Omicron Variant: ଦେଶରେ ଓମିକ୍ରନର ପ୍ରବେଶ, ଜାଣନ୍ତୁ କ’ଣ ସବୁ ଲକ୍ଷଣ ?

Above Post Content

କରୋନା ଭାଇରସର ନୂଆ ପ୍ରକାର (ଭାରିଆଣ୍ଟ୍) ଓମିକ୍ରନ୍ ଭାରତରେ ପ୍ରବେଶ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଘୋଷଣ କରାଯାଇଛି । ସୂଚନା ଅନୁସାରେ ବେଙ୍ଗାଲୁରରୁ ଦୁଇ ଜଣ କରୋନା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରବାଲଙ୍କ ଅନୁସାରେ ଦେଶରେ ବୁଧବାର ଠାବ କରାଯାଇଥିବା ଦୁଇ ମାମଲା କର୍ଣ୍ଣାଟକରୁ ଆସିଛି । ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କ ବୟସ ୬୬ ହୋଇଥିବା ବେଳେ ଅନ୍ୟଜଣଙ୍କ ବୟସ ୪୬ । ଉଭୟ ପୁରୁଷ ଅଟନ୍ତି । ବିଶ୍ୱର ୨୩ ଦେଶରେ ଦୃତଗତିରେ ନିଜ ଉପସ୍ଥିତି ଜାହିର କରିବା ପରେ ଓମିକ୍ରନକୁ ନେଇ ଭାରତରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ତେବେ ବିଶେଷଜ୍ଞଙ୍କ କହିବା ହେଉଛି ଆତଙ୍କିତ ହେବା ଅପେକ୍ଷା ସତର୍କ ରହିବା ଠିକ । ଆସନ୍ତୁ ଜାଣିବା ଓମିକ୍ରନ କ’ଣ ଓ ଏହାର ଲକ୍ଷଣ କ’ଣ ?

ଓମିକ୍ରନ୍ ରୋଗୀଙ୍କ ଠାରେ ଦେଖାଯାଉଛି ଏମିତି ଲକ୍ଷଣ

After 2nd paragraph post ads

ବିବିସି ରିପୋର୍ଟ୍ ଅନୁସାରେ ଡକ୍ଟର ଏଞ୍ଜେଲିକ୍ କୋଏଟିଜ୍ ପ୍ରଥମ କରି ଦକ୍ଷୀଣ ଆଫ୍ରିକାରେ ଓମିକ୍ରନ୍ ଭାରିଆଣ୍ଟ୍ ଆବିଷ୍କାର କରିଥିଲେ । ଜଣେ ୩୦ ବର୍ଷୀୟ ଯୁବକଠାରେ ସେ ଓମିକ୍ରନ ଷ୍ଟ୍ରେନକୁ ଆବିଷ୍କାର କରିଥିଲେ । ତାଙ୍କ ଅନୁସାରେ ଏହାର ଲକ୍ଷଣ ସବୁ ହେଲା.,.

  • ଅଧିକ ହାଲିଆ ଲାଗିବା
  • ହାଲୁକା ମୁଣ୍ଡବିନ୍ଧା
  • ଦେହ ବିନ୍ଧା
  • ଗଳା ଦରଜ
  • ଶୁଖିଲା କାଶ
Middle post content

ଦ.ଆଫ୍ରିକା ଡାକ୍ତରଙ୍କ ଅନୁସାରେ ଓମିକ୍ରନ୍ ସଂକ୍ରମିତ ଅଧିକ କ୍ଲାନ୍ତ ଅନୁଭବ କରନ୍ତି । ସେମାନଙ୍କ ମାଂସପେଶିରେ ଯନ୍ତ୍ରଣା,ଗଳା ଦରଜ ହେବା ସହିତ ସୁଖିଲା କାଶ ହୋଇଥାଏ । ଅନ୍ୟପକ୍ଷରେ କିଛି ରୋଗୀଙ୍କ ଶରିର ତାପମାତ୍ରା ଅଧିକ ଥାଏ । ତେବେ ଏହି ଲକ୍ଷଣ ସବୁ ଆଗକୁ ସଂକ୍ରମଣ ବଢିବା ସହ ସମାନ ରହୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଓମିକ୍ରନ୍ ଭାରିଆଣ୍ଟର ବହୁତ ଅସମାନ୍ୟ ଲକ୍ଷଣ ନାହିଁ !

ନୂଆ ଭାରିଆଣ୍ଟକୁ ନେଇ ଏବେ ଅଧିକ ଅଧ୍ୟୟନ ହୋଇନାହିଁ । ଅନେକ ଦେଶରେ ଏକ୍ସପର୍ଟ ଏହାର ଅଧ୍ୟୟନ କରୁଛନ୍ତି । ତେବେ ଦକ୍ଷୀଣ ଆଫ୍ରିକା ସଂକ୍ରମଣ ରୋଗ ସଂସ୍ଥାନ- NICD ଅନୁସାରେ ଏପର୍ଯ୍ୟନ୍ତ B.1.1.1.529 ଭାରିଆଣ୍ଟ ସଂକ୍ରମଣ ପରେ କୌଣସି ଅସମାନ୍ୟ. ଲକ୍ଷଣ ଦେଖିବାକୁ ମିଳୁନାହିଁ । NICD ଅନୁସାରେ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ କିଛି ମଧ୍ୟ ଲକ୍ଷଣ ବିହିନ ଅଟନ୍ତି

ଓମିକ୍ରନ୍ କରୋନାର ତୃତୀୟ ପ୍ରବାହ ଆଣିବ କି ?

କିଛି ବୈଜ୍ଞାନିକଙ୍କ ଆଶଙ୍କା ଯେ, କରୋନାର ଏହି ଭାରିଆଣ୍ଟ କାରଣରୁ ତୃତୀୟ ପ୍ରବାହ ଆସିପାରେ । ତେବେ ଏହାକୁ ନେଇ ଆହୁରି ଅଧ୍ୟୟନ ହେବାର ଅଛି । ବିଶେଷଜ୍ଞଙ୍କ ଅନୁସାରେ ଏହି ଭାରିଆଣ୍ଟ୍ ଡେଲ୍ଟା ଠାରୁ ୭ ଗୁଣ ଅଧିକ ଗତିରେ ବ୍ୟାପୁଛି । ଜଣେ ବ୍ୟକ୍ତିଠାରୁ ଆଉ ଜଣେ ବ୍ୟକ୍ତିଙ୍କୁ ସଂକ୍ରମଣ ଡେଇଁବାରେ ଏହା ଡେଲ୍ଟାଠାରୁ ଅଧିକ ଘାତକ । ଚିହ୍ନଟ ହେବା ଆଗରୁ ଏହି ଭାରିଆଣ୍ଟର ୩୨ ଥର ମ୍ୟୁଟେଟ୍ ହୋଇ ସାରିଛି । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ସତର୍କତା ଅବଲମ୍ବନ କରାଯାଏ ତେବେ ତୃତୀୟ ପ୍ରବାହ ଆସିବ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami