ରାହୁଲଙ୍କୁ କଟାକ୍ଷ କଲେ ଅଖିଳେଶ: କହିଲେ, ଏବେ ଏକ୍ସ-ରେ ନୁହେଁ ଏମଆରଆଇ, ସିଟି ସ୍କାନ ଦରକାର

Above Post Content

ନୂଆଦିଲ୍ଲୀ: କଂଗ୍ରେସ ଓ ସପା ମଧ୍ୟରେ ଲାଗିଥିବା ବିବାଦ ଥମିବାର ନାଁ ନେଉନି । ଯାହା ଦ୍ୱାରା ଇଣ୍ଡିଆ ମେଣ୍ଟ ବି ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । କଂଗ୍ରେସ କରିଥିବା ବିଶ୍ୱାସଘାତକତାକୁ ସପା ସହଜରେ ଗ୍ରହଣ କରିପାରୁନାହିଁ । ତେଣୁ ପଦାରେ ପଡିଛି ଇଣ୍ଡିଆ ମେଣ୍ଟର ଫାଟ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । କଂଗ୍ରେସ ପକ୍ଷରୁ ହେଉଥିବା ଜାତୀୟ ଗଣନା ଦାବି ଉପରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ନେତୃତ୍ୱାଧୀନ ସରକାର ଏତେବର୍ଷ କ୍ଷମତାରେ ଥିଲେ । ହେଲେ ସେତେବେଳେ କାହିଁକି ଏହି ଜାତୀୟ ଗଣନା କରିଲେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଖିଳେଶ ଯାଦବ । ଜାତିଭିତ୍ତିକ ଜନଗଣନା ଏକ ‘ଏକ୍ସ-ରେ’ ଭଳି ହେବ ବୋଲି ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ଅଖିଳେଶ ଯାଦବଙ୍କ ତୀବ୍ର ସମାଲୋଚନା କରିଛନ୍ତି ।

Middle post content

ଜାତୀୟ ଗଣନା ଦାବି ସବୁଠୁ ବଡ ଚମତ୍କାର

After 2nd paragraph post ads

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜାତୀୟ ଗଣନା ଦାବି ଏବଂ ଏକ୍ସ-ରେ ଟିପ୍ପଣୀକୁ ସମାଲୋଚନା କରି ଅଖିଳେଶ କହିଛନ୍ତି, ପୂର୍ବରୁ କଂଗ୍ରେସ ସରକାର ନିଜର ଦୋଷପୂର୍ଣ୍ଣ ନୀତି ପାଇଁ ଏ ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା । ଏସପି ନେତା ପ୍ରଦେଶର ସତନାରେ ଏକ ନିଉଜ ଏଜେନ୍ସିକୁ ବାର୍ତ୍ତା ଦେଇ କଂଗ୍ରେସକୁ ଟାର୍ଗେଟ କରି ଏପରି କହିଥିଲେ । ଏଠି କହିରଖିବୁ,ରାହୁଲ ଗାନ୍ଧି ସୋମବାର ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, ଜାତୀୟ ଗଣନା ଏକ ଏକ୍ସ-ରେ ପରି କାମ କରିବ । ଏହା ବିଭିନ୍ନ ସମୁଦାୟର ପୂରା ବିବରଣୀ ଦେବ । ରାହୁଲଙ୍କର ଏହି ବୟାନ ଉପରେ ଅଖିଳେଶ କହିଥିଲେ, କଂଗ୍ରେସ ଯେତେବେଳେ କ୍ଷମତାରେ ଥିଲା, ସେତେବେଳେ ଏହି ଏକ୍ସ-ରେ କାହିଁକି କରି ନ ଥିଲା ? କଂଗ୍ରେସର ଏହି ଜାତୀୟ ଗଣନା ଦାବି ଚମତ୍କାର ବୋଲି ଥଟ୍ଟା କରି କହିଛନ୍ତି ଏସପି ମୁଖ୍ୟ ଅଖିଳେଶ ଯାଦବ । ଅଖିଳେଶ କହିଛନ୍ତି, କଂଗ୍ରେସ କ୍ଷମତାରେ ଥିବାବେଳେ ଏହି ସମସ୍ୟାର ସମାଧାନ ହୋଇ ପାରିଥାନ୍ତା । ସେ ସମୟରେ ଏକ୍ସ-ରେ ହୋଇଥିଲେ ଆଜି ଏତେ ସମସ୍ୟା ସୃଷ୍ଟି ହୋଇ ନ ଥାନ୍ତା । ଏବେ ଏକ୍ସ-ରେ ନୁହେଁ, ଏମଆରଆଇ ଏବଂ ସିଟି ସ୍କାନର ଆବଶ୍ୟକତା ରହିଛି । କାରଣ ରୋଗ ଏଇ ସମୟ ଭିତରେ ବଢି ଯାଇଛି । କଂଗ୍ରେସକୁ ଆହୁରି ସମାଲୋଚନା କରି ଅଖିଳେଶ କହିଛନ୍ତି, କଂଗ୍ରେସର ଏହି ଜାତୀୟ ଗଣନା ଦାବି ସବୁଠାରୁ ବଡ ଚମତ୍କାର । କାରଣ ଏ ସେଇ ପାର୍ଟି ଯିଏ ସ୍ୱାଧୀନତା ପରେ ଜାତୀୟ ଗଣନା କରି ନ ଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami