Cyclone: ପ୍ରତିବର୍ଷ ହାରାହାରି ୭୨ ଲୋକଙ୍କ ଜୀବନ ନେଉଛି ବାତ୍ୟା, ୨୦ ବର୍ଷରେ ବଢିଛି ବାତ୍ୟା ପ୍ରକୋପ

Above Post Content

ଚଳିତ ବର୍ଷ ସରି ସରି ଆସୁଥିବା ବେଳେ ପୁଣି ଆସୁଛି ଆଉ ଗୋଟିଏ ବାତ୍ୟାଡିସେମ୍ବର ମାସରେ ପ୍ରାୟତଃ ବାତ୍ୟା ଆସିନଥାଏ । କିନ୍ତୁ ୧୩୦ ବର୍ଷର ରେକର୍ଡରେ ପ୍ରଥମ ଥର ପାଇଁ ଏହି ମାସରେ ଜୱାଦ୍ ନାମରେ ବାତ୍ୟା ପୂର୍ବ ଭାରତର ଉପକୂଳରେ ପହଂଚିବାକୁ ଯାଉଛି । ବାତ୍ୟା ଜୱାଦ ପାଇଁ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ଭୀଷଣ ବର୍ଷା ସହିତ ୯୦ରୁ ୧୦୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । ପ୍ରତିବର୍ଷ ଆସୁଥିବା ବାତ୍ୟା ପାଇଁ ଶତାଧିକ ଲୋକ ପ୍ରାଣ ହରାଉଛନ୍ତି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ପ୍ରତିବର୍ଷ ବାତ୍ୟା କାରଣରୁ ହାରାହାରି ୭୨ ଜଣ ପ୍ରାଣ ହରାଉଛନ୍ତି

କେନ୍ଦ୍ର ସରକାରଙ୍କ ଏକ ରିପୋର୍ଟ-ବାତ୍ୟା ଉପରେ ଜଳବାୟୁ ପରିବର୍ତ୍ତନ ମୁଲ୍ୟାଙ୍କନ-ଅନୁସାରେ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଅର୍ଥାତ ୧୯୫୧ରୁ ୨୦୧୮ ଭିତରେ ଉତ୍ତର ଭାରତ ମହାସାଗରରେ ବାର୍ଷିକ ବାତ୍ୟା ସଂଖ୍ୟା ହ୍ରାସ ପାଇଥିଲା । ଅନ୍ୟପକ୍ଷରେ ଗତ ଦୁଇ ଦଶକ ମଧ୍ୟରେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଆସୁଥିବା ବାତ୍ୟା ସଂଖ୍ୟା ବୃଦ୍ଧି ହୋଇଛି ।

After 2nd paragraph post ads

ଏହି ରିପୋର୍ଟ ଅନୁସାରେ ୨୦୧୯ ମସିହାରେ ଆରବ ସାଗରରେ ୫,ବଙ୍ଗୋପସାଗରେ ୩ ବାତ୍ୟା ଆସିଥିଲା । ଯାହା ମଧ୍ୟରୁ ୬ ଭୀଷଣ ବାତ୍ୟା ଥିଲା । ସେହିଭଳି ୨୦୨୦ରେ ଆରବ ସାଗରରେ ୨, ବଙ୍ଗୋପସାଗରରେ ୨ ଓ ଉତ୍ତର ଭାରତ ମହାସାଗରରେ ଗୋଟିଏ ବାତ୍ୟା ଆସିଥିଲା । ଏହା ମଧ୍ୟରୁ ୫ ପ୍ରଚଣ୍ଡ ଶ୍ରେଣୀର ଥିଲା । ଜୁନ୍ ୨୦୨୧ରେ ଆରବ ସାଗର ଓ ବଙ୍ଗୋପସାଗରରେ ଗୋଟିଏ ଗୋଟିଏ କରି ଭିଷଣ ବାତ୍ୟା ଆସିଥିଲା ।

Middle post content

୧୧ ବର୍ଷରେ ମରିଛନ୍ତି ୭୪୮

କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ୨୦୧୦ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗତ ୧୧ ବର୍ଷ ମଧ୍ୟରେ ବାତ୍ୟା କାରଣରୁ ୭୪୮ ଜଣ ପ୍ରାଣ ହରାଇଛନ୍ତି । ଅର୍ଥାତ ବର୍ଷକୁ ବାତ୍ୟା କାରଣରୁ ହାରାହାରି ୭୨ ଜଣ ପ୍ରାଣ ହରାଉଛନ୍ତି । ତେବେ ଆଗୁଆ ସୂଚନା କାରଣରୁ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା କମିଛି । ଏପରିକି ସରକାର ବାତ୍ୟା ଆଲର୍ଟ୍ ଆପ୍ ମଧ୍ୟ ପ୍ରସ୍ତୁତ କରିବାକୁ ଯାଉଛନ୍ତି ।

ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ (ଏନଡିଏମଏ) ମିଳିକରି ଏହି ଆପ୍ ତିଆରି କରୁଛନ୍ତି । ଯାହା ସାଧାରଣ ଲୋକଙ୍କୁ ବାତ୍ୟା ସମ୍ବନ୍ଧିତ ସୂଚନା ଓ ରକ୍ଷା ପାଇବା ଉପାୟ ବତାଇବ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami