ଭାରତ ଗସ୍ତରେ ଯାଇଥିଲେ । ଜୁନ୍ ୨୦୧୯ରେ ଭାରତ ପ୍ରଥମ ଥର ପାଇଁ ଜାତିସଂଘରେ ଇସ୍ରାଏଲ ସମର୍ଥନରେ ମତଦାନ କରିଥିଲା । ଜାତିସଂଘରେ ପାଲେଷ୍ଟାଇନ୍ ମାନବାଧିକାର ସଂଗଠନକୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେବା ବିରୋଧରେ ଭାରତ ଏହି ମତାଦନ କରିଥିଲା ।

୭. ପିଟିଆଇ ନ୍ୟୁୟର୍କ ଟାଇମ୍ସର ଏହି ଖବର ଉପରେ ସରକାରଙ୍କ ପ୍ରତିକ୍ରିୟା ଚାହିଁଥିଲା କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ ।

୮. ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବର ମାସରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ତଦନ୍ତ ପାଇଁ ଏକ ତିନି ଜଣିଆ ସ୍ୱତନ୍ତ୍ର ସମିତି ଗଠନ କରିଥିଲେ । ସରକାର ସବୁବେଳେ ଜାତୀୟ ସୁରକ୍ଷାର ଦ୍ୱାହି ଦେଇ ପ୍ରଶ୍ନକୁ ଏଡାଇ ଯାଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ

୯. କଂଗ୍ରେସର କହିବା ହେଉଛି ଯେ, ସ୍ପାଇୱେୟାରର ଉପଯୋଗ କରି ବେଆଇନ୍ ଗୁଇନ୍ଦାଗିରି କରିବା ଦେଶଦ୍ରୋହ । ସରକାରଙ୍କୁ ନିଶାନାକୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ୍ କରିଛନ୍ତି ଯେ, ‘ମୋଦି ସରକାର ଦେଶର ଶତ୍ରୁ ଭଳି କାର୍ଯ୍ୟ କରିଛନ୍ତି । ମୋଦି ସରକାର ଯୁଦ୍ଧଅସ୍ତ୍ରକୁ କାହିଁକି ଭାରତୀୟ ନାଗରିକଙ୍କ ବିରୋଧରେ ପ୍ରୟୋଗ କଲେ ?

୧୦. ଇସ୍ରାଏଲୀ କମ୍ପାନୀ ଏନଏସଓର ପେଗସସ ସ୍ପାଇୱେୟାର ‘ନେଟୱର୍କ ଇଂଜେକ୍ସନ’ ଟେକନିକ୍ ଦ୍ୱାରା କୌଣସି ବେସ୍ ଟ୍ରାନ୍ସିଭର ଷ୍ଟେଶନ (ବିଟିଏସ୍) ଜରିଆରେ ଲୋକଙ୍କ ଫୋନ୍ ମଧ୍ୟକୁ ପ୍ରବେଶ କରିବାକୁ ସକ୍ଷମ ଅଟେ । ବିଟିଏସ୍ ସେହି ନକଲି ମୋବାଇଲ୍ ଟାୱାରକୁ କୁହାଯାଏ ଯାହାର ନିର୍ମାଣ ବୈଧ ସେଲୁଲାର ଟାୱରର ନକଲ ଭାବେ ତିଆରି ହୋଇଥାଏ । ଏହା ନିଜ କ୍ଷେତ୍ର ମଧ୍ୟରେ ଆସୁଥିବା ସବୁ ଫୋନକୁ ତା’ ସହିତ ସମ୍ବନ୍ଧିତ ସିଗନାଲ ନିଜ ପାଖକୁ ପହଂଚାଇବାକୁ ବାଧ୍ୟ କରିଥାଏପେଗାସସ୍ ସେବା ପ୍ରଦାନକାରୀ କମ୍ପାନୀର ବୈଧ ଟାୱାର ମଧ୍ୟକୁ ଅନୁପ୍ରବେଶ କରିବାର କ୍ଷମତା ରଖିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami